ପ୍ରାଣ ପ୍ରତିଷ୍ଠା ପରେ ବଦଳି ଯାଇଛନ୍ତି ରାମଲଲା

Above Post Content

ନୂଆଦିଲ୍ଲୀ: ପ୍ରାଣପ୍ରତିଷ୍ଠା ପରେ ବଦଳି ଯାଇଛନ୍ତି ରାମଲଲା । ପଥରରେ ପ୍ରାଣ ସଂଚାର ପରେ ସମ୍ପୂର୍ଣ୍ଣ ବଦଳି ଯାଇଛି ମୁଖମଣ୍ଡଳ । ବଦଳି ଯାଇଛି ସୌନ୍ଦର୍ଯ୍ୟ । ଏମିତି ବଦଳିଲେ ଯେ ଖୋଦ୍ ବିଗ୍ରହ ନିର୍ମାତା ବି ଆଶ୍ଚର୍ଯ୍ୟ । ନିଜ ହାତରେ ଗଢ଼ିଥିବା ମୂର୍ତ୍ତିକୁ ଏବେ ଚିହ୍ନିବାକୁ ବି ଅସମର୍ଥ ବୋଲି କହିଛନ୍ତି ସ୍ଥପତି ଅରୁଣ ଯୋଗୀରାଜ ।

ନିଜେ ବିଗ୍ରହ ନିର୍ମାତା ବି ଆଶ୍ଚର୍ଯ୍ୟ

After 2nd paragraph post ads
Middle post content

ଅରୁଣ ଯୋଗୀରାଜ କହିଛନ୍ତି, ୭ ମାସ ଧରି ବିଗ୍ରହକୁ ନିର୍ମାଣ କଲି । ବିଗ୍ରହ ଗର୍ଭଗୃହରେ ସ୍ଥାନିତ ହେବା ପୂର୍ବରୁ ଏବଂ ସ୍ଥାନିତ ହେବାଯାଏଁ ୧୦ ଦିନ ବିତାଇଲି । ହେଲେ ପ୍ରାଣପ୍ରତିଷ୍ଠା ପରେ ରାମଲାଲାଙ୍କ ଚାହାଣୀ, ଆକୃତି, ମୁଖର ଭାବରେ ଏତେ ପରିବର୍ତ୍ତନ ହୋଇଛି ଯେ ମୁଁ ଚିହ୍ନି ପାରିଲିନି ।ରାମକଥା ବାଚକଙ୍କ ମତରେ ମୂର୍ତ୍ତିକାର ତ ପଥରକୁ ମୂର୍ତ୍ତିର ରୂପ ଦେଇଛନ୍ତି । ହେଲେ ପ୍ରାଣ ପ୍ରତିଷ୍ଠା ପରେ ସେ ଚାହିଁଛନ୍ତି ବୋଲି ଏମିତି ଦିବ୍ୟ ରୂପରେ ଝଲସୁଛନ୍ତି । ସେ ଇଚ୍ଛା କରିଛନ୍ତି ବୋଲି ଅଦ୍ଭୂତ ମନମୋହକ ରୂପ ଧାରଣ କରିଛନ୍ତି ।

ମୂର୍ତ୍ତି ତିଆରି ବେଳେ ୧୫ ଦିନ ମୋବାଇଲଠୁ ଦୂରରେ ଥିଲେ ଯୋଗୀରାଜ

ମହୀଶୂରର ପ୍ରସିଦ୍ଧ ଶିଳ୍ପୀ ହେଉଛନ୍ତି ଅରୁଣ ଯୋଗୀରାଜ । ସେ କେଦାରନାଥରେ ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଏବଂ ଇଣ୍ଡିଆ ଗେଟ୍‌ରେ ସୁଭାଷଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି । ଅଯୋଧ୍ୟାରେ ମୂର୍ତ୍ତି ତିଆରି କରୁଥିବାବେଳେ ତାଙ୍କୁ ପନ୍ଦର ଦିନ ପର୍ଯ୍ୟନ୍ତ ମୋବାଇଲ ଫୋନ ଠାରୁ ଦୂରରେ ରଖାଯାଇଥିଲା । ଶେଷରେ ତାଙ୍କର ପ୍ରତିମା ଚୟନ କରାଯାଇଛି ।ସେ କହିଛନ୍ତି, ମନ୍ଦିରରେ ସ୍ଥାପିତ ହୋଇଥିବା ଏହି ପ୍ରତିମା ପ୍ରଭୁ ରାମଙ୍କ ୫ ବର୍ଷର ଅଟେ । ତିନିଜଣ ଶିଳ୍ପୀ ରାମ ମନ୍ଦିର ପାଇଁ ରାମଲାଙ୍କ ମୂର୍ତ୍ତି ତିଆରି କରିଥିଲେ । ଏଥିମଧ୍ୟରୁ ଅରୁଣ ଯୋଗୀରାଜଙ୍କ ଦ୍ୱାରା ନିର୍ମିତ ପ୍ରତିମାକୁ ଚୟନ କରାଯାଇଛି । ପୁରାତନ ପ୍ରତିମା ମନ୍ଦିର ପରିସରରେ ରହିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami