୧୩୫ କିମି ଚାଲି ଚାଲି ରାମ ମନ୍ଦିରରେ ପହଞ୍ଚିଲେ ମୁସ୍‌ଲିମ୍ ଭକ୍ତ

Above Post Content

ଅଯୋଧ୍ୟା : ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ହେବା ପରେ ଦିନକୁ ଦିନ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି । ରାମଲଲାଙ୍କ ଟିକେ ଦର୍ଶନ କରିବା ପାଇଁ ଭକ୍ତ ପୁରା ବ୍ୟାକୁଳ । ସେଥିଲାଗି କାହିଁ କେଉଁ ଆଢୁ ଭକ୍ତଙ୍କ ସୁଅ ଛୁଟିବାରେ ଲାଗିଛି । ପ୍ରଭୁ ଶ୍ରୀରାମଙ୍କ ପାଇଁ ସଭିଏଁ ହୋଇଯାଇଛନ୍ତି ଏକାକାର । ଆଜି ଅଯୋଧ୍ୟା ଜାତି, ଧର୍ମ ଓ ସଦ୍‌ଭାବନାର ପରିଚୟ ବାଣ୍ଟୁଛି । ଏହି କ୍ରମରେ ଲକ୍ଷ୍ନୌରୁ ୧୩୫ କିଲୋମିଟର ଚାଲି ଚାଲି ଅଯୋଧ୍ୟାରେ ପହଞ୍ଚିି ରାମଲଲାଙ୍କର ଦର୍ଶନ କରିଛନ୍ତି ମୁସଲିମ ରାମ ଭକ୍ତ ।

Middle post content

ଦିନକୁ ଚାଲୁଥିଲେ ୨୫ କିମି

After 2nd paragraph post ads

ଶତାଧିକ ମୁସଲମାନ ରାମ ଭକ୍ତଙ୍କ ଏକ ଟିମ୍ ଜାନୁଆରୀ ୨୫ରେ ଲକ୍ଷ୍ନୌରୁ ବାହାରି ଜାନୁଆରୀ ୩୦ରେ ଶ୍ରୀ ରାମ ମନ୍ଦିରରେ ପହଞ୍ଚିଥିଲେ । ପରେ ରାମଲଲାଙ୍କ ଦର୍ଶନ ବି କରିଥିଲେ । ସମସ୍ତେ ଭଗବାନ ଶ୍ରୀ ରାମଙ୍କ ଦର୍ଶନ ଲାଭ କରି ଆନନ୍ଦିତ ହୋଇଥିଲେ । ଲକ୍ଷ୍ନୌ ଠାରୁ ଅଯୋଧ୍ୟା ପର୍ଯ୍ୟନ୍ତ ମୁସଲିମ ରାମ ଭକ୍ତମାନେ ଗଙ୍ଗା-ଯମୁନା ସଂସ୍କୃତିର ଉଦାହରଣ ଉପସ୍ଥାପନ କରିଛନ୍ତି । ମୁସଲମାନ ରାମ ଭକ୍ତମାନେ ପ୍ରତି ଦିନ ୨୫ କିଲୋମିଟର ଯାତ୍ରା କରିଥିଲେ । ଲକ୍ଷ୍ନୌରୁ ଅଯୋଧ୍ୟା ପର୍ଯ୍ୟନ୍ତ ଦୂରତା ପ୍ରାୟ ୧୩୫ କିଲୋମିଟର । ଚାଲି ଚାଲି ଅଯୋଧ୍ୟାରେ ପହଞ୍ଚିବାକୁ ପ୍ରାୟ ପାଞ୍ଚ ଦିନ ସମୟ ଲାଗିଥିଲା । ମୁସଲମାନ ସମ୍ପ୍ରଦାୟର ଲୋକମାନେ ଭଗବାନ ଶ୍ରୀ ରାମଙ୍କୁ ସେମାନଙ୍କର ପୂର୍ବଜ ବୋଲି ଭାବନ୍ତି । କେତେକ ଲୋକ ପ୍ରଭୁ ରାମଙ୍କୁ ସେମାନଙ୍କର ଭବିଷ୍ୟଦ୍‌ବକ୍ତା ବୋଲି କହନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami