୭୬ ତମ ପ୍ରତିଷ୍ଠା ଦିବସ ପାଳୁଛି ରାଜଧାନୀ ଭୁବନେଶ୍ୱର

Above Post Content

ଭୁବନେଶ୍ୱର: ୭୬ ବର୍ଷରେ ରାଜଧାନୀ ଭୁବନେଶ୍ୱର । ଆଜି ପାଳୁଛି ଐତିହ୍ୟ ଓ କୀର୍ତ୍ତିରାଜିର ସହର ଭୁବନେଶ୍ୱର ତା’ର ୭୬ ତମ ପ୍ରତିଷ୍ଠା ଦିବସ । ପ୍ରତିଷ୍ଠା ଦିବସ ଉପଲକ୍ଷେ ରାଜଧାନୀ ସଜେଇ ହୋଇଛି । ବିଧାନସଭା, ଲୋକସେବା ଭବନ, କମଶନରେଟ୍ ବିଲଡିଂ ସମେତ ରାସ୍ତାଘାଟ ରଙ୍ଗବେରଙ୍ଗର ଆଲୋକରେ ଝଲସୁଛି । ୧୯୪୮ ମସିହା ଏପ୍ରିଲ ମାସ ୧୩ ତାରିଖରେ ଭୁବନେଶ୍ୱରକୁ ମିଳିଥିଲା ରାଜଧାନୀର ସ୍ୱୀକୃତି । ସେବେଠାରୁ ପ୍ରତିବର୍ଷ ଆଜିର ଦିନକୁ ରାଜଧାନୀ ପ୍ରତିଷ୍ଠା ଦିବସ ଭାବେ ପାଳନ କରାଯାଉଛି । ବିତି ଯାଇଥିବା ବର୍ଷଗୁଡ଼ିକ ମଧ୍ୟରେ ଭୁବନେଶ୍ୱର ଆଗକୁ ବଢ଼ିଛି । ଏଥିସହିତ ଆଗକୁ ବଢ଼ିବାକୁ ପ୍ରୟାସ ବି ଜାରି ରଖିଛି । ରାଜଧାନୀର ପ୍ରତିଷ୍ଠା ଉତ୍ସବ ପାଇଁ ବିଧାନସଭା ଆଗରେ ଥିବା ରାଜଧାନୀ ଶିଳାନ୍ୟାସରେ ମାଲ୍ୟାର୍ପଣ ସହିତ ପତାକା ଉତ୍ତୋଳନ କରାଯାଇଛି । ଏହାପରେ ଅତିଥିଙ୍କ ଦ୍ୱାରା ସ୍ଥାନୀୟ ଜୟଦେବ ଭବନରେ ଏକ ସ୍ୱତନ୍ତ୍ର ଫଟୋ ଚିତ୍ର ପ୍ରଦର୍ଶନୀର ଉଦଘାଟନ କରାଯାଇଛି ।

ଭୁବନେଶ୍ୱରକୁ ସ୍ୱପ୍ନର ନଗରୀ ଭାବେ ଗଢି ତୋଳିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ

After 2nd paragraph post ads
Middle post content

ଅତ୍ୟାଧୁନିକ କଳିଙ୍ଗ ଷ୍ଟାଡିୟମ୍ ପାଇଁ ଭୁବନେଶ୍ୱର ଭାରତର କ୍ରୀଡ଼ା ରାଜଧାନୀର ପରିଚୟ ପାଇଛି । ଭୁବନେଶ୍ୱର ଦୁଇଦୁଇ ଥର ହକି ବିଶ୍ୱକପ୍ ଆୟୋଜନର ମୂକସାକ୍ଷୀ ପାଲଟିଛି । ସହରବାସୀଙ୍କୁ ମୂଳ ସବୁଜିମା ଫେରାଇ ଦେବା ପାଇଁ ଏଠି ଆନନ୍ଦବନର ପରିକଳ୍ପନା ବି କରାଯାଇଛି । ବିଶ୍ୱ ତଥା ଦେଶର ପ୍ରମୁଖ ସହର ସହ ତାଳ ଦେଇ ଦୌଡ଼ିବା ପାଇଁ ଭୁବନେଶ୍ୱର ଛାତି ଉପରେ ମେଟ୍ରୋ ପ୍ରକଳ୍ପର ମୂଳଦୁଆ ପଡ଼ିଛି । ସାରା ରାଜ୍ୟବାସୀଙ୍କ ଜୀବନଜୀବିକାର ଟ୍ରିଞ୍ଜିଟ୍ ପଏଣ୍ଟ ସାଜିଥିବା ବରମୁଣ୍ଡା ବସ୍‌ଷ୍ଟାଣ୍ଡର ନବକଳେବର ହୋଇ ସାରିଛି । ଭୁବନେଶ୍ୱରକୁ ସ୍ୱପ୍ନର ନଗରୀ ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାର ଅଭିନବ ଯୋଜନାମାନ ହାତକୁ ନେଇ କାର୍ଯ୍ୟକାରୀ କରୁଛନ୍ତି । କେବଳ ରାଜଧାନୀବାସୀ ନୁହଁନ୍ତି, ସାରା ଓଡ଼ିଶାବାସୀ ଏବଂ ଆଗନ୍ତୁକମାନେ ମଧ୍ୟ ‘ଫାଷ୍ଟ ଭୁବନେଶ୍ୱର’ର ପରିବର୍ତ୍ତିତ ରୂପକୁ ଦେଖି ସନ୍ତୋଷ ପ୍ରକଟ କରୁଛନ୍ତି । ରାଜଧାନୀ ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ୍ ଦିନେ ସ୍ୱପ୍ନ ଭଳି ଲାଗୁଥିବା ବେଳେ ଏବେ ଏହା ବାସ୍ତବତାର ରୂପ ନେବାକୁ ଯାଉଛିି । ସେହିପରି ରାଜଧାନୀ ଭୁବନେଶ୍ୱରରେ ଅନ୍ତର୍ଜତୀୟ ସ୍ତରର ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ ନିର୍ମାଣ କରିଛନ୍ତି ରାଜ୍ୟ ସରକାର । ଏହା ବର୍ତ୍ତମାନ ବାବା ସାହେବ୍ ଭୀମରାଓ ଆମ୍ବେଦକର ବସ୍ ଟର୍ମିନାଲ୍ ରୂପେ ଚମକୁଛି । ବରମୁଣ୍ଡା ବସ୍‌ଷ୍ଟାଣ୍ଡର ଏହି ରୂପାନ୍ତରିତ ରୂପ ରାଜଧାନୀର ଆକର୍ଷଣକୁ ବହୁଗୁଣ ବୃଦ୍ଧି କରିଛି । ପରିବହନ କ୍ଷେତ୍ରରେ ମୋ ବସ୍ ସେବା ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପାଲିଟିିଛି ।

ଭୁବନେଶ୍ୱରରେ କାର୍ଯ୍ୟ କରୁଛି ୫୦ରୁ ଊର୍ଦ୍ଧ୍ୱ ଆଇଟି କମ୍ପାନୀ

ଆଇଟି କ୍ଷେତ୍ରରେ ଏବେ ଭୁବନେଶ୍ୱର ପୂର୍ବ ଭାରତର ହବ୍ ପାଲଟିଛି । ନାମୀଦାମୀ କମ୍ପାନୀ ସହ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଆଇଟି କମ୍ପାନୀ ଭୁବନେଶ୍ୱରରେ କାମ ଆରମ୍ଭ କରିଛନ୍ତି । ଫଳରେ ଦେଶବିଦେଶର ହଜାର ହାଜର ଶିକ୍ଷିତ ଯୁବକଯୁବତୀଙ୍କ ଭିଡ଼ ଏବେ ଭୁବନେଶ୍ୱରରେ ଜମୁଥିବା ବେଳେ ଅନ୍ତର୍ଜାତୀୟ ସ୍ତରରେ ଭୁବନେଶ୍ୱରକୁ ଏକ ନୂଆ ପରିଚୟ ମିଳିଛି । ଅନ୍ତର୍ଜାତୀୟ ମାନର ହକି ଷ୍ଟାଡିୟମ ସାଙ୍ଗକୁ ଷ୍ଟାଡିୟମ ପରିସରରେ ନିର୍ମାଣାଧୀନ ନୂଆ ବ୍ୟାଡ୍‌ମିଣ୍ଟନ ଷ୍ଟାଡିୟମ (ସଟଲ୍‌), ସୁଇମିଂପୁଲ୍ ଏବଂ କ୍ରୀଡ଼ାବିତଙ୍କ ଅଭ୍ୟାସ ପାଇଁ ଶ୍ରେଷ୍ଠରୁ ଶ୍ରେଷ୍ଠତମ ସୁବିଧା ଏଠାରେ ଉପଲବ୍ଧ ହୋଇଛି । କେବଳ କଳିଙ୍ଗ ଷ୍ଟାଡିୟମ ନୁହେଁ; ବିଭିନ୍ନ ସଂସ୍ଥାଙ୍କ ସହଭାଗିତାରେ ରାଜଧାନୀରେ ଏକାଧିକ କ୍ରୀଡ଼ା ଭିତ୍ତିଭୂମିର ନିର୍ମାଣ ଚାଲିଛିି । ଏହା ସହ ରାଜଧାନୀରେ ଏକାଧିକ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ, ଘରୋଇ ହସ୍ପିଟାଲ, ପ୍ରାକୃତିକ, ସ୍ୱଚ୍ଛ, ସୁନ୍ଦର ପରିବେଶ ରାଜଧାନୀକୁ ଆହୁରି ଆକର୍ଷଣୀୟ କରିଛି । ରାଜଧାନୀବାସୀଙ୍କୁ ଯୋଡ଼ି ସହରକୁ ଆଗକୁ ବଢ଼ାଇବା ପାଇଁ ‘ଭୁବନେଶ୍ୱର ଫାଷ୍ଟ’ ଅଭିଯାନ ଆରମ୍ଭ କରାଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami