ପୂର୍ବତନ ବିଧାୟକଙ୍କ ଘରେ ‘ଇଡି’ ଚଢ଼ାଉ; ମିଳିଲା ୫ କୋଟି ଟଙ୍କା,  ଗୁଳି,   ମଦ ବୋତଲ

Above Post Content

ନୂଆଦିଲ୍ଲୀ: ‘ଇଣ୍ଡିଆନ୍ ନ୍ୟାସ୍‌ନାଲ୍ ଲୋକ ଦଳ’ର (ଆଇଏନ୍‌ଏଲ୍‌ଡି) ପୂର୍ବତନ ବିଧାୟକ ଦିଲ୍‌ବାଗ୍ ସିଂହଙ୍କ ଘରେ ଚଢ଼ାଉ କରିଛି ଇଡ଼ି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କ ଘରୁ ନଗଦ ୫ କୋଟି ଟଙ୍କା ଜବତ କରିଛି । ଏଥିସହିତ ବେଆଇନ ବିଦେଶୀ ନିର୍ମିତ ଅସ୍ତ୍ରଶସ୍ତ୍ର, ପ୍ରାୟ ୩୦୦ ଗୁଳି, ୧୦୦ରୁ ଅଧିକ ବୋତଲ ମଦ , ୫ କିଲୋ ସୁନା ବିସ୍କୁଟ୍ ଓ ଅଳଙ୍କାର ଜବତ କରାଯାଇଛି ।

Middle post content

୨୦ ସ୍ଥାନରେ ହୋଇଥିଲା ଚଢାଉ

After 2nd paragraph post ads

ବେଆଇନ ଖଣି ମାମଲା ଓ ଇ-କନ୍‌ଭେୟାନ୍‌ସ୍ ଦୁର୍ନୀତିରେ ଗୁରୁବାର ଦିନ ଆରମ୍ଭ ହୋଇଥିବା ଏହି ଚଢ଼ାଉ ଶୁକ୍ରବାର ପର୍ଯ୍ୟନ୍ତ ଚାଲିଥିଲା । ଏହି ମାମଲାରେ ସମ୍ପୃକ୍ତ ହରିୟାଣାର କଂଗ୍ରେସ ବିଧାୟକ ସୁରେନ୍ଦର ପନ୍‌ୱାର ଓ ‘ଆଇଏନ୍‌ଏଲ୍‌ଡି’ ପୂର୍ବତନ ଦିଲ୍‌ବାଗ୍ ସିଂହ ଏବଂ ଅନ୍ୟମାନଙ୍କ ଘର ସମେତ ୨୦ଟି ସ୍ଥାନରେ ଚଢ଼ାଉ ଜାରି ରହିଥିଲା । ଚଢ଼ାଉ କରାଯାଇଥିବା ଘର ଓ କାର୍ଯ୍ୟାଳୟ ସବୁ ସୋନିପତ, ମୋହାଲି, ଫରିଦାବାଦ, ଚଣ୍ଡୀଗଡ଼, କର୍ଣ୍ଣଲର ଓ ଯମୁନା ନଗରରେ ଏହି ଚଢ଼ାଉ କରାଯାଇଛି । ଦିଲ୍‌ବାଗ୍ ସିଂହ ଥିଲେ ଯମୁନା ନଗରର ପୂର୍ବତନ ବିଧାୟକ । ହରିୟାଣା ପୋଲିସ ପଞ୍ଜୀକୃତ କରିଥିବା କେତେଗୁଡ଼ିଏ ‘ଏଫ୍‌ଆଇଆର’ ଉପରେ ଆଧାରିତ ଆର୍ôଥକ ଦୁର୍ନୀତି ମାମଲାରେ ‘ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ’ ଏହି ଚଢ଼ାଉ କରିଥିଲା । ପଥରଖଣ୍ଡ, ଗେଙ୍ଗୁଟି ଓ ବାଲି ଖନନ ସହିତ ଏହି ମାମଲା ଜଡ଼ିତ । ଲିଜ୍ ସମୟସୀମା ଶେଷ ଓ ‘ନ୍ୟାସ୍‌ନାଲ୍ ଗ୍ରିନ୍ ଟ୍ରାଇବୁନାଲ୍‌’ ନିଷେଧାଜ୍ଞା ଜାରି କରିଥିଲେ ସୁଦ୍ଧା ସେମାନେ ଉପରୋକ୍ତ ସାମଗ୍ରୀ ଖନନ ଜାରି ରଖିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami