ନିଜ ଜୀବନକୁ ବାଜି ଲଗାଇ ୪୧ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ ୬ ର‌୍ୟାଟ ମାଇନର୍ସ

Above Post Content

ନୂଆଦିଲ୍ଲୀ: ଉତ୍ତରକାଶୀର ସିଲ୍କୟାରା ଟନେଲରେ ଫସିଥିବା ୪୧ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟରେ ପ୍ରକୃତ ହିରୋ ସାଜିଛନ୍ତି ୬ ଜଣ ଟ୍ୟାଟ୍ ହୋଲ୍ ମାଇନର୍ସ । ୮୦୦ ମିଲିମିଟର ପାଇପ୍ ଭିତରେ ପଶିବା ପୂର୍ବରୁ ପ୍ରସାଦ ଲୋଦୀ ଦେଖାଇଥିବା ଆତ୍ମବିଶ୍ୱାସ ଏହା ଜଣାଇ ଦେଇଥିଲା । ପ୍ରସାଦଙ୍କ ସହିତ ଅନ୍ୟ ୫ ଜଣ ର‌୍ୟାଟ ମାଇନର୍ସ ସେମାନଙ୍କ ଜୀବନକୁ ବାଜି ଲଗାଇ ୪୧ ଶ୍ରମିକଙ୍କ ଜୀବନ ଉଦ୍ଧାର ପାଇଁ ପାଇପ୍ ଭିତରେ ପ୍ରବେଶ କରିଥିଲେ । ପ୍ରସାଦ କହିଛନ୍ତିି ଯେ, ସେ ୬୦୦ ମିଲିମିଟର ପାଇପ୍ ଭିତରେ ମଧ୍ୟ କାମ କରିଛନ୍ତି । ଉତ୍ତରକାଶୀ ଟନେଲ ଉଦ୍ଧାରରେ ତାଙ୍କର ସାହସ ଅନେକଙ୍କୁ ଆଶା ଦେଇଛି । ଉଦ୍ଧାର ସ୍ଥଳରେ ତାଙ୍କର ପ୍ରବେଶ କୌଣସି ଫିଲ୍ମର ନାୟକଙ୍କଠାରୁ କମ୍ ନ ଥିଲା । ଶ୍ରମିକଙ୍କୁ ବାହାର କରିବାରେ ସେମାନେ ହିରୋ ଭଳି ଭୂମିକା ନିର୍ବାହ କରିଛନ୍ତି । ଏନେଇ ସେମାନଙ୍କ ଉଦ୍ୟମକୁ ଖୁବ୍ ପ୍ରଶଂସା ମିଳୁଛି ।

ଦୁଇଦିନର ଅକ୍ଳାନ୍ତ ପରିଶ୍ରମ ପରେ ସଫଳ ହୋଇଥିଲେ ୬ ର‌୍ୟାଟ ହୋଲ୍ ମାଇନର୍ସ

After 2nd paragraph post ads
Middle post content

ରବିବାର ସେମାନେ ଟନେଲ ଭିତରେ ପ୍ରବେଶ କରିଥିଲେ । ଉକ୍ତ ର‌୍ୟାଟ ହୋଲ୍ ମାଇନର୍ସମାନଙ୍କୁ ଘରୋଇ କମ୍ପାନି ଟ୍ରେଞ୍ଚଲେସ୍ ଇଞ୍ଜିନିୟରିଂ ସର୍ଭିସେସ୍ ନିୟୋଜିତ କରିଛି । ଦିଲ୍ଲୀ ସମେତ ଅନେକ ରାଜ୍ୟରେ ପାଣି ପାଇପଲାଇନ ବିଛାଇବା ସମୟରେ ସୁଡ଼ଙ୍ଗ ଭିତରେ କାମ କରିବାର ଉଚ୍ଚ ଦକ୍ଷତା ସେମାନଙ୍କ ନିକଟରେ ରହିଛି । ଏହି ୬ ଜଣ ଶ୍ରମିକଙ୍କ ଜରିଆରେ ଭୁଶୁଡ଼ି ପଡ଼ିଥିବା କଂକ୍ରିଟ, ପଥର ଏବଂ ମାଟି ଆଦିକୁ ଖନନ କରି ସଫା କରିଥିଲେ । ଜଣେ ଡ୍ରିଲିଂ ମେସିନ ସହାୟତାରେ ଖନନ କରୁଥିବାବେଳେ ଅନ୍ୟ ଜଣେ ଶ୍ରମିକ ସେସବୁ ସାମଗ୍ରୀକୁ ଟ୍ରଲି ସାହାଯ୍ୟରେ ବାହାରକୁ ଆଣିଥିଲେ । ଫଳରେ ଶ୍ରମିକମାନେ ଫସି ରହିଥିବା ସ୍ଥାନକୁ ରାସ୍ତା ଫିଟିଥିଲା । ବାହାରେ ୪ ଜଣ ଶ୍ରମିକ ଛିଡ଼ା ହୋଇ ଟ୍ରଲିରେ ଆସୁଥିବା ୬ରୁ ୭ କେଜି ଲେଖାଏଁ ପଥର, କଂକ୍ରିଟ ଗୁଣ୍ଡକୁ ବାହାରକୁ ଦୌଡ଼ି ସାହାଯ୍ୟରେ ଟାଣି ବାହାର କରିଥିଲେ । ଭିତରେ ପଶି କାମ କରୁଥିବା ୨ ଜଣ ଲୋକ ଯେତେବେଳେ ଥକି ଯାଉଥିଲେ । ସେତେବେଳେ ବାହାରେ କାମ କରୁଥିବା ୪ ଜଣଙ୍କ ମଧ୍ୟରୁ ୨ ଜଣ ଭିତରେ ପଶୁଥିଲେ । ଦୁଇଦିନର ଅକ୍ଳାନ୍ତ ପରିଶ୍ରମ ପରେ ଶେଷରେ ସେମାନେ ୪୧ ଶ୍ରମିକଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ ।

ଉଦ୍ଧାର କାର୍ଯ୍ୟର ସଫଳତା ସମସ୍ତଙ୍କୁ ଭାବପ୍ରବଣ କରିବ : ମୋଦୀ

୧୭ ଦିନ ଧରି ଟନେଲ ଭିତରେ ଫସିରହିଥିବା ସମସ୍ତ ୪୧ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରେ ଓଡ଼ିଶାର ୫ଜଣ ଅଛନ୍ତି । ଉଦ୍ଧାର ପରେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ହରିଦ୍ୱାରା ଏମ୍ସ ନିଆଯାଉଛି । ଏହି ଉଦ୍ଧାର ଅପରେସନ ସଫଳ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ସହ କଥା ହୋଇଥିଲେ । ଶ୍ରମିକଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଥିଲେ । ଗତ ୧୭ ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଦିନ ମୁଖ୍ୟମନ୍ତ୍ରୀ ଧାମୀଙ୍କ ସହ କଥା ହୋଇ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଅପଡେଟ୍ ନେଉଥିଲେ । ଉଦ୍ଧାର ପରେ ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ମଧ୍ୟ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି, ଉତ୍ତରକାଶୀରେ ଆମର ଶ୍ରମିକ ଭାଇମାନଙ୍କ ଉଦ୍ଧାର କାର୍ଯ୍ୟର ସଫଳତା ସମସ୍ତଙ୍କୁ ଭାବପ୍ରବଣ କରିବ । ଟନେଲରେ ଫସି ରହିଥିବା ସହକର୍ମୀମାନଙ୍କୁ ମୁଁ କହିବାକୁ ଚାହୁଁଛି ଯେ ଆପଣଙ୍କ ସାହସ ଏବଂ ଧୈର୍ଯ୍ୟ ସମସ୍ତଙ୍କୁ ପ୍ରେରଣା ଦେଉଛି । ମୁଁ ସମସ୍ତଙ୍କ ସୁସ୍ଥତା ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଛି । ଏହା ଅତ୍ୟନ୍ତ ସନ୍ତୋଷର ବିଷୟ ଯେ, ଦୀର୍ଘ ଦିନର ଅପେକ୍ଷା ପରେ ଆମର ଏହି ସହକର୍ମୀମାନେ ଏବେ ନିଜ ପ୍ରିୟଜନଙ୍କୁ ଭେଟିବେ । ଏହି ଚ୍ୟାଲେଞ୍ଜିଂ ସମୟରେ ସମସ୍ତଙ୍କ ପରିବାର ଯେଉଁ ଧୈର୍ଯ୍ୟ ଓ ସାହସ ଦେଖାଇଛନ୍ତି ତାହାର ଯେତେ ପ୍ରସଂଶା କଲେ ବି କମ ହେବ । ଏହି ଅପରେସନ ସଫଳ ହୋଇଥିବାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସନ୍ତୋଷ ପ୍ରକାଶ କରିଛନ୍ତି । ଏକ ଟୁଇଟ କରି ସେ ଶ୍ରମିକମାନଙ୍କ ଧୈର୍ଯ୍ୟକୁ ସଲାମ ଜଣାଇଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami