ତେଜିଲା ବିବାଦ: ତ୍ରିପୁରା କଲେଜରେ ବିନା ଶାଢ଼ିରେ ପୂଜା ପାଇଲେ ମାଆ ସରସ୍ୱତୀ

Above Post Content

ଅଗରତାଲା: ଉଲଗ୍ନ ଅବସ୍ଥାରେ ପୂଜା ପାଇଲେ ମା’ ସରସ୍ୱତୀ । ତ୍ରିପୁରାର ଏକ ସରକାରୀ କଲେଜରେ ମା’ ସରସ୍ୱତୀଙ୍କ ମୂର୍ତ୍ତିକୁ ନେଇ ଉପୁଜିଛି ବିବାଦ । ପୂଜା ପାଇଁ ସଜ୍ଜିତ ହୋଇଥିବା ସରସ୍ୱତୀଙ୍କ ମୂର୍ତ୍ତିକୁ ପାରମ୍ପରିକ ଶାଢ଼ି ବଦଳରେ ଭିନ୍ନ ପୋଷାକ ପିନ୍ଧା ଯାଇଥିବାରୁ ଏହି ବିବାଦ ମୁଣ୍ଡ ଟେକିଛି । ମା’ଙ୍କ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଏହା ଲୋକଙ୍କ ଦୃଷ୍ଟିକୁ ଆସିଥିଲା । ଏହି ପ୍ରସଂଗରେ ପ୍ରଥମେ ଅଖିଲ ଭାରତ ବିଦ୍ୟା ପରିଷଦ (ଏବିଭିପି) ର ସଦସ୍ୟଙ୍କ ନେତୃତ୍ୱରେ ବିରୋଧ କରାଯାଇଥିଲା । ପରେ ବଜରଙ୍ଗ ଦଳ ବି ସାମିଲ ହୋଇଥିଲେ ।

Middle post content

ମାଙ୍କୁ ଶାଢି ପିନ୍ଧାଇଲେ ଏବିଭିପି ସଦସ୍ୟ

After 2nd paragraph post ads

ଗତକାଲି ଥିଲା ବସନ୍ତ ପଞ୍ଚମୀ । ସାରା ଦେଶରେ ଦେବୀ ସରସ୍ୱତୀଙ୍କୁ ପୂଜା କରାଯାଇଛି । ବିଶେଷକରି ସ୍କୁଲ ଓ କଲେଜରେ ଏହି ପୂଜା ଧୁମ୍‌ଧାମ୍‌ରେ ଆୟୋଜିତ ହୋଇଥିଲା । ହେଲେ ତ୍ରିପୁରାର ଏକ ସରକାରୀ କଲେଜରେ ପିଲାମାନେ ମା’ଙ୍କୁ ଉଲଗ୍ନ ଅବସ୍ଥାରେ ପୂଜା କରିଥିଲେ । ଯାହାର ଫଟୋ ଏବେ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି । ଏବିଭିପି ସଦସ୍ୟମାନେ ପାରମ୍ପାରିକ ଭାରତୀୟ ପୋଷାକ ନ ପିନ୍ଧାଇ ଅଶ୍ଳୀଳ ପୋଷାକ ପରିଧାନ କରାଯାଇ ମାଆଙ୍କ ଭାବମୂର୍ତ୍ତିକୁ ଖରାପ କରାଯାଉଛି ବୋଲି ଅଭିଯୋଗ କରିଥିଲେ । ପ୍ରଥମେ ସେମାନେ ବିରୋଧ ଆରମ୍ଭ କରିଥିଲେ । ଯାହା ପରେ ବଜରଙ୍ଗ ଦଳ ସାମିଲ ହୋଇଥିଲା । ସେମାନେ କଲେଜକୁ ଯାଇ ମା’ଙ୍କୁ ଶାଢି ପିନ୍ଧାଇଥିଲେ । ତ୍ରିପୁରାରେ ଥିବା ଏବିଭିପି ୟୁନିଟ୍‌ର ସାଧାରଣ ସମ୍ପାଦକ ଦିବ୍ୟାକର ଆଚାର୍ଯ୍ୟ ଏହି ପ୍ରତିବାଦରେ ନେତୃତ୍ୱ ନେଇଥିଲେ । ଯାହାକୁ ସେ ଦେବୀ ସରସ୍ୱତୀଙ୍କ ଏକ ଖରାପ ଚିତ୍ର ବୋଲି ବିବେଚନା କରିଥିଲୋ । ଯାହାପରେ ସେ ଆଇନ୍‌ର ସହାୟତା ଲୋଡ଼ି ଏକ ମାମାଲା ରୁଜୁ କରିଛନ୍ତି । ହେଲେ ବଜରଙ୍ଗ ଦଳ ପକ୍ଷରୁ ଏଯାବତ୍ ସେପରି କୌଣସି ଆନୁଷ୍ଠାନିକ ଅଭିଯୋଗ ହୋଇନାହିଁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami