ବିଜେପିକୁ ଏକ ବଡ ଝଟକା : ଲେଖାଶ୍ରୀଙ୍କୁ ଟକ୍କର ଦେବେ ପ୍ରତାପ

Above Post Content

ଭୁବନେଶ୍ୱର: ଚଳିତ ନିର୍ବାଚନରେ ଏବେ ଖୁବ୍ ଚର୍ଚ୍ଚା ରେ ରହିଛି ରାଜ୍ୟର କିଛି ଲୋକସଭା ଆସନ । ଏହି ତାଲିକାରେ ଯୋଡି ହୋଇଛି ବାଲେଶ୍ୱର । ପୂର୍ବରୁ ପ୍ରତାପ ଷଡଙ୍ଗୀଙ୍କୁ ବିଜେପି ପୁଣି ରିପିଟ୍ କରିଥିବା ବେଳେ ବିଜେଡି ରୁ କିଏ ପ୍ରାର୍ଥୀ ହେବ ସେନେଇ ଅପେକ୍ଷା କରିଥିଲେ ବାଲେଶ୍ୱରବାସୀ । ଏବେ ଏଥିରେ ପୂର୍ଣ୍ଣଛେଦ ପଡିଛି । ଗୁରୁବାର ପ୍ରକାଶ ପାଇଛି ବିଜେଡିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ୯ ବିଧାନସଭା ଏବଂ ଗୋଟିଏ ଲୋକସଭା ଆସନ ପାଇଁ ପ୍ରକାଶ ପାଇଛି ତାଲିକା । ତେବେ ବାଲେଶ୍ୱର ଲୋକସଭା ଆସନ ପାଇଁ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଚର୍ଚ୍ଚା ହେଉଛି, ଲେଖାଶ୍ରୀ ଙ୍କ ନାଁ ଘୋଷଣା କରି ବିଜେପିକୁ ଏକ ବଡ ଝଟକା ଦେଇଛନ୍ତି ବିଜେଡି ସୁପ୍ରିମୋ ।

Middle post content

ଲେଖାଶ୍ରୀଙ୍କ ନାଁ ଘୋଷଣା ପରେ ଛାନିଆ ବିଜେପି କ୍ୟାମ୍ପ୍‌!

After 2nd paragraph post ads

ମାଡାମ ଲେଖାଶ୍ରୀଙ୍କ ବାଲେଶ୍ୱରରେ ଖୁବ୍ ଦବ୍‌ଦବା ରହିଛି । ସେହିପରି ସେ ରାଜ୍ୟର ଜଣେ ଟାଣୁଆ ତଥା ଜଣାଶୁଣା ନେତ୍ରୀ । ଅନ୍ୟପଟେ ବିଜେଡି ପ୍ରତି ଲୋକଙ୍କ ପ୍ରବଳ ଆଶୀର୍ବାଦ ରହିଛି । ଯାହା ଲେଖାଶ୍ରୀଙ୍କୁ ଚଳିତ ନିର୍ବାଚନରେ ବଡ ଫାଇଦା ଦେଇପାରେ । ତେବେ ୨୦୧୯ ନିର୍ବାଚନରେ ବିଜେପି ରୁ ପ୍ରତାପ ଷଡଙ୍ଗୀ ଏଠାରେ ବିଜୟୀ ହୋଇଥିଲେ । କିନ୍ତୁ ଚଳିତ ଥର ତାଙ୍କ ପ୍ରାର୍ଥୀତ୍ୱକୁ ନେଇ ଖୋଦ ଦଳୀୟ ନେତା ଖପ୍ପା । ପୂର୍ବରୁ ଖୋଦ ବିଜେପି ନେତା ଖାରବେଳ ସ୍ୱାଇଁ ମଧ୍ୟ ନନା ଙ୍କୁ ନେଇ ଅନେକ ବିବାଦୀୟ ଟିପ୍ପଣୀ ଦେଇଥିଲେ । ଅସନ୍ତୋଷ ବି ପ୍ରକାଶ କରିଥିଲେ । ସ୍ୱାଧୀନ ଭାବେ ଲଢେଇ କରିବାକୁ ଚେତାବନୀ ଦେଇଥିଲେ ଖାରବେଳ । ଯାହାକୁ ନେଇ ବାଲେଶ୍ୱର ବିଜେପି ରେ କନ୍ଦଳ ଦେଖାଦେଇଥିଲା । ଏପଟେ ଏଥରକ ବିଜେଡିରୁ ପ୍ରଥମଥର ଲାଗି ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ଲେଖାଶ୍ରୀ । ଆଲୋଚନା ହେଉଛି, ବିଜେପି ରେ ବିବାଦ ଦେଖାଦେଇଥିବା ବେଳେ ବିଜେଡି ଲେଖାଶ୍ରୀଙ୍କ ଭଳି ଜଣେ ଟାଣୁଆ ନେତ୍ରୀଙ୍କୁ ପ୍ରାର୍ଥୀ କରିଛି । ଆଉ ଏଥର ବାଲେଶ୍ୱର ଗଡ ବିଜେଡି ହାତକୁ ଗଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ବୋଲି ରାଜନୈତିକ ମହଲ ରେ ଚର୍ଚ୍ଚା ହେଉଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami