ଭିକିଙ୍କ ଫିଲ୍ମ ଦେଖି ଇମ୍ପ୍ରେସ୍ ହେଲେ ସଚିନ୍ ତେନ୍ଦୁଲକର

Above Post Content

ମୁମ୍ୱାଇ: ବଲିଉଡ ଅଭିନେତା ଭିକ୍କି କୌଶଲ ତାଙ୍କର ସିନେମା ‘ସାମ ବାହାଦୁର’କୁ ନେଇ ଖୁବ୍ ଚର୍ଚ୍ଚାରେ ରହିଛନ୍ତି । ଏହି ଫିଲ୍ମ ଗତ ୧ ତାରିଖରେ ରିଲିଜ ହୋଇଯାଇଛି । ଏଥିରେ ଭିକିଙ୍କ ଅଭିନୟକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି । ଫିଲ୍ମଟି କାଳ୍ପନିକ ଚରିତ୍ର ନୁହେଁ, ବରଂ ବାସ୍ତବ ଜୀବନର ଚରିତ୍ରକୁ ନେଇ ଆଧାରିତ । ଭାରତୀୟ ସେନାର ଅନ୍ୟତମ ଶ୍ରେଷ୍ଠ ଅଫିସର ସାମ୍ ମାନେକଶା ଭୂମିକାରେ ଅଭିନୟ କରିବା କିଛି ଛୋଟିଆ କଥା ନୁହେଁ । କିନ୍ତୁ ଏହାକୁ ଭିକି ‘ସାମ୍ ବାହାଦୁର’ ସିନେମାରେ ଅଭିନୟ କରି ଦେଖାଇଦେଇଛନ୍ତି । ଭିକି ଏହି ଫିଲ୍ମ ପାଇଁ ବହୁତ ପରିଶ୍ରମ କରିଛନ୍ତି । ଏହି ସମୟରେ କ୍ରିକେଟର ସଚିନ ତେନ୍ଦୁଲକର ତାଙ୍କ ପତ୍ନୀ ଅଞ୍ଜଳିଙ୍କ ସହିତ ଏହି ଫିଲ୍ମ ଦେଖିବା ପାଇଁ ପ୍ରେକ୍ଷାଳୟରେ ପହଞ୍ଚିଥିଲେ ।

Middle post content

ଯୁବପିଢି ଆମ ଦେଶ ବିଷୟରେ ଜାଣିବା ଆବଶ୍ୟକ

After 2nd paragraph post ads

ଫିଲ୍ମ ଦେଖି ଫେରିବା ପରେ ସଚିନ ଭିକିଙ୍କ ସହ ଫଟୋ ଉଠାଇଥିଲେ । ଆଉ ଫିଲ୍ମର ଭୁରିଭୁରି ପ୍ରଶଂସା କରିଥିଲେ । ସଚିନ୍ କହିଥିଲେ ଯେ, ମୁଁ ଭିକିଙ୍କ ଅଭିନୟରେ ବେଶ ପ୍ରଭାବିତ । ସିନେମା ଦେଖି ମନ ଖୁସି ହୋଇଗଲା । ମୁଁ କହିବି ଏହି ସିନେମା ସମସ୍ତେ ଦେଖନ୍ତୁ । ଯୁବପିଢ଼ିଙ୍କୁ ଆମ ଦେଶ ବିଷୟରେ ଜାଣିବା ନିହାତି ଆବଶ୍ୟକ । ଏହି ଫଟୋକୁ ଭିକି ସେୟାର କରି ଲେଖିଛନ୍ତି, ‘ମୋର ପିଲାଦିନର ହିରୋ ଆଜି ମୋ ସିନେମା ଦେଖିଛନ୍ତି । ଆପଣ ମୋ ଅଭିନୟ ଦେଖି କରିଥିବା ପ୍ରଶଂସା ସବୁଦିନ ପାଇଁ ମନେ ରହିବ । ଏହି ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami