ମିଠା ଦୋକାନରେ ରାହୁଲ: କିଣିଲେ ଏକ କିଲୋ ଗୋଲାପ ଜାମୁନ

Above Post Content

କୋଏମ୍ବାଟୁର: ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଚାରିଆନେ ପ୍ରାର୍ଥୀମାନେ ନିଜ ନିଜର ପ୍ରଚାର ଜୋରସୋରରେ ଚଳାଇଛନ୍ତି । ସେହିପରି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବି ନିଜର ପ୍ରଚାର ଚଳାଇଛନ୍ତି । ଶୁକ୍ରବାର ରାତିରେ ତାମିଲନାଡୁରେ ଚାଲିଥିବା ନିର୍ବାଚନ ପ୍ରଚାରରୁ ରାହୁଲ ସମୟ ବାହାର କରି ନିଜ ମନଫୁର୍ତ୍ତି କରିଛନ୍ତି । ରାହୁଲ ପ୍ରଚାର ସାରିବା ପରେ ହଠାତ୍ ଏକ ମିଠା ଦୋକାନ ପହଞ୍ଚିଥିଲେ । ମିଠା ଦୋକାନର ମାଲିକ ବାବୁ ରାହୁଲଙ୍କୁ ନିଜ ଦୋକାନ ଆସିବାର ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପରେ ତାଙ୍କୁ ଦୋକାନରେ ଦେଖି ଖୁସି ହୋଇଗଲେ । ତେବେ ରାହୁଲ ତାଙ୍କ ଦୋକାନରୁ ଏକ କିଲୋଗ୍ରାମ ଗୋଲାପ ଜାମୁନ୍ କିଣିଥିଲେ ।

ଦୋକାନ କର୍ମଚାରୀଙ୍କ ସହ ଉଠାଇଲେ ଫଟୋ

After 2nd paragraph post ads
Middle post content

ଦୋକାନ ମାଲିକ ବାବୁ କହିଛନ୍ତି ଯେ, ରାହୁଲ ଗାନ୍ଧୀ ଆସିବା ପରେ ଆମେ ଆନନ୍ଦିତ ହୋଇଥିଲୁ । ସେ ବୋଧହୁଏ ଏକ ସଭା ପାଇଁ କୋଏମ୍ବାଟୁର ପରିଦର୍ଶନ କରୁଥିଲେ । ତାଙ୍କର ଗୋଲାପ ଜାମୁନ୍ ପସନ୍ଦ ହୋଇଥିବାରୁ ଏକ କିଲୋ ମିଠା କିଣିଥିଲେ । ସେ ଅନ୍ୟ ମିଠାରୁ ମଧ୍ୟ କିଛିଟା ଚାଖିଥିଲେ । ମୁଁ ଖୁସି ଯେ ସେ ଆମ ଦୋକାନକୁ ଆସିଥିଲେ । ଆମ କର୍ମଚାରୀମାନେ ତାଙ୍କୁ ଦେଖି ବେଶୀ ଖୁସି ହୋଇଥିଲେ । ପରେ ରାହୁଲ କର୍ମଚାରୀଙ୍କ ସହ ଫଟୋ ବି ଉଠାଇଥିଲେ । ସେ ଏଠାରେ ୨୫-୩୦ ମିନିଟ୍ ରହିଲେ । ରାହୁଲ ଗାନ୍ଧୀ ଲୋକପ୍ରିୟ ମିଠା ମୌସୁର ପାକକୁ ଡିଏମକେ ମୁଖ୍ୟ ଏମ.କେ ଷ୍ଟାଲିନଙ୍କୁ ଉପହାର ଦେଇଛନ୍ତି ବୋଲି କଂଗ୍ରେସ ଦଳ ମାଇକ୍ରୋ ବ୍ଲଗିଂ ସାଇଟ୍ ଏକ୍ସରେ ଏକ ପୋଷ୍ଟରେ କହିଛି । ତାମିଲନାଡୁର ୩୯ଟି ଲୋକସଭା ଆସନ ପାଇଁ ମତଦାନ ଏପ୍ରିଲ ୧୯ରେ ହେବାକୁ ଥିବା ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ ହେବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami