ଆମେରିକା ଲଢିଲା ଇତିହାସର ସବୁଠାରୁ ଲମ୍ବା ଯୁଦ୍ଧ କିନ୍ତୁ ବିଜୟୀ ହେଲା ଚୀନ୍ !

Above Post Content

କାବୁଲ ବିମାନ ବନ୍ଦର ଏବେ ତାଲିବାନ କବଜାରେ । ଏହା ସହିତ ପୂରା ଆଫଗାନିସ୍ତାନ (ପଂଜଶୀରକୁ ଛାଡି) ଏବେ ତାଲିବା ଅଧିକାରରେ । ଆମେରିକା ବିଶ୍ୱ ଇତିହାସର ସବୁଠାରୁ ଲମ୍ବା ଯୁଦ୍ଧ ଲଢିଲା ସତ କିନ୍ତୁ ଶେଷରେ ତାକୁ ପରାଜୟ ମିଳିଛିତାଲିବାନ କହୁଛି ଏହି ଲମ୍ବା ଯୁଦ୍ଧରେ ସେମାନେ ବିଶ୍ୱ ମହାଶକ୍ତିକୁ ପରାସ୍ତ କରିଛନ୍ତି । କିନ୍ତୁ ବାସ୍ତବତା ଆଉ କିଛି । ବାସ୍ତବତା ହେଉଛି ଏହି ଯୁଦ୍ଧରେ ଆମେରିକା ହାରିଛି କିନ୍ତୁ ତାଲିବାନ ଜିତି ନାହିଁ । ଏହି ଯୁଦ୍ଧରେ ଡ୍ରାଗନର ବିଜୟ ହୋଇଛି୨୧ ବର୍ଷ ଧରି ଲଢା ଯାଇଥିବା ଏହି ଯୁଦ୍ଧ ଚୀନକୁ ଅଧିକ ଶକ୍ତିଶାଳୀ କରିଛି । ଆଉ ଏହି ଯୁଦ୍ଧର ଫଳାଫଳ ହେଉଛି ଚୀନ୍ ଏବେ ଆଫଗାନିସ୍ତାନ ଶକ୍ତି ସମୀକରଣରେ ମୁଖ୍ୟ ଖେଳାଳୀ ।

ଆତଙ୍କ ବିରୋଧରେ ମହଙ୍ଗା ଯୁଦ୍ଧ

After 2nd paragraph post ads

ଆତଙ୍କ ବିରୋଧରେ ଯୁଦ୍ଧ ଆମେରିକାକୁ ମହଙ୍ଗା ପଡିଛି । ଆଫଗାନିସ୍ତାନରେ ଆମେରିକା ୨ ଟ୍ରିଲିୟନ ଡଲାରରୁ ଅଧିକ ଖର୍ଚ୍ଚ କରିଥଇଲା । ସେହିଭଳି ଇରାକରେ ସଦ୍ଦାମଙ୍କୁ ତଡିବା ପାଇଁ ଆମେରିକା ପ୍ରାୟ ଦୁଇ ଟ୍ରିଲିୟନ ଡଲାର ବ୍ୟୟ କରିଥିଲା । ଆତଙ୍କ ବିରୋଧି ଯୁଦ୍ଧରେ ଏପର୍ଯ୍ୟନ୍ତ ଆମେରିକାର ୭ ହଜାର ସୈନିକ ଓ ୮ ହଜାର ଭଡାଟିଆ ସୈନିକ ପ୍ରାଣ ହରାଇଛନ୍ତି ।ଏହିଭଳି ଆମେରିକା ଗତ ୨୦ ବର୍ଷ ଭିତରେ ପାଖାପାଖି ୬ ଟ୍ରିଲିୟନ ଡଲାର ଖର୍ଚ୍ଚ କରିଛି । ଯାହା ତା’ ଅର୍ଥନୀତି ଉପରେ ବୋଝ । ଏହି ଅର୍ଥକୁ ଆମେରିକା ଋଣ ଭାବେ ଯୋଗାଡ କରିଥିଲା

Middle post content

ଆଫଗାନିସ୍ତାନ ଓ ଇରାକରେ ଗତ ୨୦ ବର୍ଷର ଯୁଦ୍ଧରେ ଆମେରିକା ଫସି ରହିଥିଲା । ଆଉ ଏହି ସମୟରେ ଚୀନ ଦ୍ରୁତ ଗତିରେ ବିକାଶ କରୁଥିଲା । ଆଜି ଚୀନ୍ ଏତେ ଶକ୍ତିଶାଳୀ ହୋଇଗଲାଣି ଯେ, ଏହା ଦକ୍ଷୀଣ ଚୀନ ସାଗରରେ ଆମେରିକାର ପ୍ରଭାବକୁ ଚ୍ୟାଲେଂଜ୍ କରୁଛି । ଏହି ୨୦ ବର୍ଷ ଭିତରେ ଆମେରିକା ଯୁଦ୍ଧରେ ପାଣି ଭଳି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଚୀନ୍ ନିଜ ନୌସେନାକୁ ଅଧିକ ଶକ୍ତିଶାଳୀ କରିଥିଲା । ଚୀନ ନୌସେନା ଏହା ଭିତରେ ଆମେରିକା ନୌସେନାଠାରୁ ମଧ୍ୟ ବଡ଼ ହୋଇ ସାରିଛି । ଏମିତିକି ଏହା ତାଇୱାନକୁ ଅଧିକାର କରିବାର ଧମକ ଦେଉଛି ।

ଚୀନର ମୁକାବିଲା କେମିତି କରିବେ ବାଇଡେନ୍ ?

ଆଫଗାନ୍ ଯୁଦ୍ଧରେ ଆମେରିକାର ପରାଜୟ କେବଳ ଜିଓ ପଲିଟିକ୍ସି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ନୁହେଁ । ଏହା ମଧ୍ୟ ବାଣିଜ୍ୟ ଦୃଷ୍ଟିରୁ ମହତ୍ୱପୂର୍ଣ୍ଣ । ଚୀନ ନିଜ ଶିଳ୍ପ ପାଇଁ ଯେଉଁ କଂଚାମାଲ ଚାହୁଁଛି ତାହା ତାକୁ ଆଫଗାନିସ୍ତାନରେ ମିଳିବ । ଆଫଗାନିସ୍ତାନର ତମ୍ବା, ସୁନା ଖଣି ଓ ଅନ୍ୟାନ୍ୟ ଖଣିଜ ସମ୍ପତି ଏବେ ଚୀନ ପାଇଁ ଉପଲବ୍ଧ । କାରଣ ଏହି ଖଣିଜ ପଦାର୍ଥକୁ ଉତ୍ତୋଳନ କରିବାର ଟେକ୍ନୋଲୋଜି ତାଲିବାନ ପାଖରେ ନାହିଁ । ଆଫଗାନିସ୍ତାନରୁ ଚୀନ ଯେଉଁ ରୋଜଗାର କରିବ ତାହା ବେଜିଂକୁ ଅଧିକ ଶକ୍ତିଶାଳୀ କରିବ ।

ବାଇଡେନଙ୍କ ପାଇଁ ଚୀନ ଏକ ବଡ ଚ୍ୟାଲେଂଜ୍ ହେବ । କାରଣ ଚୀନ ତାଇୱାନକୁ ନେଇ ଅଧିକ ଆକ୍ରାମକ ହେଲେ ଯୁଦ୍ଧର ଆଶଙ୍କା ରହିଛି । ବାଇଡେନଙ୍କ ପକ୍ଷରେ ତାଇୱାନ ଓ ଚୀନର ପ୍ରଭାବକୁ କେନ୍ଦ୍ର ଏସିଆରେ କ୍ଷୁର୍ଣ୍ଣ କରିବା ହେବ ସବୁଠାରୁ ବଡ଼ ଚ୍ୟାଲେଂଜ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami