ହାର୍ଟ୍ ଆଟାକ କ’ଣ ? ଯାହା ନେଇଛି ସିଦ୍ଧାର୍ଥ ଶୁକ୍ଲାଙ୍କ ଜୀବନ ?

Above Post Content

ଟିଭି ଦୁନିଆର ପ୍ରସିଦ୍ଧ ଅଭିନେତା ଓ ରିୟଲିଟି ସୋ’ ବିଗ୍ ବସ୍ ସିଜନ ୧୩ ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କର ମାତ୍ର ୪୦ ବର୍ଷ ବୟସରେ ହାର୍ଟ୍ ଆଟାକ କାରଣରୁ ଦେହାନ୍ତ ହୋଇ ଯାଇଛି । ଏହି ଖବର ନିଶ୍ଚିତ ଭାବେ ଦୁଃଖଦାୟକ କାରଣ ସିଦ୍ଧାର୍ଥ ଏମିତି ଗୋଟିଏ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି ଯେଉଁଠାରୁ ଯାତ୍ରା ଆରମ୍ଭ ହୁଏ । ସିଦ୍ଧାର୍ଥ ଦୈନିକ ବ୍ୟୟାମ କରୁଥିଲେ । ସେ ଥିଲେ ଗ୍ଲାମର ଦୁନିଆର ସବୁଠାରୁ କିଛି ଫିଟ୍ ଅଭିନେତାଙ୍କ ମଧ୍ୟରୁ ଜଣେ । ତଥାପି ତାଙ୍କୁ ହାର୍ଟ୍ ଆଟାକ ହେବା ଅନେକଙ୍କୁ ଚକିତ୍ କରିଛି । ତେବେ ଏହି ହାର୍ଟ ଆଟାକ୍ କ’ଣ ? କେମିତି ହୁଏ ? କ’ଣ ଏହାର ଲକ୍ଷଣ ?

ହୃଦୟ ମଣିଷ ସରକାରର ଏକ ମହତ୍ୱପୂର୍ଣ୍ଣ ମାଂସପେଶୀ । ଯାହା ଏକ ପମ୍ପ ଭଳି କାମ କରିଥାଏ । ଆମ ହୃଦୟର ଆକାର ହାତ ମୁଠା ଭଳି ହୋଇଥାଏ । ଏହା ଛାତିର ବାମ ପଟେ ଦୁଇ ଫୁସଫୁସ ମଧ୍ୟରେ ଥାଏ । ଏହା ଲଗାତର ଭାବେ ସଂକୁଚିତ ଓ ପ୍ରସାରିତ ହୋଇଥାଏ । ସଂକୁଚିତ ଓ ପ୍ରସାରିତ ହେବା ଦ୍ୱାରା ଆମ ଶରିରର ରକ୍ତବାହିକାକୁ କ୍ରମାଗତ ଭାବେ ରକ୍ତ ମିଳିଥାଏ ।

After 2nd paragraph post ads

କେତେ ସମୟ ପାଇଁ ଏହା ସଠିକ ଭାବେ କାମ କରିଥାଏ ?

ହୃଦୟ ଏକ ମାଂସପେଶୀ ହୋଇଥାଏ । ତେଣୁ ଏହା ମଧ୍ୟ କାମ କରିବା ପାଇଁ ରକ୍ତ ଆବଶ୍ୟକ କରିଥାଏ । ରକ୍ତ ଧମନୀ ଯାହା ହୃଦୟକୁ ରକ୍ତ ଦେଇଥାନ୍ତି ସେମାନଙ୍କୁ କରୋନାରୀ ଧମନୀ କୁହନ୍ତି । ଏହି ଧମନୀ ହୃଦୟ ପାଇଁ ବହୁତ ଜରୁରୀ ହୋଇଥାଏ । ଏହି ଧମନୀ ହୃଦୟକୁ ରକ୍ତ ଦେବା ପର୍ଯ୍ୟନ୍ତ ହୃଦୟ ଠିକରେ କାମ କରିଥାଏ । ରକ୍ତ ମିଳିବା ବନ୍ଦ ହୋଇଗଲେ ହୃଦୟ ମଧ୍ୟ କାମ କରିବା ବନ୍ଦ କରିଦିଏ । ଯାହାର ଅର୍ଥ ହେଉଛି ମୃତ୍ୟୁ ।

ହାର୍ଟ୍ ଆଟାକ୍ କେମିତି ଆସେ ?

ହାର୍ଟ ଆଟାକ ଅର୍ଥ ହେଉଛି ରକ୍ତ ଅଭାବ କାରଣରୁ କୌଣସି ଅଂଶ ନଷ୍ଟ ହୋଇଯିବା । ଏହାର ଅନେକ କାରଣ ରହିଥାଏ । ଯଦି ହୃଦୟକୁ ରକ୍ତ ଯୋଗାଉ ଥିବା ଧମନୀ ମଧ୍ୟରେ ବ୍ଲକେଜ୍ ସୃଷ୍ଟି ହୁଏ ତେବେ ହୃଦୟକୁ ରକ୍ତ ପ୍ରବାହିତ ହୋଇ ପାରେନା । ଫଳରେ ହୃଦୟରେ ଯନ୍ତ୍ରଣା ହୋଇଥାଏ । ଏହାକୁ ଏଞ୍ଜାଇନା ଫେକ୍ଟୋରିସ କୁହାଯାଏ । ଅନେକ ସମୟରେ ଅମ୍ଲଜାନ ନମିଳିବା ଯୋଗୁ ମଧ୍ୟ ଏଭଳି ସ୍ଥିତି ସୃଷ୍ଟି ହୋଇଥାଏ ।

ହୃଦଘାତର ଲକ୍ଷଣ କ’ଣ ?

Middle post content

ହୃଦଘାତ ସମୟେର କିଛି ବିଶେଷ ଲକ୍ଷଣ ଦେଖିବାକୁ ମିଳିଥାଏ । ଯେମିତିକି..

  • ପ୍ରଥମେ ହୃଦୟରେ ଭିଷଣ ଯନ୍ତ୍ରଣା
  • ବାମ ହାତରେ ଅସହନୀୟ ଯନ୍ତ୍ରଣା
  • ବାମ ହାତ ଶିଥଳ ହୋଇଯିବା
  • ନିଶ୍ୱାସ ନେବାରେ ସମସ୍ୟା
  • ଯୋରରେ ନାଡ଼ି ଚାଲିବା
  • ହୃଦଘାତର ଶିକାରଙ୍କ ଶରିର ଓ ମନ ଅସ୍ଥିର ହୁଏ
  • ନିଶ୍ୱାସ ରୁନ୍ଧି ହେଲା ଭଳି ଲାଗେ

ଅଧିକ ଧୂମପାନ ଓ ଫ୍ୟାଟି ଖାଦ୍ୟ ହୃଦଘାତର ବଡ଼ କାରଣ

ଅଧିକ ଫ୍ୟାଟି ଖାଦ୍ୟ ଓ ଧୂମପାନ ଦ୍ୱାରା ହୃଦଘାତର ଆଶଙ୍କା ବଢିଯାଇଥାଏ । ଏହା ସହିତ ଅନେକ ସମୟରେ ଆନୁବଂଶିକ କାରଣରୁ ମଧ୍ୟ ହୃଦୟ ରୋଗ ହୋଇଥାଏ ।

କେବେ କରାଇବେ ଚେକ୍ ଅପ୍ ?

୩୫ ବର୍ଷରୁ ଅଧିକ ବ୍ୟକ୍ତି ଯିଏ ହାଇ କୋଲେଷ୍ଟ୍ରୋଲ, ବିପି ଓ ଡାଇବେଟିକ୍ସ କିମ୍ବା ମେଦବହୁଳତା ଶିକାର ହୋଇଥିବେ ସେମାନଙ୍କ ପକ୍ଷରେ ନିୟମିତ ହୃଦୟ ଯାଂଚ ଜରୁରୀ ହୋଇଥାଏ । ଏହା ସହିତ ଯଦି ଆପଣଙ୍କ ପରିବାରରେ ମଧ୍ୟ ଏହି ରୋଗ ଥାଏ ତେବେ ଆପଣଙ୍କୁ ସତର୍କତା ସ୍ୱରୁପ ନିୟମିତ ଚେକ୍ ଅପ୍ କରାଇବାକୁ ପଡିବ ।

ଛାତିରେ ସବୁ ପ୍ରକାର ଯନ୍ତ୍ରଣା କ’ଣ ହାର୍ଟ୍ ଆଟାକର ଲକ୍ଷଣ ?

ଛାତିରେ ସବୁ ପ୍ରକାରର ଯନ୍ତ୍ରଣା ହାର୍ଟ ଆଟାକର ସଙ୍କେତ ନୁହେଁ । ଯଦି ଆପଣଙ୍କ ଛାତିର ମଧ୍ୟ ଭାଗରେ କିମ୍ବା ଆପଣଙ୍କ ବାହୁ, ଅଣ୍ଟାର ଉପରି ଭାଗରେ, ଥୋଡି, ବେକ ଓ ପେଟର ଉପର ଭାଗରେ ନୂଆ ପ୍ରକାରର ଯନ୍ତ୍ରଣା ୫ ମିନିଟର ଅଧିକ ସମୟ ଧରି ଲାଗି ରହେ, ତେବେ ତୁରନ୍ତ ଡାକ୍ତରଙ୍କୁ ସମ୍ପର୍କ କରନ୍ତୁ । ଏହା ମେଦବହୁଳତା ହୋଇପାରେ । କିନ୍ତୁ ଯଦି ଛାତି ଯନ୍ତ୍ରଣା କ୍ଷଣିକ ହୋଇଥାଏ ବା ଛୁଞ୍ଚି ଲାଗିଲା ଭଳି ଅନୁଭବ ହୋଇଥାଏ, ତେବେ ଏହାର କାରଣ ଆଉ କିଛି ହୋଇପାରେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami