ଫ୍ଲଡିଂ କ’ଣ ? ଯାହା ଦ୍ୱାରା ଚୀନ ନିଜ ଲୋକଙ୍କ ସ୍ୱରକୁ ଚାପିଦିଏ ?

Above Post Content

ଚୀନରେ ଯଦି କୌଣସି ସଂଗଠନ କିମ୍ବା ବ୍ୟକ୍ତି ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବା ଆରମ୍ଭ କରନ୍ତି, ତେବେ ତୁରନ୍ତ ଗୋଟିଏ ଗୋଷ୍ଠୀ ସକ୍ରୀୟ ହୋଇଯାଇଥାଏ । ଏହି ଗୋଷ୍ଠୀ ଏମିତି ଖବର ପ୍ରଚାରିତ କରିଥାଏ, ଯାହା ସରକାରଙ୍କୁ ସୁହାଏ ।ଏହି ଖବରର ସଂଖ୍ୟା ଓ ସ୍ୱର ଏତେ ଜୋରଦାର ହୋଇଥାଏ ଯେ, ମିଥ୍ୟା ପାଇଁ ସତ ଲୁଚିଯାଏ ସେନସରସିପ୍ ର ଏହି ପନ୍ଥାକୁ ଫ୍ଲଡିଂ ବୋଲି କୁହାଯାଇଥାଏ

ଇଣ୍ଟରନେଟ୍ ଫ୍ରିଡମ୍ ମାମଲାରେ ଚୀନର ସ୍ଥାନ ବିଶ୍ୱରେ ସମ୍ଭବତଃ ଉତ୍ତର କୋରିଆ ଉପରେ । କାରଣ ଉତ୍ତର କୋରିଆରେ ମାତ୍ର କେଇ ଜଣଙ୍କ ପାଖରେ ଇଣ୍ଟରନେଟ୍ ଆକ୍ସେସର ଅଧିକାର ରହିଛି । ଆମେରିକୀୟ ସଂଗଠନ ଫ୍ରିଡମ୍ ହାଉସ ପ୍ରତିବର୍ଷ ନାଗରିକତା ସ୍ୱାଧିନତା ଉପରେ ଅଧ୍ୟୟନ କରିଥାଏ । ଏଥିରେ ପ୍ରତିବର୍ଷ ଚୀନ୍ ମୋଟ ୧୦୦ ଅଙ୍କରୁ ୧୦ ଅଙ୍କ ପାଇଥାଏ । ସେଠାରେ କେବଳ ଇଣ୍ଟରନେଟ୍ ଉପରେ କଡା ପହରା ନାହିଁ, ଯେତେବେଳେ ଇଣ୍ଟରନେଟ୍ ନଥିଲା ସେତେବେଳେ ବି ଏଭଳି ପହରା ଥିଲା । ଚୀନର ମୂଳନୀତି ହେଉଛି, ଲୋକଙ୍କୁ ସତ କ’ଣ ଜାଣିବାକୁ ଦିଅ ନାହିଁ ।

After 2nd paragraph post ads

୧୯୮୯ରେ ଚୀନର ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ଆନ୍ଦୋଳନ ହୋଇଥିଲା । ପ୍ରାୟ ୬ ସପ୍ତାହ ଧରି ଚାଲିଥିବା ଆନ୍ଦୋଳନରେ ଖପ୍ପା ଚୀନ ସରକାର ଦେଶରେ ସେତେବେଳେ ସାମରିକ ଆଇନ ଲାଗୁ କରିଥିଲେସେନା ଗୁଳିରେ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ । କିନ୍ତୁ ଚୀନ ସରକାର କେବଳ ୨ଶହ ବିଦ୍ରୋହୀ ସେନା ଗୁଳିରେ ପ୍ରାଣ ହରାଇଛନ୍ତି ବୋଲି କହିଥିଲେ । ୨୮ ବର୍ଷ ପରେ ଏବେ ସତ ପଦାକୁ ଆସୁଛି । ଏବେ ଜଣା ପଡୁଛି ଯେ, ସେହି ୬ ସପ୍ତାହରେ ୧୦ ହଜାର ଲୋକଙ୍କୁ ଚୀନ ସରକାର ହତ୍ୟା କରିଥିଲେ ।

ଇଣ୍ଟରନେଟ୍ ଆରମ୍ଭ କାଳରେ ଚୀନରେ ପହରା ଏତେ ଜୋରଦାର ନଥିଲା । କିନ୍ତୁ ଯେମିତି ସରକାର ଏହାର ଶକ୍ତିକୁ ଜାଣିପାରିଲେ ସେମିତି ତୁରନ୍ତ ଏହା ଉପରେ ନାନା ପ୍ରକାରର ପ୍ରତିବନ୍ଧକ ଲାଗୁ କରିବାରେ ଲାଗିଲେ । ଫେସବୁକ୍, ହ୍ୱାଟସଆପ୍ ଭଳି ସୋସିଆଲ ମିଡିଆ ଆପର ଶକ୍ତିକୁ ଚୀନ୍ କମ୍ୟୁନିଷ୍ଟ ପାର୍ଟି ଜାଣି ପାରିଥିଲା । ତେଣୁ ସେମାନେ ଏହି ସବୁ ଆପକୁ ନିଜ ଦେଶରେ ଅନୁମତି ଦେଇନଥିଲେ । ସେମାନଙ୍କ ସ୍ଥାନ ନେଇଥିଲା ଚୀନ୍ ସୋସିଆଲ ମିଡିଆ । ଫଳରେ ଚୀନ୍ ଲୋକ କ’ଣ ଭାବୁଛନ୍ତି, କଣ ଲେଖୁଛନ୍ତି ତା ଉପରେ ନଜର ରଖିବା କମ୍ୟୁନିଷ୍ଟ ସରକାର ପାଇଁ ସହଜ ହୋଇଥିଲା । ଏମିତିକି ଚୀନରେ ଆପଣ ଗୁଗଲ ଖୋଜିଲେ ପାଇବେ ନାହିଁ ।ସେଠାରେ ଗୁଗଲ ବଦଳରେ ମେଡ୍ ଇନ୍ ଚାଇନ୍ ସର୍ଚ୍ଚ ଇଂଜିନ ବ୍ୟବହାର ହୁଏ ।

Middle post content

ଚୀନ୍ ସେନସରସିପର ନମୂନା ହେଉଛି ଗ୍ରେଟ୍ ଫାୟାରୱାଲ ଅଫ୍ ଚାଇନା । ଏହାକୁ ଦୁନିଆର ସବୁଠାରୁ ଆଧୁନିକ ଇଣ୍ଟରନେଟ୍ ସେନସରସିପ୍ ପ୍ରୋଗ୍ରାମ ଭାବେ ଗ୍ରହଣ କରାଯାଇଥାଏ । ଏହା ଚୀନ ଇଣ୍ଟରନେଟ୍ କଣ୍ଟେଣ୍ଟକୁ ସେନସର କରିଥାଏ । କମ୍ୟୁନିଷ୍ଟ ପାର୍ଟିର ନୀତିକୁ ସମାଲୋଚନା କରୁଥିବା ୱେବସାଇଟ୍ ସବୁକୁ ଏହି ପ୍ରୋଗ୍ରାମ ବ୍ଲକ କରିଥାଏ । ଏମିତିକି କି ୱାର୍ଡ୍ସ ମଧ୍ୟ ବ୍ଲକ କରାଯାଇଥାଏ, ଯେମିତି କେହି କିଛି ସର୍ଚ୍ଚ କରି ପାରିବ ନାହିଁ ।

୧୯୯୮ରେ ଗ୍ରେଟ୍ ଫାୟାରୱାଲ୍ ଅଫ୍ ଚାଇନାର ଆରମ୍ଭ ହୋଇଥିଲା । ଏହାକୁ ଗୋଲ୍ଡେନ୍ ସିଲ୍ଡ ପ୍ରୋଜେକ୍ଟ ମଧ୍ୟ କୁହାଯାଇଥାଏ । ଏହାକୁ ଭେଦ କରିବା ଏକରକମ ଅସମ୍ଭବ । ଏବେ ଏହି ପ୍ରୋଗ୍ରାମରେ ନୂଆ ନୂଆ ଚିଜ ଜୋଡା ଯାଉଛି । ଏହି ଫାୟାରୱାଲ୍ ଦୁଇଟି ଦୀଗରେ କାମ କରିଥାଏ । ବାହାର ଦେଶର କୌଣସି ୱେବସାଇଟକୁ ଏହା ଚୀନ୍ ସାଇବର ଦୁନିଆ ମଧ୍ୟକୁ ପ୍ରବେଶ କରିବାକୁ ଦେଇନଥାଏ । ସେହିଭଳି ଚୀନର କେହି ଯଦି ବିଦେଶର କୌଣସି ୱେବସାଇଟ୍ ପଢିବାକୁ ଚାହେଁ ତେବେ ରାସ୍ତାକୁ ବ୍ଲକ କରିଥାଏ ଫାୟାର ୱାଲ ।

ହାଭାର୍ଡ୍ ବିଶ୍ୱବିଦ୍ୟାଳୟ ମଧ୍ୟ ଚୀନର ଏହି ସେନସରସିପ୍ ଉପରେ ଅନୁସଂଧାନ କରିଛି । ଏହି ଅଧ୍ୟୟନରେ ସାମିଲ ଥିବା ଜଣେ ଗବେଷକ ମାର୍ଗରେଟ୍ ଇ ରବର୍ଟସ ଗୋଟିଏ ପୁସ୍ତକ ଲେଖିଛନ୍ତି । ଯାହାର ନାମ ହେଉଛି ସେନସର୍ଡ : ଡିଷ୍ଟ୍ରାକ୍ସନ ଆଣ୍ଡ୍ ଡାଇଭର୍ସନ ଇନସାଇଡ୍ ଚାଇନା’ସ ଗ୍ରେଟ୍ ଫାୟାରୱାଲ । ଏଥିରେ ଚୀନ୍ କେମିତି ଇଣ୍ଟରନେଟ୍ ବ୍ୟାନ୍ କରିଥାଏ ସେ ବିଷୟରେ ତଥ୍ୟ ରହିଛି । ଏହାମଧ୍ୟରୁ ଗୋଟିଏ ଉପାୟ ହେଉଛି ୟୁଜର୍ସଙ୍କୁ ଡରାଇବା । ଅର୍ଥାତ ଯଦି କେହି ସେନ୍ସରକୁ ଭାଙ୍ଗିବାକୁ ଚେଷ୍ଟା କରେ ତେବେ ତାକୁ ସଜ୍ଜା ର ଭୟ ଦେଖାଇବା ।

ଆଉ ଗୋଟିଏ ପନ୍ଥା ହେଉଛି ଫ୍ଲଡିଂ । ଫ୍ଲଡିଂ ଏମିତି ଗୋଟିଏ ଉପାୟ ଯେଉଁଥିରେ ଯଦି କେହି ସରକାରଙ୍କ ବିଶୟରେ କିଛି କୁହେ, ତେବେ ପୁରା ସରକାରୀ କଳ ସକ୍ରିୟ ହୋଇଯାଏ । ସରକାରୀ ଏଜେନ୍ସୀ ଖବରକୁ ଦବାଇବା ପାଇଁ ଉତ୍ତରରେ ମିଛ ଖବର ପ୍ରଚାର କରନ୍ତି । ଏହି ମିଛ ଖବର ସଂଖ୍ୟାରେ ଏତେ ଅଧିକ ହୋଇଥାଏ ଯେ, ସତ ଖବର ଲୁଚି ଯାଏ । ଚୀନ୍ ସରକାର ମଧ୍ୟ ସେହି ୱେବସାଇଟକୁ ଧିମା କରିଦିଅନ୍ତି ଯାହା ତାଙ୍କ ବିରୋଧରେ ଖବର ଚଳାଏ । ଏଭଳି ୱେବସାଇଟ୍ ଏତେ ଧିମା ହୁଅନ୍ତି ଯେ, ଜଣେ ୟୁଜର ୱେବସାଇଟ୍ ଖୋଲିବା ପୂର୍ବରୁ ହିଁ ବିରକ୍ତ ହୋଇ ବନ୍ଦ କରିଦିଏ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami