କିନ୍ନରଙ୍କୁ ଥାନାରେ ବିବାହ କଲେ ଯୁବକ

Above Post Content

କାମାକ୍ଷାନଗର : ନା ଥିଲା ବାଜା ରୋଷଣୀ ନା ହୋଇଥିଲା ଭୋଜି ଭାତର ଆୟୋଜନ । କିନ୍ତୁ ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ପ୍ରେମ ପକ୍ଷୀ । ନିଜ ପ୍ରେମିକାର ମଥାରେ ସିନ୍ଦୁର ହାତରେ ଚୁଡି ପିନ୍ଧାଇଥିଲେ ଯୁବକ ଜଣଙ୍କ । ଉଭୟ ଉଭୟଙ୍କୁ ଫୁଲ ମାଳ ପକାଇ ଏକାଠି ଜୀବନ ବିତାଇବାକୁ ଶପଥ ନେଇଥିଲେ । କଥାରେ ଅଛି ପ୍ରେମ ଆଗରେ ସବୁ ତୁଛ । ଠିକ୍ ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି କାମାକ୍ଷାନଗରରୁ । କାମାକ୍ଷାନଗର ଥାନାରେ ହୋଇଛି ଏହି ବିବାହ । ହେଲେ ଏଠାରେ ଏକ ବ୍ୟତିକ୍ରମ ଦେଖାଦେଇଛି । ଯୁବକ ଜଣକ ଭଲପାଇ ଜଣେ କିନ୍ନରଙ୍କୁ କରିଛନ୍ତି ଜୀବନସାଥୀ ।

ଯୁବକ ବିବାହ ନ କରିବାରୁ ଥାନାରେ ଅଭିଯୋଗ କରିଥିଲେ କିନ୍ନର

After 2nd paragraph post ads
Middle post content

କିନ୍ନର ସଞ୍ଜନା ବେହେରାଙ୍କୁ ଥାନାରେ ବିବାହ କଲେ କାମାକ୍ଷାନଗର ଥାନା ରାଜକୁଳା କାଟେଣୀ ଗ୍ରାମର ଯୁବକ ଦିପ୍ତିମୟ ମହାରଣା । ଦିପ୍ତିମୟ ଭୁବନେଶ୍ୱରରେ ଫୁଡ୍ ଡେଲିଭରୀ ବଏ ଭାବେ କାମ କରୁଥିବା ବେଳେ କିନ୍ନର ସଞ୍ଜନା ସହ ତାଙ୍କର ଦେଖା ହୋଇଥିଲା । ପ୍ରଥମେ ସେ କିନ୍ନର ସଞ୍ଜନାଙ୍କୁ ତାଙ୍କ ପ୍ରେମ ଜାଲରେ ଫସେଇଥିଲେ । ଆଉ ମିଠା ମିଠା କଥା କହି ପ୍ରାୟ ବର୍ଷେ କାଳ ସଞ୍ଜନାଙ୍କଠାରୁ ଅନେକ କିଛି ନେଇଥିଲେ ଯୁବକ ଦିପ୍ତିମୟ । ଦିପ୍ତିମୟ ବିଭିନ୍ନ ସମୟରେ ସଞ୍ଜନାଙ୍କ ଠାରୁ ମୋଟା ଅଙ୍କର ଅର୍ଥ ନେବା ସହିତ ତାଙ୍କ ସୁନା ଅଳଙ୍କାର ଯାହା ବି ଥିଲା ତାହା ନେଇଥିଲେ । ମାତ୍ର ବିବାହ କଥା ଉଠିଲାବେଳକୁ ଧରାଛୁଆଁ ଦେଉ ନ ଥିଲେ । ଯାହାଫଳରେ ସଞ୍ଜନା କିଛି ଉପାୟ ନ ପାଇ ଶେଷରେ ଥାନାରେ ଏନେଇ ଅଭିଯୋଗ କରିଥିଲେ ।

ଦୂର ହୋଇଛି ମନମାଳିନ

କାମାକ୍ଷାନଗର ଥାନାର ଆଶ୍ରୟ ନେବାପରେ ପୋଲିସ୍ ଘଟଣାରେ ହସ୍ତକ୍ଷପ କରିଥିଲା । ଉଭୟଙ୍କ ଥାନାକୁ ଡକାଇ ପଚରା ଉଚରା କରିଥିଲା । ଏହାପରେ ଗତକାଲି ସନ୍ଧ୍ୟା ସମୟରେ କାମାକ୍ଷାନଗର ଥାନାରେ ଉଭୟଙ୍କ ବିବାହ କରାଯାଇଥିବା ଖବର ମିଳିଛି । ତେବେ ସଞ୍ଜନା କହିଛନ୍ତି ଆମ ଭିତରେ ଟିକେ ମନମାଳିନ ହୋଇଥିଲା କିନ୍ତୁ ଏବେ ସବୁ କିଛି ଠିକ୍ ହୋଇଯାଇଛି । ଏପଟେ ଏହି ବିବାହ ସମୟରେ ଥାନା କର୍ମଚାରୀ, ବିଭିନ୍ନ ଅନୁଷ୍ଠାନର ସଦସ୍ୟ ଓ କିନ୍ନର ସମାଜର କିଛି କିନ୍ନର ମା ମାନେ ଉପସ୍ଥିତ ରହିଥିଲେ । ଆଗାମୀ ଜୀବନ ସେମାନଙ୍କର ସୁଖମୟ ହେଉ ସେନେଇ ସଭିଏଁ ଶୁଭକାମନା ଜଣାଇଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami