ଦୁନିଆର କ୍ଷୁଦ୍ରତମ ବାଦୁଡ଼ି, ଯାହାର ଓଜନ ୨ଗ୍ରାମ୍‌

Above Post Content

ସମଗ୍ର ପୃଥିବୀରେ ପ୍ରାୟ ୬୪୦୦ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ ଅଛନ୍ତି । ସେଥିମଧ୍ୟରୁ ବମ୍ବଲ୍‌ବି ବ୍ୟାଟ୍ ସବୁଠୁ କ୍ଷୁଦ୍ରତମ ବୋଲି ଗିନିଜ୍ ୱାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇଛି । ଏହା ଦେଖିବା ପାଇଁ ଏତେ ଛୋଟ ଯେ, ଯିଏ ଦେଖୁଛି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ଏହାର ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଏହା ସମ୍ପର୍କରେ କିଛି ରୋଚକ ତଥ୍ୟ ସାମ୍ନାକୁ ଆସିଛି ।

ଦୁଇଟି ଦେଶରେ ଦେଖାଯାନ୍ତି ଏପରି ବାଦୁଡ଼ି

After 2nd paragraph post ads
Middle post content

କ୍ଷୁଦ୍ରତମ ବାଦୁଡ଼ି ପ୍ରଜାତି, ଯାହାକୁ ବମ୍ବଲ୍‌ବି ବ୍ୟାଟ୍ ବା କିଟିସ୍ ହଗ୍ ନୋଜ୍‌ଡ ବ୍ୟାଟ୍ ବୋଲି କୁହାଯାଏ । କିଟି ଥଙ୍ଗ୍‌ଲଙ୍ଗୟା ଏହି ବାଦୁଡ଼ି ପ୍ରଜାତିକୁ ଆବିଷ୍କାର କରିଥିଲେ । ଏହାର ଓଜନ ମାତ୍ର ୨ଗ୍ରାମ୍ । ଏହାର ଲମ୍ବା ୨୯ରୁ ୩୩ମିଲିମିଟର ହୋଇଥିବା ବେଳେ ଡେଣାର ଲମ୍ବ ୧୭୦ମିଲିମିଟର । ଏପରି ବାଦୁଡ଼ି ମାତ୍ର ଦୁଇଟି ଦେଶରେ ଦେଖାଯାଆନ୍ତି । ଥାଇଲାଣ୍ଡର ଦକ୍ଷିଣ-ପଶ୍ଚିମ ଭାଗରେ ରହିଛି ଅନେକ ଚୂନ ପଥର ଗୁମ୍ଫା । ଉକ୍ତ ଗୁମ୍ଫା ଭିତରେ ଏହି କ୍ଷୁଦ୍ର ବାଦୁଡ଼ି ପ୍ରଜାତି ବାସକରନ୍ତି । ଏହା ବ୍ୟତୀତ ମ୍ୟାନ୍‌ମାରରେ ମଧ୍ୟ ଏହି ବାଦୁଡ଼ି ଦେଖାଯାଆନ୍ତି ।

୫ରୁ ୧୦ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାନ୍ତି ଏହି ବାଦୁଡ଼ି

୨୦୦୮ ପର୍ଯ୍ୟନ୍ତ ହୋଇଥିବା ଏକ ଗବେଷଣା ରିପୋର୍ଟ ଅନୁଯାୟୀ, ଥାଇଲାଣ୍ଡର ୪୪ଟି ଏବଂ ମ୍ୟାନ୍‌ମାରର ୫ଟି ଗୁମ୍ଫା ଭିତରେ ଏହି ବାଦୁଡ଼ି ଥିବା ଦେଖିବାକୁ ମିଳିଥିଲା । ପିଠିରେ ଗାଢ଼ ଲାଲ୍‌-ମାଟିଆ କିମ୍ବା ଧୂସର ରଙ୍ଗର ଲୋମ ଥିବା ବେଳେ ପେଟ ପଟେ ଛୋଟ ଲୋମ ଥାଏ । ଏପ୍ରିଲ୍ ମାସରେ ଏହି ବାଦୁଡି ଛୁଆ ଜନ୍ମ କରିଥା’ନ୍ତି । ଥରକରେ ଏମାନେ ମାତ୍ର ଗୋଟିଏ ଛୁଆ ଜନ୍ମ ଦିଏ । ଏହି ପ୍ରଜାତିର ବାଦୁଡ଼ି ୫ରୁ ୧୦ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାନ୍ତି । ସନ୍ଧ୍ୟା ହେଲେ ସେମାନେ ମାତ୍ର ୩୦ ମିନିଟ୍ ପର୍ଯ୍ୟନ୍ତ ଗୁମ୍ଫାରୁ ବାହାରକୁ ଯାଇଥା’ନ୍ତି । ନିଜ ଗୁମ୍ଫାଠାରୁ ମାତ୍ର ୧ କିଲୋମିଟର ଦୂରତା ମଧ୍ୟରେ ସେମାନେ ନିଜ ଖାଦ୍ୟ ଖୋଜି ଫେରିଆସନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami