ଦ କାଶ୍ମୀର ଫାଇଲର ନୂଆ ରେକର୍ଡ୍, ଲଗାତର ପଂଚମ ଦିନରେ ସର୍ବାଧିକ ଆୟ କରିବାରେ ପ୍ରଥମ

Above Post Content

ଦ କାଶ୍ମୀର ଫାଇଲ ଗୋଟିଏ ପରେ ଗୋଟିଏ ନୂଆ ରେକର୍ଡ କରିବାରେ ଲାଗିଛିମାତ୍ର ୬ କୋଟିର ଏହି ଫିଲ୍ମ ୧୦୦ କୋଟି କ୍ଲବ୍ ଆଡକୁ ଆଗେଇ ଚାଲିଥିବା ବେଳେ ବୁଧବାର ଦିନ ଆଉ ଏକ ରେକର୍ଡ କରିଛି । ଏହା ବଲିଉଡର ଏଭଳି ପ୍ରଥମ ଫିଲ୍ମ ଭାବେ ନିଜ ନାମ ଇତିହାସରେ ଲିପିବଦ୍ଧ କରିଛି, ଯାହା ପଂଚମ ଦିନରେ ବାକି ଦିନଠାରୁ ଅଧିକ ଆୟ କରିଛିଅର୍ଥାତ ଯାହାର ଆୟ ଦିନ ସହ ବଢି ଚାଲିଛି । ପଂଚମ ଦିନରେ ଏହି ଫିଲ୍ମ ୧୮ କୋଟି ଟଙ୍କାର ବ୍ୟବସାୟ କରି ନୂଆ କିର୍ତ୍ତିମାନ ସ୍ଥାପନ କରିଛି ।

ପଂଚମ ଦିନରେ ବି ବକ୍ସ ଅଫିସର ବାଦଶା’

After 2nd paragraph post ads

ଦ କାଶ୍ମୀର ଫାଇଲ ପଂଚମ ଦିନରେ ବିଜନେସର ନୂଆ ବେଂଚ୍ ମାର୍କ ପ୍ରତିଷ୍ଠା କରିଛି । ଫିଲ୍ମ ରିଲିଜର ପଂଚମ ଦିନରେ ୧୮ କୋଟି ଟଙ୍କା ଆୟ କରିଛି । ଚତୁର୍ଥ ଦିନରେ ଫିଲ୍ମର ଆୟରେ ୨୦ ପ୍ରତିଶତ ବୃଦ୍ଧି ଘଟିଥିଲା । ଏହାସହିତ କାଶ୍ମୀର ଫାଇଲ ଅକ୍ଷୟ କୁମାରଙ୍କ ସୂର୍ଯ୍ୟବଂଶୀ, ଆଲିଆ ଭଟ୍ଟଙ୍କ ଗଙ୍ଗୁବାଇ କାଠିୟାବାଡି ଓ ରଣବୀର ସିଂହଙ୍କ ୮୩କୁ ପଛରେ ପକାଇ ଦେଇଛି । ସାଧାରଣତଃ ଫିଲ୍ମ ରିଲିଜ ପରେ ୱିକ୍ ଡେ’ରେ କମ ବ୍ୟବସାୟ କରିଥାଏ । କାରଣ ଏହି ଦିନ ଗୁଡିକରେ ଲୋକ ଅଫିସ ତଥା ଅନ୍ୟକାର୍ଯ୍ୟରେ ବ୍ୟସ୍ତ ଥାନ୍ତି । ତେଣୁ ବକ୍ସ ଅଫିସରେ ଭଲ ବ୍ୟବସାୟ ହୋଇନଥାଏ । କିନ୍ତୁ ଦ କାଶ୍ମୀର ଫାଇଲ ଉପରେ ଏହାର ପ୍ରଭାବ ପଡିନାହିଁ । ଶନିବାର ଓ ରବିବାର ଛୁଟି ପରେ ମଧ୍ୟ ଏହି ଫିଲ୍ମ ଭଲ ବ୍ୟବସାୟ କରୁଛି । ଶନିବାର ଓ ରବିବାର ବ୍ୟବସାୟ ତୁଳନାରେ ଏହି ଫିଲ୍ମ ସୋମବାରଠାରୁ ଅଧିକ ଭଲ ପ୍ରଦର୍ଶନ କରୁଛି । ୧୮ ମାର୍ଚ୍ଚରେ ଅକ୍ଷୟକୁମାରଙ୍କ ଫିଲ୍ମ ବଚ୍ଚନ ପାଣ୍ଡେ ଆସୁଥିବା ବେଳେ ଏହା କେମିତି କାଶ୍ମୀର ଫାଇଲକୁ ପ୍ରଭାବିତ କରିବ ତାହା ଦେଖିବାକୁ ବାକି ରହିଲା ।

କୋଭିଡ୍ ପୂର୍ବ ଓ ପର ରେକର୍ଡ୍ ଭାଙ୍ଗୁଛି

Middle post content

ଫିଲ୍ମ ଟ୍ରେଡ୍ ଆନାଲିଷ୍ଟ ତରଣ ଆଦର୍ଶଙ୍କ ଅନୁସାରେ ଏହି ଫିଲ୍ମ କୋଭିଡ୍ ପୂର୍ବରୁ ଓ ପରେ ରିଲିଜ୍ ହୋଇଥିବା ଫିଲ୍ମଙ୍କ ସୋମବାର, ମଙ୍ଗଳବାର ଓ ବୁଧବାର ରେକର୍ଡକୁ ଭାଙ୍ଗିଛି ।

କୋଭିଡ୍ ପରେ ରିଲିଜ୍ ହୋଇଥିବା ’ସୂର୍ଯ୍ୟବଂଶୀ’ ମଙ୍ଗଳବାର ଦିନ ୧୧.୨୨ କୋଟି,ଗଙ୍ଗୁବାଇ ୧୦କୋଟି ଓ ‘୮୩‘ ୬.୭୦ ଲକ୍ଷ ଆୟ କରିଥିଲା । ଅନ୍ୟପକ୍ଷରେ କୋଭିଡ୍ ପୂର୍ବରୁ ରିଲିଜ୍ ହୋଇଥିବା ତାହ୍ନାଜୀ ମଙ୍ଗଳବାର ଦିନ ୧୫ କୋଟି ୨୮ ଲକ୍ଷ ଟଙ୍କା ଓ ଉରି : ଦି ସର୍ଜିକାଲ ଷ୍ଚ୍ରାଇକ୍ ୯ କୋଟି ୫୭ ଲକ୍ଷ ଟଙ୍କା ଆୟ କରିଥିଲା । ଅନ୍ୟପକ୍ଷରେ ଏହି ଦିନ ୧୮ କୋଟିରୁ ଅଧିକ ଆୟ କରିଛି ।

ଶହେ କୋଟି ଅଭିମୁଖେ କାଶ୍ମୀର ଫାଇଲ୍

ପଂଚମ ଦିନରେ ଫିଲ୍ମର ମୋଟ ଆୟ ୬୦ କୋଟି ଛୁଇଁଛି । ଯେଉଁ ହିସାବରେ ଦିନକୁ ଦିନ ଏହାର ଆୟ ବୃଦ୍ଧି ପାଉଛି ତାକୁ ଦେଖିଲେ ଲାଗୁଛି ଯେ, ଆଗାମୀ ଏକ ସପ୍ତାହରୁ କମ ସମୟରେ ଏହା ଏକ ଶହ କୋଟି ଛୁଇଁବମାତ୍ର ୬ କୋଟି ଟଙ୍କାରେ ନିର୍ମିତ ଫିଲ୍ମ ପାଇଁ ଏହା ବଡ଼ ଉପଲବ୍ଧି ହେବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami