ଥାଇ ମସାଜ ସ୍ପା’ରେ ଚଢାଉ, ଆଶ୍ଚର୍ଯ୍ୟ କଲା ଭଳି ମିଳିଛି ତଥ୍ୟ

Above Post Content

ଭୁବନେଶ୍ୱର: ନିକଟରେ ସତ୍ୟ ନଗର ଅଞ୍ଚଳରେ ଥିବା ‘ଭେଷ୍ଟେଜ୍ ସ୍ପା’ ବା ‘ଶିବାନୀ ୱେଲ୍‌ନେସ୍ ବିୟୁଟି ସ୍ପା ଆଣ୍ଡ ହମାମ’ରେ ଖାରବେଳ ଥାନା ପୋଲିସ ଚଢ଼ାଉ କରିଛି । ଏଠାରୁ ପୋଲିସ ଯେଉଁସବୁ ତଥ୍ୟ ପାଇଛି, ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ପୋଲିସ ଜାଣିବାକୁ ପାଇଛି ଯେ, ଦେଶର ବିଭିନ୍ନ ରାଜ୍ୟ ସମେତ ଥାଇଲାଣ୍ଡରୁ ଯୁବତୀମାନଙ୍କୁ ଆଣି ଏଠାରେ ମସାଜ୍ ବାହାନାରେ ଦେହ ବ୍ୟବସାୟରେ ଲଗା ଯାଇଥିଲା । ଅନେକ ବର୍ଷ ହେଲାଣି ଏହା ଚାଲି ଆସିଛି । ଯାଞ୍ଚ, ଜେରା ଓ ତଦନ୍ତରୁ ପୋଲିସ ଏ ବିଳାସ ଭବନର ରୀତିନୀତି ବିଷୟରେ ବେଶ୍ କିଛି ଜାଣିବାକୁ ପାଇଛି । ସେଥିରୁ ଜଣା ପଡ଼ିଛି ଯେ କୌଣସି ଏକ ବଡ଼ ବ୍ୟାବସାୟ ସଂସ୍ଥା ଭଳି ଏଠାରେ କାମ ଚାଲିଥିଲା । ସ୍ପା’ରେ ଚଢ଼ାଉ ବେଳେ ପୋଲିସ ଏକ ରେଜିଷ୍ଟର ଜବତ କରିଛି । ରେଜିଷ୍ଟରରେ ଶତାଧିକ ଗ୍ରାହକଙ୍କ ନାଁ ଓ ମୋବାଇଲ୍ ନମ୍ବର ଲେଖାଯାଇଛି । ସେହି ତାଲିକାରେ ଥିବା ଗ୍ରାହକଙ୍କ ମଧ୍ୟରେ କିଛି ବିଶିଷ୍ଟ ବ୍ୟକ୍ତିଙ୍କ ନାମ ଥିବା ପୋଲିସ ସନ୍ଦେହ କରୁଛି । ସେ ନମ୍ବର ଓ ନାଁଗୁଡ଼ିକୁ ଯାଞ୍ଚ କରା ଯାଉଛି ।

ଓଡ଼ିଶାରେ ଥାଇଲାଣ୍ଡ ଭଳି ସେବା

After 2nd paragraph post ads
Middle post content

ଗ୍ରାହକମାନଙ୍କୁ ଖୁସି କରିବା ଓ ଓଡ଼ିଶାରେ ଥାଇଲାଣ୍ଡ ଭଳି ସେବା ଯୋଗାଇବା ପାଇଁ ସ୍ପା ଭିତରର ସାଜସଜ୍ଜା ତାରକା ହୋଟେଲ ଭଳି କରା ଯାଇଥିଲା । ସ୍ପା ଭିତରେ ଥିବା ରୁମ୍‌ଗୁଡ଼ିକୁ ଜଣେ ଜଣେ ଗ୍ରାହକ ବ୍ୟବହାର କରୁଥିଲେ । ଏହି ରୁମ୍‌ରେ ଉନ୍ନତମାନର ବେଡ୍ ସାଙ୍ଗକୁ ନୀଳ ଆଲୋକ ସଜା ଯାଇଥିଲା । ରୁମ୍‌ରେ ଥିବା ବାଥ୍‌ରୁମ୍‌ରେ ଅତ୍ୟାଧୁନିକ ସଂରଞ୍ଜାମ ଲଗା ଯାଇଥିଲା । ସେ ପରିବେଶକୁ ଏଭଳି କରାଯାଇଥିଲା ଯେ, ଗ୍ରାହକ ଥରେ ଆସିଲେ ବାରମ୍ବାର ଆସିବାକୁ ମନ ବଳାଇବ ।

ମାସିକିଆ ଠିକାରେ ଆସନ୍ତି ଥାଇଲାଣ୍ଡ

ଗ୍ରାହକ ମହାରାଷ୍ଟ୍ର, କଲିକତା, ଝାଡ଼ଖଣ୍ଡ ଓ ଓଡ଼ିଶାର ଯୁବତୀଙ୍କ ପାଇଁ ମଧ୍ୟ ଅଗ୍ରିମ ବୁକିଂ କରନ୍ତି । କିନ୍ତୁ ଏଠାକୁ ଆସୁଥିବା ଗ୍ରାହକମାନଙ୍କର ପ୍ରଥମ ପସନ୍ଦ ଥିଲେ ଥାଇଲାଣ୍ଡ ଯୁବତୀ । ଥାଇଲାଣ୍ଡ ଯୁବତୀଙ୍କ ପାଇଁ ଗ୍ରାହକମାନେ ମୋଟା ରକମର ଟଙ୍କା ବି ଦେଉଥିଲେ । ସେମାନଙ୍କ ମସାଜ ପାଇଁ ୫ହଜାରରୁ ଆରମ୍ଭ କରି ୨୫ ହଜାର ପର୍ଯ୍ୟନ୍ତ ଟଙ୍କା ଦେବାକୁ ଲୋକେ ପଛାଉ ନଥିଲେ । ସେହିପରି ମହାରାଷ୍ଟ୍ର, କଲିକତା ଓ ଓଡ଼ିଶାର ଯୁବତୀଙ୍କ ଠାରୁ ମସାଜ ପାଇଁ ୨ହଜାରରୁ ଆରମ୍ଭ କରି ୧୦ ହଜାର ପର୍ଯ୍ୟନ୍ତ ଟଙ୍କା ଦେଉଥିଲେ । ସ୍ପା’ ପକ୍ଷରୁ ମଧ୍ୟ ଗ୍ରାହକଙ୍କୁ ସନ୍ତୁଷ୍ଟ ପାଇଁ ସବୁପ୍ରକାର ବ୍ୟବସ୍ଥା କରାଯାଉଥିଲା । ଏହି ଥାଇଲାଣ୍ଡର ଯୁବତୀମାନଙ୍କୁ କୋଲକତାର ଏକ ସଂସ୍ଥା ମାଧ୍ୟମରେ ଅଣାଯାଉଥିଲା । ସେମାନଙ୍କୁ ମାସିକିଆ ଠିକାରେ ଅଣାଯାଉଥିଲା । ମାସ ସରିବା ପରେ ଗୋଟିଏ ବ୍ୟାଚ୍ ଥାଇଲାଣ୍ଡ ଯୁବତୀ ଫେରି ଯାଉଥିଲେ ଓ ଆଉ ଏକ ବ୍ୟାଚ୍ ଆସୁଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami