ଏବେ ବୈଖନାଗଙ୍କୁ ପୂଜା କରୁଛନ୍ତି ଉଦ୍ଧାରକାରୀ ଟିମ୍

Above Post Content

ଉତ୍ତରାଖଣ୍ଡ ଟନେଲ୍ ଦୁର୍ଘଟଣାରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଲାଗିପଡିଛନ୍ତି ସମସ୍ତେ । ଉଦ୍ଧାର କାର୍ଯ୍ୟ ସହ ଚାଲିଛି ପୂଜାର୍ଚ୍ଚନା । ବୈଷୟିକ ତ୍ରୁଟି ଯୋଗୁଁ ବନ୍ଦ ରହିଥିବା ଖନନ ପ୍ରକ୍ରିୟା ପୁଣି ଥରେ ଆରମ୍ଭ ହେବା ପରେ ନୂଆ ଆଶା ସଞ୍ଚାର ହୋଇଛି । ତେବେ ୧୪ ଦିନ ଧରି ଜୀବନ ମରଣର ସଂଘର୍ଷ କରୁଛନ୍ତି ୪୧ ଶ୍ରମିକ । ଯାନ୍ତ୍ରିକ ପ୍ରଚେଷ୍ଟା ଭିତରେ ମନରେ ଉଙ୍କି ମାରିଛି ବିଶ୍ୱାସ ଅନ୍ଧବିଶ୍ୱାସର ଭାବନା । କାରଣ ଯେଉଁଠାରେ ଟନେଲ ନିର୍ମାଣ ହୋଇଛି ସେଠାରେ ପୂଜା ପାଉଥିଲେ ବୈଖନାଗ ଠାକୁର । ଠାକୁରଙ୍କ ପାଇଁ ନୂଆ ସ୍ଥାନ ନିର୍ମାଣ ନ କରି ଠାକୁରଙ୍କ ସ୍ଥାନରେ ଟନେଲ କାର୍ଯ୍ୟ ଆରମ୍ଭ କରାଯାଇଥିବାରୁ ଏଭଳି ଅଘଟଣ ଘଟିଥିଲା ବୋଲି କହିଛନ୍ତି ସ୍ଥାନୀୟ ଲୋକେ । ତେଣୁ ଏହାକୁ ବିଶ୍ୱାସ କରି ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟ ସହ ଠାକୁରଙ୍କ ପୂଜାର୍ଚ୍ଚନା ମଧ୍ୟ କରାଯାଇଛି । ଆଉ ଏହି ପୂଜାରେ ସାମିଲ ହୋଇଛନ୍ତି ରେସକ୍ୟୁ ଟିମ୍ ।

ଟନେଲ ଚାରିପଟେ ବୁଲିଲା ଠାକୁରଜୀଙ୍କ ଡ଼ୋଲି

After 2nd paragraph post ads
Middle post content

ଟନେଲ ଦୁର୍ଘଟଣା ପରେ ପରେ ଗ୍ରାମବାସୀ କହିଥିଲେ, ଟନେଲ ନିର୍ମାଣ ପୂର୍ବରୁ ଏଠାରେ ବୈଖନାଥ ଠାକୁରଙ୍କ ମନ୍ଦିର ଥିଲା । ମନ୍ଦିର ହଟାଯିବାରୁ ଏଭଳି ଅଘଟଣ ହେଲା ବୋଲି ସେମାନେ କହିଥିଲେ । ଉତ୍ତରାଖଣ୍ଡର ମୃତ୍ୟୁଯନ୍ତା ଟନେଲ ଭିତରେ ଶ୍ରମିକମାନେ ଏବେ ବି ଫଶି ରହିଛନ୍ତି । ସେମାନଙ୍କ ମୁକ୍ତି ପାଇଁ ଅନବରତ ପ୍ରଚେଷ୍ଟା ଜାରି ରହିଛି । ମାଟି ତଳେ ଫଶିଥିଲେ ବି ଖାଦ୍ୟ ପହଞ୍ଚୁଛି ତାଙ୍କ ପାଖରେ । ଏତେ ସବୁ ତମାମ ଘଟଣା ଭିତରେ ଦେଖିବାକୁ ମିଳିଥିଲା ଗୋଟିଏ ଅଲଗା ମାହୋଲ । ଯେଉଁଠି ଜେସିବି ଆଉ ବଡ ବଡ ମେଶିନର କୋଳାହଳ ଥିଲା ସେଠି ଧାର୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଘଣ୍ଟା, ଘଣ୍ଟି ଧୁପ ଦୀପର ଗହଳି ଭିତରେ ଠାକୁରଙ୍କ ବିମାନଟିଏ ଲୋକଙ୍କ କାନ୍ଧରେ ଥିଲା । ସ୍ଥାନୀୟ ଭାଷାରେ ଏହାଙ୍କୁ ଠାକୁର ଜୀ କି ଡୋଲି ବୋଲି କୁହାଯାଇଥାଏ । ତେବେ ଟନେଲ ନିର୍ମାଣ ପୂର୍ବରୁ ଦିଅଁଙ୍କ ମନ୍ଦିରକୁ ଉଚ୍ଛେଦ କରାଗଲା, କିନ୍ତୁ ଟନେଲ ନିର୍ମାଣ ପୂର୍ବରୁ ନୂଆ ମନ୍ଦିର ନିର୍ମାଣ କରାଗଲା ନାହିଁ । ହୁଏତ ଦୈବୀ କୋପରୁ ଘଟିଗଲା ଏତେ ବଡ ଅଘଟଣ ।

ହରିବୋଲ ହୁଳହୁଳିରେ କମ୍ପୁଛି ଟନେଲସ୍ଥଳ

ଠାକୁରଙ୍କ ପୂଜାର୍ଚ୍ଚନା ପରେ ସ୍ଥିତି ଟିକେ ଅଲଗା ହୋଇଛି । ଶ୍ରମିକଙ୍କୁ ରକ୍ଷା କରୁଛନ୍ତି ବୈଖନାଗ । ଏହାକୁ ଆପଣ ବିଶ୍ୱାସ କହିପାରନ୍ତି, କିନ୍ତୁ ଅନ୍ଧବିଶ୍ୱାସ କହିପାରିବେ ନାହିଁ । ଦିଅଁ ଦେବତାଙ୍କ କୃପାକୁ ପାଥେୟ କରି ଚଳିବା ଆଦୌ ମୁର୍ଖାମୀ ନୁହେଁ । ପ୍ରାରବ୍ଧ ଯାହା ବି ହେଉ ନା କାହିଁ, ପ୍ରଚେଷ୍ଟା କରିବା ହିଁ ପ୍ରକୃତ ଧର୍ମ । ହୁଏତ ଏଇ କଥାକୁ ଉପଲବ୍ଧି କରିବା ପରେ ଆଜି ପୁଣିଥରେ ଠାକୁରଙ୍କ କୃପାକୁ ସମସ୍ତେ ଭରସିଛନ୍ତି । ବିମାନରେ ବସି ଠାକୁରଙ୍କ ଚଉଦୋଳ ବା ଡୋଲି, ଟନେଲ ନିର୍ମାଣସ୍ଥଳ ପରିକ୍ରମା କରିଛି । ଲୋକେ ହରିବୋଲ ହୁଳହୁଳି ଦେଇଛନ୍ତି । ଆଉ ସମସ୍ତଙ୍କ ବିଶ୍ୱାସ ଏଥର ଦୈବୀ କୃପାରୁ ସବୁ ଠିକ୍ ଦେଇଯିବ । ଫଶିଥିବା ସମସ୍ତ ଶ୍ରମିକ ମୁକୁଳି ଆସିବେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami