ମା’ ହିଙ୍ଗୁଳାଙ୍କ ଦର୍ଶନ କଲେ ସମ୍ବଲପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ

Above Post Content

ଅନୁଗୁଳ : ପାଖେଇ ଆସୁଛି ନିର୍ବାଚନ ତାରିଖ । ସାଧାରଣ ନିର୍ବାଚନକୁ ନେଇ ସରଗରମ ରହିଛି ରାଜନୀତି । ସାଧାରଣ ଲୋକଙ୍କ ଭିତରେ ମଧ୍ୟ ବଢୁଛି ଚର୍ଚ୍ଚା । ଦିନକୁ ଦିନ ରାଜନୈତିକ ପରିବେଶ ଗରମ ହେଉଥିବା ବେଳେ ପ୍ରତିଟି ଦଳ ପକ୍ଷରୁ କିପରି ପ୍ରଚାର କରାଯିବ ଏବଂ କେମିତି ଲୋକଙ୍କୁ ଆକୃଷ୍ଟ କରାଯିବ ସେଥିଲାଗି ଜୋରଦାର ପ୍ରୟାସ ହେଉଛି । ଏସବୁ ଭିତରେ ସମ୍ବଲପୁର ବିଜେଡ଼ି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ମଧ୍ୟ ନିଜର ପ୍ରଚାର ଜୋରସୋର ଚଳାଇଛନ୍ତି । ଲୋକଙ୍କ ପାଖକୁ ଯାଇ ବିକାଶର କଥା ଦୋହରାଉଛନ୍ତି । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଗସ୍ତ ପୂର୍ବରୁ ଗୋପାଳପ୍ରସାଦସ୍ଥିତ ମା’ ହିଙ୍ଗୁଳାଙ୍କ ଦର୍ଶନ କରିଛନ୍ତି ପ୍ରଣବ । ମା ହିଙ୍ଗୁଳାଙ୍କ ନବାଦିନାତ୍ମକ ଯାତ୍ରା ଚାଲିଥିବା ବେଳେ, ସେ ମା’ ହିଙ୍ଗୁଳାଙ୍କ ଦର୍ଶନ କରି ଆଶିଷ ଲାଭ କରିଛନ୍ତି । ପ୍ରଥମେ ମା’ ହିଙ୍ଗୁଳାଙ୍କ ଉଭାସ୍ଥଳକୁ ଯାଇ ମା’ ଅଗ୍ନି ସ୍ୱରୂପାଙ୍କ ଦର୍ଶନ କରିବା ପରେ ମା’ଙ୍କ ମନ୍ଦିରକୁ ଆସି ଦର୍ଶନ କରିଥିଲେ । ମାଙ୍କ ଆଶିଷ ଲାଭ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୀର୍ଘାୟୁ କାମନା କରିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami