ବ୍ରିଜ୍ ତଳେ ଫସିଗଲା ଫ୍ଲାଇଟ୍ , ସ୍ଥାନୀୟ ଲୋକଙ୍କ ସହଯୋଗରେ ବାହାରିଲା

Above Post Content

ବିହାର: ବ୍ରିଜ୍ ତଳେ ଫସିଗଲା ଫ୍ଲାଇଟ୍ । ଏହା ଶୁଣିବା ପରେ ଆପଣଙ୍କୁ ଟିକେ ଖଟ୍‌କା ଲାଗିପାରେ । ହେଲେ ବିହାରର ମୋତିହାରିରେ ଥିବା ଏକ ବ୍ରିଜ୍ ତଳେ ଆଜି ଏକ ଫ୍ଲାଇଟ୍ ଫସିଯାଇଥିବା ଦେଖିବାକୁ ମିଳିଥିଲା । ଫଳରେ ରାସ୍ତାରେ ଟ୍ରାଫିକ୍ ସମସ୍ୟା ଦେଖା ଦେଇଥିଲା । ବହୁ ସମୟ ଧରି ରାସ୍ତାର ଦୁଇ ପାଶ୍ୱର୍ରେ ଅନେକ ଗାଡ଼ି ଅଟକି ରହିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ôଚ ଫ୍ଲାଇଟ୍‌କୁ ବାହାର କରିବା ପାଇଁ ଚେଷ୍ଟା କରିଥିଲା । ଫ୍ଲାଇଟ୍ ମୁମ୍ବାଇରୁ ଆସାମ ଯାଉଥିଲା । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

Middle post content

ମୁମ୍ବାଇରୁ ଆସାମ ଯାଉଥିଲା ଏହି ଫ୍ଲାଇଟ୍

After 2nd paragraph post ads

ସ୍କ୍ରାପ୍‌ରେ ପରିଣତ ହୋଇଥିବା ଏକ ଫ୍ଲାଇଟ୍‌କୁ ଟ୍ରେଲରରେ ମୁମ୍ବାଇରୁ ଆସାମ ନିଆଯାଉଥିଲା । ବିହାରର ମୋତିହାରିରେ ଥିବା ଏକ ଓଭର ବ୍ରିଜ୍ ତଳେ ଫ୍ଲାଇଟ୍‌ଟି ଫସି ଯାଇଥିଲା । ସ୍କ୍ରାପ୍ ବିମାନଟି ଓଭର ବ୍ରିଜ୍ ତଳେ ଫସି ଯିବାରୁ କିଛି ସମୟ ପାଇଁ ଟ୍ରାଫିକ୍ ଜାମ୍ ଉପୁଜିଥିଲା । ଏହା ପରେ କିଛି ଟ୍ରକ୍ ଡ୍ରାଇଭର ଓ ସ୍ଥାନୀୟ ଲୋକେ ସହାୟତାର ହାତ ବଢ଼ାଇଥିଲେ । ସେମାନଙ୍କ ସହଯୋଗରେ ଫ୍ଲାଇଟ୍‌କୁ ବାହାର କରାଯାଇଥିଲା । ପରେ ଟ୍ରେଲ୍‌ରଟି ପୁଣି ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଏହିଭଳି ଘଟଣା ପ୍ରଥମ ଥର ଘଟି ନାହିଁ । ୨୦୨୨ ନଭେମ୍ବର ମାସରେ ଆନ୍ଧ୍ର ପ୍ରଦେଶର ବାପଟଲା ଜିଲ୍ଲାରେ ଏକ ସ୍କ୍ରାପ୍ ଫ୍ଲାଇଟ୍ ଏକ ଓଭର ବ୍ରିଜ୍ ତଳେ ଫସି ଯାଇଥିଲେ । ହାଇଦ୍ରାବାଦର ଜଣେ ହୋଟେଲ ମାଲିକ କେରଳରେ ହୋଇଥିବା ଏକ ନିଲାମୀ ବେଳେ ସେହି ସ୍କ୍ରାପ୍ ଉଡ଼ାଜାହାଜକୁ ହାତେଇଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami