ରାମଲାଲାଙ୍କୁ ସମର୍ପଣ କରାଯିବ ମୟୂରକଣ୍ଠିଆ ଧନୁତୀର

Above Post Content

ଭୁବନେଶ୍ୱର : ଅଯୋଧ୍ୟା ଗଲା ଓଡ଼ିଶାର ମୟୂରକଣ୍ଠିଆ ଧନୁତୀର । ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ୍ ଅଧୀନ ଖୁଦବେହେରା ପାଟଣାର ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ସୁଦର୍ଶନ ସାହୁଙ୍କ ଦ୍ୱାରା ପ୍ରଦତ୍ତ ଏହି ମୟୂର କଣ୍ଠିଆ ଧନୁ ଓ ତୀର ରାମଲାଲାଙ୍କ ଉଦ୍ଦେଶ୍ୟରେ ସମର୍ପଣ କରାଯାଇଛି । ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ସହ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହେବ । ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

Middle post content

ଧନୁତୀରକୁ ପ୍ରସ୍ତୁତ କରିବାକୁ ଲାଗିଥିଲା ୩ ମାସ

After 2nd paragraph post ads

ଭୁବନେଶ୍ୱର ଜାଗମରା ତୁଳସୀ ବିହାରସ୍ଥିତ ଐତିହ୍ୟ ଗବେଷକ ଓ ଗୋପୀନାଥ କଂସା ପିତଳ ସଂଗ୍ରହାଳୟର ମୁଖ୍ୟ ପରିଚାଳକ ତଥା ସଂଗ୍ରାହକ ହେଉଛନ୍ତି ସୁଦର୍ଶନ । ସେ ଉକ୍ତ ଧନୁ ଓ ତୀରକୁ ନିଜସ୍ୱ ଡ଼ିଜାଇନ, ନକ୍ସାରେ ପ୍ରସ୍ତୁତ କରିଛନ୍ତି । ଏହାକୁ ସ୍ୱତନ୍ତ୍ର ଭାବେ ଗଞ୍ଜାମ ଜିଲା ଜଗମୋହନ ଅଞ୍ଚଳର ପ୍ରଦୀପ କୁମାର ମହାରଣାଙ୍କ ଦ୍ୱାରା ପ୍ରସ୍ତୁତ କରାଇଥିଲେ । ୨୫ ଇଞ୍ଚର ଏହି ଧନୁ ଓ ତୀରକୁ ପ୍ରସ୍ତୁତ କରିବା ପାଇଁ ସାହୁଙ୍କୁ ୩ମାସରୁ ଊର୍ଦ୍ଧ୍ୱ ସମୟ ଲାଗିଥିଲା । ଧନୁର ଉଭୟ ପାର୍ଶ୍ୱ ମୟୂର କଣ୍ଠ ଆକୃତିର ହୋଇଛି । ଧନୁର ଗୁଣଟି ତମ୍ବା ତାର ଦ୍ୱାରା ସଂଯୋଗ ହୋଇଛି, ଯାହାକି ତେନ୍ତୁଳିଆ ବିଛା ପରି ପରିଲକ୍ଷିତ ହୋଇଛି । ଏହାଛଡା ତୀରଟି ବଗ ଆକୃତିର ଦେଖାଯିବା ସହ ଧନୁର ଶୀର୍ଷଭାଗ ଓଲଟ ଶୁଆ ସଦୃଶ ହୋଇଛି । ଏହି ଧନୁ ଓ ତୀରକୁ ରାମଲାଲାଙ୍କୁ ସମର୍ପଣ କରିବା ପାଇଁ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ୍ତି ରାୟ ଏଥିପାଇଁ ଅନୁମତି ପ୍ରଦାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସାହୁ ଓ ତାଙ୍କ ପରିବାର ଗୁରୁବାର ପୁରୀର ପାପୁଡିଆ ମଠାଧୀଶ ରାମକୃଷ୍ଣ ଦାସ ମହାରାଜ ଓ କଟକୀ ମଠାଧୀଶ ଡ.ବିଜୟ ରାମାନୁଜଙ୍କୁ ସାକ୍ଷାତ କରି ଉକ୍ତ ଧନୁ ଓ ତୀରକୁ ଅର୍ପଣ କରିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami