ଲୋକପ୍ରିୟତାରେ ବିଶ୍ୱରେ ନମ୍ବର-୧ ମୋଦି

Above Post Content

ନୂଆଦିଲ୍ଲୀ: ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ବଡ଼ ବଡ଼ ନେତାଙ୍କୁ ପଛରେ ପକାଇ ଲୋକପ୍ରିୟତାରେ ନମ୍ବର ୧ ହୋଇଛନ୍ତି । ପାଶ୍ଚାତ୍ୟ ଦେଶର ନେତାମାନେ ମଧ୍ୟ ଏହା ସ୍ୱୀକାର କରୁଛନ୍ତି । ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ମର୍ନିଂ କନ୍ସଲ୍ଟ ପକ୍ଷରୁ କରାଯାଇଥିବା ସର୍ଭେରେ ଏହା ସ୍ପଷ୍ଟ ହୋଇଛି । ମୋଦିଙ୍କୁ ୭୮% ରେଟିଂ ମିଳିବା ସହ ଏବେ ବି ତାଙ୍କର ଲୋକପ୍ରିୟତା ବଜାୟ ରହିଛି ବୋଲି ସ୍ପଷ୍ଟ ହୋଇଛି ।

Middle post content

ଜାରି ହୋଇଛି ବିଶ୍ୱର ସର୍ବାଧିକ ଲୋକପ୍ରିୟ ନେତାଙ୍କ ତାଲିକା

After 2nd paragraph post ads

ମର୍ନିଂ କନ୍ସଲ୍ଟ ପଲିଟିକାଲ ଇଣ୍ଟେଲିଜେନ୍ସ ସର୍ଭେରେ ବିଶ୍ୱର ସର୍ବାଧିକ ଲୋକପ୍ରିୟ ନେତାଙ୍କ ତାଲିକା ଜାରି କରାଯାଇଥିଲା । ଏଥିରେ ବିଶ୍ୱର ସମସ୍ତ ଲୋକପ୍ରିୟ ନେତାଙ୍କ ବିଷୟରେ ରେଟିଂ ସହ ସୂଚନା ଦିଆଯାଇଛି । ଏହି ତାଲିକାରେ ପ୍ରଧାନମନ୍ତ୍ରୀ ମୋଦି ଶୀର୍ଷରେ ଅଛନ୍ତି । ତେବେ ଏହା ପ୍ରଥମ ଥର ନୁହେଁ, ଯେବେ ମୋଦି ଶୀର୍ଷରେ ନିଜ ସ୍ଥାନରେ ଅଛନ୍ତି, ଏହା ପୂର୍ବରୁ ମଧ୍ୟ ସେ ଲୋକପ୍ରିୟତା ମାମଲାରେ ବିଶ୍ୱର ନେତାଙ୍କୁ ପଛରେ ପକାଇଥିଲେ । ଏହି ରେଟିଂ ଏଜେନ୍ସିଂ ବିଶ୍ୱର ନେତାଙ୍କ ଲୋକପ୍ରିୟତାକୁ ସଂଖ୍ୟାରେ ପ୍ରକାଶ କରିଛି । ତଦନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦି ଏହି ସର୍ଭେରେ ୭୮% ଲୋକପ୍ରିୟତା ସହ ଶୀର୍ଷରେ ଅଛନ୍ତି । ସେହିଭଳି ମେକ୍ସିକୋ ପ୍ରଧାନମନ୍ତ୍ରୀ ଆଣ୍ଡ୍ରେସ୍ ମାନୁଆଲ ଲୋପେଜ୍ ଓବ୍ରାଦୋର ୬୪% ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ସ୍ୱିଜରଲ୍ୟାଣ୍ଡର ଆଲେନ ବର୍ସେଟ(୫୭%) ଏବଂ ପୋଲାଣ୍ଡର ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ(୫୦%) ଲୋକପ୍ରିୟ ନେତା ହୋଇଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami