କାରଣଦର୍ଶାଅ ନୋଟିସର ଉତ୍ତର ଦେଲେ ସୁର ରାଉତରାୟ

Above Post Content

ଭୁବନେଶ୍ୱର: କଂଗ୍ରେସର କାରଣଦର୍ଶାଅ ନୋଟିସର ଉତ୍ତର ରଖିଛନ୍ତି ବିଧାୟକ ସୁର ରାଉତରାୟ । ସେ କହିଛନ୍ତି ଯେ, ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ କଂଗ୍ରେସ ପାଇଁ ପ୍ରଚାର କରିବେନି । ମୋ ସାନପୁଅ ଯେହେତୁ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ହୋଇଛନ୍ତି, ତେଣୁ ମୁଁ ଭୁବନେଶ୍ୱରର କୌଣସି ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରଚାର କରିବେନି । ତେବେ ପୂରା ଓଡ଼ିଶାରେ ପ୍ରଚାର କରିବି । କଂଗ୍ରେସର କାରଣଦର୍ଶାଅ ନୋଟିସର ଉତ୍ତର ଦେଇ ଏପରି କହିଛନ୍ତି ସୁର । ମୁଁ ମଲା ଯାଏ କଂଗ୍ରେସରେ ରହିବି । ଦୁଇ ଦିନ ଭିତରେ କଂଗ୍ରେସ ବାକି ବିଧାନସଭା ଓ ଲୋକସଭା ଆସନ ପାଇଁ ଟିକେଟ ଘୋଷଣା କରିବ । ଅଧିକ ମହିଳାଙ୍କୁ ଟିକେଟ ଦେବା ପାଇଁ ମୁଁ ପିସିସି ସଭାପତିଙ୍କୁ ପ୍ରସ୍ତାବ ଦେଇଛି ବୋଲି ସୁର ରାଉତରାୟ କହିଛନ୍ତି ।

Middle post content

ପୁଅ ପାଇଁ ଭୋଟ ମାଗିଥିଲେ ସୁର

After 2nd paragraph post ads

ଉତ୍ତର ଭୁବନେଶ୍ୱରରେ ଏକ କ୍ରିକେଟ ମ୍ୟାଚ୍ କାର୍ଯ୍ୟକ୍ରମରେ ବିଧାୟକ ସୁର ରାଉତରାୟ ଅତିଥି ଭାବେ ଯୋଗ ଦେଇଥିଲେ । ସେଠାରେ ସ୍ଥାନୀୟ ବିଜେଡି ବିଧାୟକ ସୁଶାନ୍ତ ରାଉତ ମଧ୍ୟ ଉପସ୍ଥିତ ଥିଲେ । ସୁର ଭାଷଣ ଛଳରେ ସୁଶାନ୍ତଙ୍କୁ ବେଶ୍ ପ୍ରଶଂସା କରିବା ସହ ସେ ହିଁ ବେଷ୍ଟ ବୋଲି କହିଥିଲେ । ଉତ୍ତର ଭୁବନେଶ୍ୱରରେ ଗତ ୫ ବର୍ଷ ଧରି ସୁଶାନ୍ତ କାମ କରିଛନ୍ତି । ସେ ହିଁ ବେଷ୍ଟ, ଏକଥା ସେ ପାଣ୍ଡିଆନକୁ ବି କହିଛନ୍ତି । ଏଥର ସୁଶାନ୍ତ ହିଁ ଜିତିବେ ବୋଲି ଦୃଢ଼ୋକ୍ତି ସହ କହିଥିଲେ । ଖାଲି ଏତିକି ନୁହେଁ, ନିଜ ପୁଅ ମନ୍ମଥଙ୍କୁ ବିଜେଡିରୁ ଅଫର ଦିଆଯାଇଛି । ଜଗନ୍ନାଥ ବଡ଼ ସୁଯୋଗ ଦେଇଛନ୍ତି, ମାଡ଼ି ଚାଲ ବୋଲି ମନ୍ମଥଙ୍କୁ କହିଥିଲେ । ତାଙ୍କ ପୁଅ ମନ୍ମଥ ଓ ସୁଶାନ୍ତ ରାଉତଙ୍କୁ ଡବଲ ଶଙ୍ଖ ଚିହ୍ନରେ ଭୋଟ୍ ଦେବାକୁ କହିଥିଲେ, ଯାହାର ଭିଡିଓ ଭାଇରାଲ ହେଉଛି । ସୁରଙ୍କ ଏଭଳି ଭିଡିଓକୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ସେ ଯିଏ ହୁଅନ୍ତୁନା କାହିଁକି ଦଳର ଶୃଙ୍ଖଳା ଭଙ୍ଗ କଲେ କାର୍ଯ୍ୟାନୁଷ୍ଠାନ ହେବ । ଏବେ ଏହାର ଉତ୍ତର ଦେଇଛନ୍ତି ସୁର ରାଉତରାୟ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami