ବୋହୂ ଖୁଟ୍‌ଖା ଖାଇବାରୁ ଥାନାରେ ପହଞ୍ଚିଲେ ଶାଶୁଘର ଲୋକ

Above Post Content

ଆଗ୍ରା: ଉତ୍ତର ପ୍ରଦେଶ ଆଗ୍ରା ଅଞ୍ଚଳରେ ଏବେ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଜଣେ ନବ ବିବାହିତା ବୋହୂର ଗୁଟ୍‌ଖା ଖାଇବା ନିଶା ଘଟଣାକୁ ନେଇ ଶାଶୁଘର ଲୋକେ ଥାନାରେ ପହଞ୍ଚିଥିଲେ । ସ୍ଥିତି ଏମିତି ହେଲା ଯେ ଛାଡପତ୍ର ଯାଏଁ ମଧ୍ୟ ପହଞ୍ଚିିଥିଲା କଥା ।ଶାଶୁଘର ଲୋକ ଗୁଟଖା ନ ଖାଇବା ପାଇଁ ବୋହୂକୁ ଯେତେ ବୁଝାଇଲେ ମଧ୍ୟ ବୋହୂ କାହା କଥା ଶୁଣୁ ନ ଥିବା ସହ ସବୁବେଳେ ଓଢଣା ଟାଣି ଗୁଟଖା ଖାଉଥିବା ଅଭିଯୋଗ ହୋଇଥିଲା । ତେବେ ଏହି ଘଟଣାକୁ ନେଇ ନିଜ ସ୍ୱାମୀଙ୍କର ଅବୈଧ ସମ୍ପର୍କ ଥିବା ପାଲଟା ଅଭିଯୋଗ ଆଣିଛନ୍ତି ବୋହୂ । ସେ ଲିଖିତ ଭାବରେ ପୋଲିସ ପାଖରେ ଅଭିଯୋଗ କରିଛନ୍ତି ।

Middle post content

ଗୁଟ୍‌ଖା ନ ଛାଡ଼ିଲେ ସ୍ୱାମୀ ଦେବେ ଛାଡ଼ପତ୍ର

After 2nd paragraph post ads

ସ୍ୱାମୀ-ସ୍ତ୍ରୀ ଝଗଡା ଭିତରେ ସ୍ୱାମୀ ଅଭିଯୋଗ ଆଣିଛନ୍ତି, ତାଙ୍କ ସ୍ତ୍ରୀ ପ୍ରତିଦିନ ସକାଳୁ ଉଠିବା ମାତ୍ରେ ଓଢଣା ଟାଣି ଗୁଟଖା ଖାଆନ୍ତି । ଗୁଟଖା ଚୋବାଇ ସେ ଘର କାମ କରିବାବେଳେ ଏପାଖ-ସେପାଖରେ ପାନଛେପ ପକାଇଥାନ୍ତି । ପରିବାର ଲୋକ ବହୁବାର ବୁଝାଇବାକୁ ଚେଷ୍ଟା କରିଥିଲେ । ହେଲେ ସେ ଗୁଟଖା ଛାଡିଲେ ନାହିଁ । ତାଙ୍କୁ ଛାଡପତ୍ର ଦେବାକୁ ନିତ୍ତ ନେଇଛନ୍ତି ବୋଲି ମହିଳାଙ୍କ ସ୍ୱାମୀ ସ୍ପଷ୍ଟ କରିଛନ୍ତି । ଏହି ଘଟଣାରେ ସେ ମୋ ଉପରେ ମିଥ୍ୟା ଅଭିଯୋଗ ଲଗାଉଛନ୍ତ ବୋଲି ବ୍ୟକ୍ତିଜଣକ କହିଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରୀ ରହିଥିବା କହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami