ଜନ୍ମଜାତ ବିଦ୍ରୋହୀ ଥିଲେ ବାଜାଜ, ଶାସକ ଦଳକୁ ସମାଲୋଚନ କରିବାକୁ କରୁନଥିଲେ ଭୟ

Above Post Content

ରାହୁଲ ବଜାଜ । ଭାରତୀୟ ଶିଳ୍ପ ଜଗତର ଏମିତି ଗୋଟିଏ ନାଁ ଯାହାକୁ ସମ୍ମାନର ସହ ନିଆଯାଏ ୧୯୩୮ ମସିହରେ ଜନ୍ମ । ୨୦୨୨ରେ ତିରୋଧାନ । ଏହି ୮୨ ବର୍ଷର ପରିବର୍ତ୍ତନାର ସାକ୍ଷୀଥିଲେ ରାହୁଲ ବଜାଜରାହୁଲ ଥିଲେ ଜନ୍ମଜାତ ବିଦ୍ରୋହୀ । ସେ ନିଜେ ଏଇକଥା ଗର୍ବର ସହ ଥରେ କହିଥିଲେ । କହିଥିଲେ ଯେ, ମୁଁ ଜନ୍ମରୁ ସତ୍ତା ବିରୋଧୀ । ତେଣିକି କ୍ଷମତାରେ ଯିଏ ଥାଉନା କାହିଁକି । ଲମ୍ବା ସମୟ ଧରି କ୍ୟାନସରେ ପୀଡିତ ବଜାଜଙ୍କ ନିର୍ଭିକତାକୁ କ୍ୟାନସର ମଧ୍ୟ. ଦବାଇ ପାରିନଥିଲା । ୨୦୧୪ ପରେ ଭାରତରେ ବିଜେପିର ପୁର୍ନଉତ୍ଥାନ ହୋଇଥିଲା । ରାହୁଲ ସେହି ସମୟରେ ମୋଦି ସରକାରଙ୍କ ଆର୍ଥିକ ନୀତିକୁ ସମାଲୋଚନା କରିବାକୁ ଭୁଲିନଥିଲେ । ଗୋଟିଏ କାର୍ଯ୍ୟକ୍ରମରେ ସିଏ ଖୋଦ ଗୃହମନ୍ତ୍ରୀ ଅମିତ ଶାହଙ୍କ ସମ୍ମୁଖରେ କହିଥିଲେ ଲୋକ ଆପଣଙ୍କୁ ଡରନ୍ତି । ସେମାନେ ଆପଣଙ୍କ ମୁହଁରେ କିଛି ମଧ୍ୟ କୁହନ୍ତି ନାହିଁ । କାରଣ ଆମେ ଜାଣିନୁ ଆପଣ ଆମ କଥାକୁ କେମିତି ଗ୍ରହଣ କରିବେ ।

ରାହୁଲଙ୍କ ଏହି ବକ୍ତବ୍ୟ ପରେ ହଙ୍ଗାମା ହୋଇଥିଲା । ଆଉ ଉତ୍ତରରେ ସେ କହିଥିଲେ ମୁଁ ଜନ୍ମରୁ ସତ୍ତା ବିରୋଧୀ । ଏଇଠି ଗୋଟିଏ କଥା ମନେ ରଖିବାକୁ ପଡିବ ଯେ, ରାହୁଲ ବଜାଜ ୨୦୦୬ ମସିହାରେ ବିଜେପି ଓ ଶିବସେନା ସମର୍ଥନରେ ସ୍ୱାଧିନ ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ଯେଉଁ ଦଳ ତାଙ୍କୁ ରାଜ୍ୟସଭାକୁ ଯିବାରେ ସାହାଯ୍ୟ କରିଥିଲା, ସେହି ଦଳକୁ ମଧ୍ୟ ସେ ସମାଲୋଚନା କରିବାକୁ ପଛାଇ ନଥିଲେ ।

After 2nd paragraph post ads
Middle post content

ରାହୁଲ ବଜାଜଙ୍କ ଇତିହାସ ଉପରେ ଯଦି ନଜର ପକାଇବା ତେବେ ତାଙ୍କର ଏହି ବିଦ୍ରୋହୀ ସ୍ୱଭାବର ଅନେକ ଉଦାହରଣ ରହିଛି । କଂଗ୍ରେସ ସହିତ ରାହୁଲ ବଜାଜଙ୍କ ପାରିବାରିକ ସମ୍ପର୍କ ଥିଲା । ପିତା ଥିଲେ କଂଗ୍ରେସ କର୍ମୀରାହୁଲଙ୍କ ନାମ କରଣ ମଧ୍ୟ ଜୱାହରଲାଲ୍ ନେହେରୁ କରିଥିଲେ । କିନ୍ତୁ ୧୯୭୦-୮୦ ଦଶକରେ ରାହୁଲ କଂଗ୍ରେର ଲାଇସେନ୍ସ-ପରମିଟ୍ ରାଜକୁ ବିରୋଧ କରି ବିଦ୍ରୋହର ଘୋଷଣା ତକରିଥିଲେ । ଏହା ସେହି ସମୟର ଘଟଣା ଥିଲା ଯେତେବେଳେ ଗୋଟିଏ କମ୍ପାନୀ ବର୍ଷକୁ କେତେ ସଂଖ୍ୟାରେ ସ୍କୁଟର ତିଆରି କରି ପାରିବ ତାହା ସରକାର ନିର୍ଧାରଣ କରୁଥିଲେ । ଫଳରେ ଅନେକଙ୍କୁ ବଜାଜ ସ୍କୁଟର ପାଇଁ ୱେଟିଂ ଲାଇନରେ ରହିବାକୁ ପଡୁଥିଲା । ରାହୁଲ ବଜାଜ୍ କଂଗ୍ରେସର ଏହି ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ । ସେ କହିଥିଲେ ଯେ, ଯଦି ଦେଶବାସୀଙ୍କ ପାଇଁ ଅଧିକ ସଂଖ୍ୟାରେ ସ୍କୁଟର ତିଆରି କରିବା ଲାଗି ମୋତେ ଜେଲ ଯିବାକୁ ପଡିବ ସେଥିପାଇଁ ମୁଁ ପ୍ରସ୍ତୁତ ଅଛି । ସେ ମଧ୍ୟ ୧୯୯୦ରେ କଂଗ୍ରେସର ଉଦାରିକରଣ ନୀତିକୁ ଏହା କହି ବିରୋଧ କରିଥିଲେ ଯେ, ବହୁରାଷ୍ଟ୍ରୀୟ କମ୍ପାନୀଙ୍କ ଭାରତ ପ୍ରବେଶ ଦ୍ୱାରା ଭାରତୀୟ କମ୍ପାନୀ ବଜାରରୁ ହଟିଯିବେ ।

ଭାରତର ମଧ୍ୟବିତ୍ତକୁ ବଜାଜ ନାମକ ସ୍କୁଟର ଦେଇଥିବା ରାହୁଲ ଆଉ ନାହାନ୍ତି । କିନ୍ତୁ ତାଙ୍କ ଦାମ୍ଭିକତା ଓ ପ୍ରତିଦ୍ୱନ୍ଦ୍ୱିତାର ମାନସିକତା ସବୁବେଳ ପାଇଁ ଜୀବିତ ରହିବ । ବଜାଜ୍ ନାମକ ବ୍ରାଣ୍ଡ୍ ଯେପର୍ଯ୍ୟନ୍ତ ଥିବା ହମାରା ବଜାଜର ଜନ୍ମଦାତା ସେପର୍ଯ୍ୟନ୍ତ ପ୍ରତି ଭାରତୀୟଙ୍କ ମନ ଓ ମସ୍ତିସ୍କରେ ରହିବେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami