ନୂଆବର୍ଷ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି : ସ୍କାନରରେ ହୋଟେଲ, ପବ୍ ଓ ଡ୍ୟାନ୍ସ ବାର

Above Post Content

ଭୁବନେଶ୍ୱର : ଜମିଲାଣି ନୂଆବର୍ଷର ମାହୋଲ୍ । ନୂଆବର୍ଷକୁ ଧୁମ୍‌ଧାମରେ ପାଳନ କରିବା ଲାଗି ଜୋରଦାର ପ୍ରସ୍ତୁତି ହୋଇଛି । ନୂଆବର୍ଷକୁ କିଭଳି ଶାନ୍ତି ଶୃଙ୍ଖଳା ସହ ପାଳନ କରାଯିବ ସେନେଇ ଉଭୟ କମିଶନରେଟ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମାଷ୍ଟରପ୍ଲାନ ପ୍ରସ୍ତୁତ ହୋଇଛି ।

ସହରକୁ ରୂପଜୀବୀ ଆସିବା ଆଶଙ୍କା

After 2nd paragraph post ads
Middle post content

ନୂଆ ବର୍ଷ ନେଇ ଜିରୋ ନାଇଟ ସେଲିବ୍ରେସନ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଏଥିଲାଗି ହୋଟେଲ, ପବ୍‌, ଡ୍ୟାନ୍ସ ବାର ପ୍ରସ୍ତୁତ ହୋଇଛି । ରାତି ମତୁଆଲା ଲାଗି ପ୍ରସ୍ତୁତ ହୋଇଥିବା ବେଳେ ସେମାନଙ୍କ ଉପରେ ନିଜର ରଖିଛି ଅବକାରୀ ବିଭାଗ । ୧୨ ଟା ରାତି ପରେ କ୍ଲବ, ପବ୍ ଚଳାଇବା ପାଇଁ ଆବେଦନ ମୁତାବକ ଅନୁମତି ମିଳିଛି । କିନ୍ତୁ ୩୧ ତାରିଖ ରାତିରେ ଜିରୋ ନାଇଟ ଉତ୍ସବ ପାଳନ ନେଇ କୌଣସି କାର୍ଯ୍ୟକ୍ରମ ଲାଗି ଘରୋଇ ସଂସ୍ଥାକୁ ଆଇନଶୃଙ୍ଖଳା ଦୃଷ୍ଟିରୁ ଅନୁମତି ମିଳିବ ନାହିଁ । ଅମାନିଆଙ୍କୁ ଜଗିବା ପାଇଁ ୩ଟି ଫ୍ଲାଇଂ ସ୍କ୍ୱାର୍ଡ ଗଠନ କରାଯାଇଛି । ଭୁବନେଶ୍ୱରରେ ରେଭ୍ ପାର୍ଟି ଜମିବ । ସହର ଏବଂ ଉପକଣ୍ଠରେ ଥିବା ରିସର୍ଟଗୁଡ଼ିକ ଆଗ୍ରୀମ ଦେଇ ବୁକିଂ କରି ନେଇଛନ୍ତି । କିନ୍ତୁ ରାତିକୁ ରଙ୍ଗୀନ କରିବା ସହ ଡିଜେ ଲାଗି ଲାଗି ପୋଲିସ ଅନୁମତିର ଆବଶ୍ୟକ ରହିଛି । ତେଣୁ ଲୁଚାଛପାରେ ଚଳାଇବାକୁ କେତେକ ଯୋଜନା କରିଛନ୍ତି ।ଅନ୍ୟପକ୍ଷରେ ନୂଆବର୍ଷ ଆଗକୁ ଥିବା ବେଳେ ସହରକୁ ରୂପଜୀବୀ ଆସିବାର ଆଶଙ୍କା କରାଯାଇଛି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ । ଡିସେମ୍ୱର ୩୧ ଓ ଜାନୁଆରୀ ୧ ତାରିଖରେ ଭୁବନେଶ୍ୱର ପୁଲିସ ବ୍ୟାପକ ଭାବେ ପହରା ମାରିବ । ଭିଡ଼ ନିୟନ୍ତ୍ରଣ ଓ ମଦ୍ୟପଙ୍କ ପାଇଁ ବିଭିନ୍ନ ସ୍ଥାନରେ ପୁଲିସ ପାଟ୍ରୋଲିଂ କରିବା ସହ ନାକାବନ୍ଦୀ ହେବ । ମଦ୍ୟପ ଚାଳକଙ୍କୁ ଧରିବା ଲାଗି ସମସ୍ତ ଥାନାକୁ ବ୍ରେଥ୍ ଆନାଲାଇଜର ଦିଆଯାଇଥିବା ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।

ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ମୁତୟନ ହେବେ ଫୋର୍ସ

ନୂଆବର୍ଷରେ ପର୍ଯ୍ୟଟନ ସ୍ଥଳୀଗୁଡ଼ିକରେ ଭିଡ଼କୁ ଦୃଷ୍ଟିରେ ରଖି କମିସନରେଟ ପୋଲିସ ସୁରକ୍ଷାକୁ କଡ଼ାକଡ଼ି କରିଛି । ଡେରାସ, ଏକାମ୍ର ପାର୍କ, ବଟାନିକାଲ ଗାଡେନ୍‌, ନନ୍ଦନକାନନ, ଖଣ୍ଡଗିରି, ଧଉଳି, ଉଦୟଗିରି, ଲିଙ୍ଗରାଜ ମନ୍ଦିର ଭଳି ଦେବାଳୟ କିମ୍ବା ପର୍ଯ୍ୟଟନସ୍ଥଳୀକୁ ଭୋଜି କିମ୍ବା ବୁଲାବୁଲି କରିବାକୁ ଲୋକେ ଆସିବେ । ସେଠାରେ ଜନଗହଳିକୁ ନଜରରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବ । ନୂଆବର୍ଷ ଦିନ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ସ୍ୱତନ୍ତ୍ର ଅଧିକାରୀ ନଜର ରଖିବେ । ଏପରିକି ଟ୍ରାଫିକ ଭିଡ଼କୁ ରୋକିବା ଲାଗି ବ୍ୟାରିକଡ୍ ବ୍ୟବସ୍ଥା କରାଯିବ । ସାମାଜିକ ଗଣମାଧ୍ୟମରେ ଟ୍ରାଫିକ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଗାଇଡ୍‌ଲାଇନ୍ ଜାରି କରାଯିବ ବୋଲି କୁହାଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami