ବସ୍ତିର ଉଜ୍ଜ୍ୱଳ ତାରକା ପ୍ରବୋଧ

Above Post Content

ବର୍ଜ୍ୟବସ୍ତୁରୁ ନିଆରା ଉଦ୍ଭାବନ । କୁନି ବୟସରେ ତାଙ୍କର ବୈଜ୍ଞାନିକ ଚିନ୍ତାଧାରା ଏତେ ଶକ୍ତିଶାଳୀ ଯେ, ନିଜର ସୃଜନଶୀଳତା ତାଙ୍କୁ ବିଜ୍ଞାନ ସୃଷ୍ଟି କରିବାର ରାସ୍ତା ଦେଖାଇଛି । ଅଦରକାରୀ ସାମଗ୍ରୀକୁ ଉପଯୋଗ କରି ସେଥିରେ ବିଜ୍ଞାନର କୌଶଳକୁ ଖଟାଇ ସେ ତିଆରି କରିଛନ୍ତି ରୋବଟ୍ । ଯାହା ମଣିଷ ପରି କାମ କରିପାରୁଛି । ଏହି ୧୫ ବର୍ଷୀୟ ପ୍ରବୋଧ କୁମାର ନାୟକ ରହନ୍ତି ଭୁବନେଶ୍ୱର ଖଣ୍ଡଗିରିବାରୀ ବସ୍ତିରେଜାଗମରା ହାଇସ୍କୁଲରେ ପଢ଼ନ୍ତି । ଏହି ବାଳକ ଆଜି ବସ୍ତିର ଉଜ୍ଜ୍ୱଳ ତାରକା ଭାବେ ପରିଚିତ ହୋଇପାରିଛନ୍ତି ।

Middle post content

ଲକ୍‌ଡାଉନ୍ ଏବଂ ସଟ୍‌ଡାଉନ୍ ପ୍ରବୋଧଙ୍କୁ ଦେଇଛି ସୁଯୋଗ । ଅବଶ୍ୟ ପିଲାବେଳୁ କିଛି ନୂଆ ଏବଂ ବିରଳ କରିବାର ଆଶା ଓ ଆକାଂକ୍ଷା ମନରେ ରହିଆସିଛି । ଘରେ ଥିବା କିଛି ଖେଳନା ସାମଗ୍ରୀକୁ ସଂଗ୍ରହ କରି ସେ ରୋବଟ୍ ତିଆରି ପାଇଁ ବୈଜ୍ଞାନିକ ମନସ୍କ ହୋଇଥିଲେ । ଏମିତିକି ପ୍ଲାଷ୍ଟିକ୍ ଡବା ଏବଂ ଖେଳଣାର ଚକ ଏବଂ କମ୍ପ୍ୟୁଟର ସୁଇଚ୍‌କୁ ନେଇ ଏହି ରୋବଟ୍ ତିଆରି ହୋଇଛି । ଏଥିରେ ବିଭିନ୍ନ ପ୍ରକାରର ତାର ଏବଂ ସୁଇଚ୍ ଖଞ୍ଜିଛନ୍ତି । ଏଥିପାଇଁ ସେ ଦିନରାତି ଏକ କରିଦେଇଛନ୍ତି । ସୁଇଚ୍ ଟିପିଲାମାତ୍ରେ ରୋବଟ୍ କାମ କରିବା ଆରମ୍ଭ କରିଥାଏ । ପ୍ରଥମ ଲକ୍‌ଡାଉନ୍ ବେଳେ ସେ ରୋବଟ୍ ୧.୦ ତିଆରି କରିଥିଲେ । ଏଥର ତାକୁ ଆଉଟିକେ ଉନ୍ନତମାନର କରିବାକୁ ଚିନ୍ତା କରି ରୋବଟ୍ ୨.୦ ପ୍ରସ୍ତୁତ କରିଛନ୍ତି । ବସ୍ତିି ପିଲାଙ୍କୁ ମୁଖ୍ୟ ସ୍ରୋତରେ ସାମଲ କରିବା ସହ ସେମାନଙ୍କ ଅନ୍ତର୍ନିହତ ପ୍ରତିଭାର ପରିପ୍ରକାଶ ପାଇଁ କାର୍ଯ୍ୟ କରୁଥିବା ଉନ୍ମୁକ୍ତ ଫାଉଣ୍ଡେସନ୍‌ର ସ୍ୱେଚ୍ଛାସେବୀଙ୍କ ସହାୟତାରେ ସେ ଏହି ରୋବଟ୍ ତିଆରି କରିଛନ୍ତି । ବିଶେଷ କରି ତାଙ୍କୁ ମେଂଟର ଭାବେ ସହାୟତା କରିଛନ୍ତି ଶ୍ୱେତା ଅଗ୍ରୱାଲରୋବଟ୍ ମଣିଷଙ୍କ ପରି ଚାଲିବା ସହ ହାତ ହଲାଇପାରୁଛି । ଗଛରେ ପାଣି ଦେବା ସହ ଗଛପତ୍ର କାଟିପାରୁଛି । ନିଆଁ ଲିଭାଇ ପାରିବାର ସାମର୍ଥ୍ୟ ରଖିଛି ତାଙ୍କ ରୋବଟ୍ । ଏହି ରୋବଟ୍ ତିଆରି ପାଇଁ ତାଙ୍କୁ ୧୫ରୁ ୨୦ ଦିନ ସମୟ ଲାଗିଥିଲା । ପ୍ରବୋଧଙ୍କ ଏହି ନୂଆ ଉଦ୍ଭାବନା ଆଜି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଏ ସମ୍ପର୍କରେ ପ୍ରବୋଧ କୁହନ୍ତି, ବହୁତ ଆଗରୁ ସୃଜନାତ୍ମକ ଶୈଳୀରେ କିଛି ତିଆରି କରିବା ପାଇଁ ଇଚ୍ଛା ଥିଲା । ମାତ୍ର ଲକ୍‌ଡାଉନ୍‌ରେ ସେ ସୁଯୋଗ ମିଳିଲା । ଶ୍ୱେତା ଦିଦିଙ୍କ ସହଯୋଗ ଯୋଗୁ ଏହା ସମ୍ଭବ ହୋଇପାରିଲା । ପୂର୍ବରୁ ଇଲେକ୍ଟ୍ରୋନିକ୍ ଘର, ଡ୍ରୋନ ଆଦି ତିଆରି କରିଥିଲି । ଆଉ ଏବେ ରୋବଟ୍ ମଣିଷ ପରି କାମ କରୁଥିବାରୁ ଅଧିକ ଖୁସି ଦେଇଥିବା ସେ କହିଛନ୍ତି । ସହଯୋଗ ତଥା ପ୍ରୋତ୍ସାହନ ପାଇଲେ ଭବିଷ୍ୟତରେ ଆହୁରି ନୂଆ କିଛି କରିବାର ଆଶା ରଖିଛନ୍ତି ପ୍ରବୋଧ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami