ଆଜି ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Above Post Content

ଭୁବନେଶ୍ୱର: ଦୁଇ ଦିନିଆ କାର୍ଯ୍ୟକ୍ରମରେ ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପାରାଦୀପରେ ହେବାକୁ ଥିବା ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଯୋଗଦେବେ । ଆଜି ସନ୍ଧ୍ୟା ୬ଟାରେ ଶ୍ରୀମତୀ ମୁର୍ମୁ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ସିଧା ରାଜଭବନକୁ ଯାଇ ସେଠାରେ ରାତ୍ରିଯାପନ କରିବେ । ସୋମବାର ପାରାଦୀପ ଯାଇ କାର୍ଯ୍ୟକ୍ରମରେ ଯୋଗ ଦେବେ ।

Middle post content

ସୁରକ୍ଷା ପାଇଁ ୧୬ ପ୍ଲାଟୁନ ଫୋର୍ସ ମୁତୟନ

After 2nd paragraph post ads

ଏହାକୁ ଦୃଷ୍ଟିରେ ରଖି କମିସନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଗତକାଲି କାରକେଡ୍ ରିହର୍ସାଲ କରାଯାଇଛି । ମହାମହିମଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ଲାଗି ୧୬ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବ । ଏଥିସହିତ ଡିସିପି ଓ ଅତିରିକ୍ତ ଡିସିପି ୫ଜଣ, ୧୧ଜଣ ଏସିପି, ୧୮ଜଣ ଇନ୍ସପେକ୍ଟର, ୭୧ଜଣ ଏସ୍‌ଆଇ/ଏଏସ୍‌ଆଇ, ହାବିଲଦାର ଓ କନଷ୍ଟେବଳ ମିଶାଇ ୧୪୭ଜଣ, ଦୁଇ ୟୁନିଟ୍ ଏସ୍‌ଟିୟୁ, ୫୬ଜଣ ଗୃହରକ୍ଷୀ ଓ ୨୦ ଜଣ ମହିଳା କନଷ୍ଟେବଳଙ୍କୁ ସୁରକ୍ଷା ଦାୟିତ୍ୱରେ ନିୟୋଜିତ କରାଯିବ । ସେହିପରି ଏୟାରପୋର୍ଟ ଓ ରାଜଭବନରେ ଆହୁରି ସୁରକ୍ଷାକୁ କଡାକଡି କରିବା ଲାଗି ଦୁଇଟି କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ପାରାଦୀପ କାର୍ଯ୍ୟକ୍ରମ ସାରି ସୋମବାର ଅପରାହ୍ନରେ ରାଷ୍ଟ୍ରପତି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami