ଅଗ୍ନିଶମ ବିଭାଗରେ ସାମିଲ ହେବ ରୋବଟ୍ ଓ ସର୍ଚ୍ଚ କ୍ୟାମେରା

Above Post Content

ଭୁବନେଶ୍ୱର : ଏଣିକି ଅଗ୍ନିଶମ ବିଭାଗରେ ସାମିଲ ହେବ ରୋବଟ୍ ଓ ସର୍ଚ୍ଚ କ୍ୟାମେରା । ଅଗ୍ନିଶମ ପ୍ରତିଷ୍ଠା ସପ୍ତାହରେ ଏହା ସର୍ବସାଧାରଣରେ ପ୍ରଦର୍ଶିତ କରାଯିବ । ବିପର୍ଯ୍ୟୟ ମୁକାବିଲା ଏବଂ ଉଦ୍ଧାର କାର୍ଯ୍ୟରେ ଓଡ଼ିଶାର ଅଗ୍ନିଶମ ବିଭାଗ ସବୁଠୁ ଆଗରେ ରହିଛି । ତେଣୁ ଅଗ୍ନିଶମ ବିଭାଗ ଏବେ ନୂତନ ଓ ଉନ୍ନତ ବୈଷୟିକ ଜ୍ଞାନକୌଶଳ ଆପଣାଉଛି । ଏହା ଉଦ୍ଧାର କାର୍ଯ୍ୟରେ ବେଶ୍ ସହାୟକ ହେବ । କିଛି ଦିନ ତଳେ, ଅଗ୍ନିଶମ ବିଭାଗରେ କୁକୁର ସାମିଲ ହେବ ବୋଲି ନିଷ୍ପତ୍ତି ହୋଇଥିଲା । ଏବେ ରୋବଟ୍ ଏବଂ ଉଚ୍ଚ କ୍ଷମତାସଂପନ୍ନ ସର୍ଚ୍ଚ କ୍ୟାମେରା ସାମିଲ କରିବାକୁ ନିଷ୍ପତ୍ତି ହୋଇଛି ।

ଅଗ୍ନିଶମ ପ୍ରତିଷ୍ଠା ସପ୍ତାହରେ ସର୍ବସାଧାରଣରେ ପ୍ରଦର୍ଶିତ ହେବ ରୋବଟ୍‌

After 2nd paragraph post ads
Middle post content

ଏହାଦ୍ୱାରା ଉଦ୍ଧାର କାର୍ଯ୍ୟରେ ଓଡ଼ିଶା ଅଗ୍ନିଶମ ବିଭାଗ ଆଉ ଦୁଇ ପାଦ ଆଗକୁ ବଢ଼ିଛି । ଏପ୍ରିଲ ୧୪ରୁ ୨୦ ପର୍ଯ୍ୟନ୍ତ ହେବାକୁ ଥିବା ଅଗ୍ନିଶମ ପ୍ରତିଷ୍ଠା ସପ୍ତାହରେ ଏହା ସର୍ବସାଧାରଣରେ ପ୍ରଦର୍ଶିତ କରାଯିବ । ବେଳେବେଳେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିବା କିମ୍ବା ହେବାର ଭୟ ଥିବା ସ୍ଥାନକୁ ଅଗ୍ନିଶମବାହିନୀ ଯାଇପାରନ୍ତି ନାହିଁ । ତେଣୁ ବହୁ ଧନଜୀବନ ନଷ୍ଟ ହେବାର ଆଶଙ୍କା ସୃଷ୍ଟି ହୋଇଥାଏ । ଏଭଳି ବିପଦକୁ ଟାଳିବାରେ ରିମୋଟ୍ କଣ୍ଟ୍ରୋଲ ରୋବଟ୍ ଉପାଦେୟ ସାବ୍ୟସ୍ତ ହେବ । ଏହି ରୋବଟ୍ ତେଲ ଟ୍ୟାଙ୍କର ବିସ୍ଫୋରଣ, ପ୍ଲାଣ୍ଟରେ ହୋଇଥିବା ବିସ୍ଫୋରଣ ଏବଂ ଅନ୍ୟାନ୍ୟ କେମିକାଲ ବିସ୍ଫୋରଣ ସ୍ଥଳକୁ ଯିବ । ସେଠାରେ ନିଆଁ ଲିଭାଇବା ସହ ଲୋକଙ୍କୁ ଉଦ୍ଧାର କରି ଆଣିବ । ନିଆଁର ଏହି ରୋବଟ୍‌ର କିଛି ବି କ୍ଷତି ହେବନି । ସେହିପରି ଭୁଶୁଡ଼ିଥିବା ପୋଲ, ବିଲ୍ଡିଂ ଏବଂ ଭୂମିକମ୍ପ ସ୍ଥାନକୁ ଯାଇ ମଧ୍ୟ ଲୋକଙ୍କୁ ଉଦ୍ଧାର କରିବ ଏହି ରୋବଟ୍ । ଏହି ରିମୋଟ୍ କଣ୍ଟ୍ରୋଲ ରୋବଟ୍ ବିଦେଶରୁ ଅଣାଯାଇଛି ।

ପାଣିରେ ବୁଡ଼ିଯାଇଥିବା ବ୍ୟକ୍ତିଙ୍କୁ ଠାବ କରିବ କ୍ୟାମେରା

ସେହିପରି ପ୍ରଥମଥର କରି ଓଡ଼ିଶା ଅଗ୍ନିଶମରେ ସାମିଲ ହୋଇଛି ସର୍ଚ୍ଚ କ୍ୟାମେରା । ଏହି କ୍ୟାମେରା ପାଣିରେ ବୁଡ଼ିଯାଇଥିବା ବ୍ୟକ୍ତି କିମ୍ବା ପଦାର୍ଥର ଠାବ ସହଜରେ କରିପାରିବ । କୌଣସି ସ୍ଥାନରେ ଡଙ୍ଗାବୁଡ଼ି କିମ୍ବା ଅନ୍ୟାନ୍ୟ ଅଘଟଣ ଘଟିଲେ, ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିବା ପାଇଁ ନାକେଦମ୍ ହୁଅନ୍ତି । ଅଗ୍ନିଶମ କର୍ମଚାରୀ ପାଣିରେ ବୁଡ଼ି ଖୋଜିବା ପରେ ବହୁ ବିଳମ୍ବ ହୋଇଯାଇଥାଏ । ସେତବେଳକୁ ବୁଡି ଯାଇଥିବା ଲୋକର ମୃତ୍ୟୁ ଘଟିଥାଏ । କିନ୍ତୁ ଏହି ସର୍ଚ୍ଚ କ୍ୟାମେରା ଖୁବ୍ କମ୍ ସମୟରେ ପାଣିରେ ବୁଡ଼ି ଯାଇଥିବା ପଦାର୍ଥ ଏବଂ ବ୍ୟକ୍ତିଙ୍କୁ ଚିହ୍ନଟ କରିପାରିବ । ଆହୁରି ମଧ୍ୟ କେତେ ଫୁଟ୍ ତଳେ ରହିଛି, ଏହାର ଅବସ୍ଥିତି ମଧ୍ୟ ସୂଚନା ଦେଇପାରିବ । ଏହି ଦୁଇଟି ଅତ୍ୟାଧୁନିକ ଟେକ୍ନୋଲୋଜିକୁ ଆସନ୍ତା ଅଗ୍ନିଶମ ପ୍ରତିଷ୍ଠା ଦିବସରେ ପ୍ରଦର୍ଶିତ ହେବ ବୋଲି ଜଣାପଡ଼ିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami