ବିକାଶକୁ ସହିପାରୁନାହାନ୍ତି କେନ୍ଦ୍ରମନ୍ତ୍ରୀ : ସସ୍ମିତ ପାତ୍ର

Above Post Content

ଭୁବନେଶ୍ୱର: ବିକାଶକୁ ସହିପାରୁନାହାନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ରଙ୍କ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟକୁ ନେଇ ସମାଲୋଚନା କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ସସ୍ମିତ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୋଧେ ବିକାଶକୁ ଦେଖି ସହିପାରୁନାହାନ୍ତି । କେନ୍ଦ୍ରମନ୍ତ୍ରୀ ଭାବରେ ସିଏ କେତେ ବିଫଳ ସମସ୍ତେ ଜାଣିଛନ୍ତି ।

Middle post content

୫ଟି ମାଧ୍ୟମରେ ସ୍କୁଲ ରୂପାନ୍ତରଣରୁ କିଛି ଶିଖନ୍ତୁ ଧର୍ମେନ୍ଦ୍ର

After 2nd paragraph post ads

ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର ହେଉକି ଦେବଗଡ଼, କେଉଁଠି ବି ଗୋଟିଏ ମଧ୍ୟ ସ୍କିଲ ଡେଭଲପମେଣ୍ଟ ସେଣ୍ଟର କରି ପାରିନାହାଁନ୍ତି । ଗୋଟିଏ ବି କେନ୍ଦ୍ରୀୟ ବିଦ୍ୟାଳୟ ବି କରିପାରିଲେ ନାହିଁ । ରାଜ୍ୟ କଥା ଛାଡ଼ନ୍ତୁ ନିଜ ଗାଁରେ ଗୋଟିଏ ବି ସ୍ମାର୍ଟ କ୍ଲାସ ରୁମ କରି ପାରିଲେ ନାହିଁ ଧର୍ମେନ୍ଦ୍ର । ଓଡ଼ିଶାରେ ୫ଟି ମାଧ୍ୟମରେ ସ୍କୁଲ ରୂପାନ୍ତରଣକୁ ଦେଖି କେନ୍ଦ୍ରମନ୍ତ୍ରୀ କିଛି ଶିଖନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି ସସ୍ମିତ । ଏନଏଚ-୫୫ ଅବସ୍ଥା ନ କହିବା ଭଲ । ବାରମ୍ବାର ସମ୍ବଲପୁର ଓ ଢେଙ୍କାନାଳ ଲୋକ ଅଭିଯୋଗ କରିଥିଲେ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନ ଏନେଇ ମୁହଁ ଖୋଲିଲେ ନାହିଁ । ଏନଏଚ-୫୫ରେ ଯେଉଁମାନଙ୍କର ଜୀବନ ଯାଇଛି ସେମାନଙ୍କ ପାଖକୁ ଧର୍ମେନ୍ଦ୍ର କେମିତି ଭୋଟ ମାଗିବାକୁ ଯିବେ ବୋଲି ସସ୍ମିତ ପ୍ରଶ୍ନ କରିଛନ୍ତି । ପାନୀୟ ଜଳକୁ ନେଇ ଯେଉଁ ଅଭିଯୋଗ କରୁଛନ୍ତି, ସେ ବୋଧେ ଜାଣି ନାହାନ୍ତି ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନାକୁ ରାଷ୍ଟ୍ରୀୟ ପୁରସ୍କାର ମିଳିଛି । ଯଦି ପୁରସ୍କାର ନମିଳନ୍ତା ତେବେ କେନ୍ଦ୍ରରେ ତାକୁ ବଦନାମ କରିବା ପାଇଁ ଧର୍ମେନ୍ଦ୍ରଙ୍କୁ ଯଥେଷ୍ଟ ସୁଯୋଗ ମିଳିଥାନ୍ତା । ଧର୍ମେନ୍ଦ୍ର ପ୍ରଧାନ ନିଜ ବିଫଳତାକୁ ସ୍ୱୀକାର କରନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି ସସ୍ମିତ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami