୧୩ ବର୍ଷ ପରେ ନନ୍ଦନକାନନରେ ଚାଲିଲା ରୋପ୍‌ୱେ

Above Post Content

ଭୁବନେଶ୍ୱର: ଦୀର୍ଘ ୧୩ ବର୍ଷ ପରେ ନନ୍ଦନକାନନରେ ଚାଲିଲା ରୋପ୍‌-ୱେ । କାଲିଠୁ ମଜା ନେବେ ପର୍ଯ୍ୟଟକ । ଆଗକୁ ପିକ୍‌ନିକ୍ ଋତୁ ଆସୁଥିବାରୁ ପର୍ଯ୍ୟଟକଙ୍କ ପାଇଁ ଏହା ଖୁସି ଆଣି ଦେଇଛି । ଶୁକ୍ରବାର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏହାକୁ ଉଦ୍‌ଘାଟନ କରିଛନ୍ତି । ଶନିବାରଠାରୁ ପର୍ଯ୍ୟଟକ ଏଥିରେ ବସିବାର ମଜା ନେଇପାରିବେ । ୧୩ବର୍ଷ ଧରି ବନ୍ଦ ହୋଇ ପଡ଼ିଥିବା ରୋପ୍‌ୱେ ଚାଲିବା ଖବର ଶୁଣିବା ମାତ୍ରେ ପର୍ଯ୍ୟଟକଙ୍କ ମନରେ ଖୁସିର ଲହରି ଖେଳିଯାଇଛି ।

ଏକା ସମୟରେ ୪୮ ଜଣ ଯାଇପାରିବେ

After 2nd paragraph post ads
Middle post content

ଏହି ରୋପ୍‌ୱେ ବ୍ୟବସ୍ଥାରେ ଅତ୍ୟାଧୁନୀକରଣ କରାଯାଇଛି । ଏହା ବିପଦମୁକ୍ତ । ଯଦି ସ୍ୱୟଂଚାଳିତ ପୁଲିରୁ ଏହା ଖସେ, ଆପେଆପେ ବିଦ୍ୟୁତ୍ ବିଚ୍ଛିନ୍ନ ହୋଇ ବନ୍ଦ ହୋଇଯିବ । ଏହା ଘଣ୍ଟାକରେ ୫ ଶହରୁ ଅଧିକ ପର୍ଯ୍ୟଟକଙ୍କୁ ସେବା ଯୋଗାଇବ । ଏହାକୁ ଚଲାଇବାକୁ ନେଇ ଏକ ଠିକାସଂସ୍ଥାକୁ ସମ୍ପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି । ୨ଟି ଟାୱାର ସହ ୬୨୬ ମିଟର ଲମ୍ବରୁ ଅଧିକ ମୋନୋ କେବୁଲ ପଲ୍ସଡ୍ ସହିତ ଏହି ରୋପ୍‌ୱେ ନିର୍ମାଣ କରାଯାଇଛି । ଏହି କ୍ୟାବିନ୍‌ର କ୍ଷମତା ୪ଜଣ ଏବଂ ଏଥିରେ ଏକକାଳୀନ ୧୨ଟି କ୍ୟାବିନ୍ କାମ କରିବ । ଏହିପରି ୪୮ଜଣ ଏକା ସମୟରେ ଗତି କରିପାରିବେ ଏହି ରୋପ୍‌-ୱେରେ ।

ବଟାନିକାଲ ଗାର୍ଡେନ୍ ଓ ଜୁଲୋଜିକାଲ ଉଦ୍ୟାନର ମଜା ନେବେ ପର୍ଯ୍ୟଟକ

ରୋପ୍‌-ୱେର ମଜା ନେବା ପାଇଁ ଟିକଟ ବାବଦକୁ ଜଣ ପିଛା ୧୨୦ଟଙ୍କା ଆଦାୟ କରାଯିବ । ଯଦି ପର୍ଯ୍ୟଟକ ପ୍ରାଣୀଉଦ୍ୟାନ ପଟୁ ରୋପ୍‌-ୱେରେ ଯାଇ ବଟାନିକାଲ ଗାର୍ଡେନ ବୁଲିବେ, ୨୦ ଟଙ୍କା ଅଧିକ ଅର୍ଥାତ୍ ୧୪୦ ଟଙ୍କା ଦେବାକୁ ପଡ଼ିବ । ସେହିପରି ଯେଉଁ ପର୍ଯ୍ୟଟକ ବଟାନିକାଲ ଗାର୍ଡେନ ପଟୁ ରୋପ୍‌-ୱେରେ ଆସି ପ୍ରାଣୀଉଦ୍ୟାନ ବୁଲିବା ପାଇଁ ଚାହିଁବେ, ସେମାନଙ୍କଠାରୁ ୫୦ଟଙ୍କା ଅଧିକ ଅର୍ଥାତ୍ ୧୭୦ଟଙ୍କା ଆଦାୟ କରାଯିବ । ରୋପ୍‌-ୱେରେ ଦୈନିକ ପ୍ରାୟ ୩ହଜାର ପର୍ଯ୍ୟଟକ ଯିବାଆସିବା କରିବାର ବ୍ୟବସ୍ଥା କରାଯାଇଛି । ଏହାଦ୍ୱାରା ପର୍ଯ୍ୟଟକମାନେ ବଟାନିକାଲ ଗାର୍ଡେନ୍ ଓ ଜୁଲୋଜିକାଲ ଉଦ୍ୟାନ ମଧ୍ୟରେ ସିଧାସଳଖ ଯିବାଆସିବା କରିବା ସହ ପ୍ରାକୃତିକ ପରିବେଶ ଘଞ୍ଚ ବନାନୀ ଓ ଜୀବଜନ୍ତୁଙ୍କ ସମ୍ଭାର ପର୍ଯ୍ୟଟକଙ୍କୁ ବେଶ୍ ମନମୁଗ୍ଧ କରିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami