ବିମାନରେ ରାଉରକେଲାରୁ ଉତ୍ତରକାଶୀ ଗଲା ୨୪ ପାଇପ୍‌

Above Post Content

ରାଉରକେଲା: ଉତ୍ତରାଖଣ୍ଡର ଉତ୍ତରକାଶୀର ସୁଡ଼ଙ୍ଗ ଭିତରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବାକୁ ମଙ୍ଗଳବାର ପୁଣି ଆରଏସପି ଉତ୍ପାଦିତ ପାଇପ୍ ପଠାଯାଇଛି । ବାୟୁସେନାର ଦୁଇଟି ସି-୧୩୦ ଜେ ସୁପର ହର୍କ୍ୟୁଲସ୍ ବିମାନରେ ସ୍ପାଇରାଲ୍ ୱେଲ୍‌ଡ ପାଇପ୍ ପଠାଯାଇଥିଲା । ଗତ ଦୁଇ ଦିନରେ ପାଖାପାଖି ୪୦ ଟନ୍ ବିଶିଷ୍ଟ ୨୪ଟି ପାଇପ୍ ପଠାଯାଇଥିବା ଜଣାପଡ଼ିଛି । ସୋମବାର ପ୍ରଥମ ଦିନରେ ଦୁଇଟି ବିମାନରେ ୧୨ଟି ପାଇପ୍ ପଠାଯାଇଥିବାବେଳେ ମଙ୍ଗଳବାର ମଧ୍ୟ ଦୁଇଟି ବିମାନରେ ଅବଶିଷ୍ଟ ୧୨ଟି ପାଇପ୍ ପଠାଯାଇଛି ।

Middle post content

ସୁଡ଼ଙ୍ଗରେ ଫସିଥିବା ଶ୍ରମିକଙ୍କ ଉଦ୍ଧାରରେ ଲାଗିବ

After 2nd paragraph post ads

ପୂର୍ବାହ୍ନ ପ୍ରାୟ ସାଢ଼େ ୯ଟାରେ ପ୍ରଥମ ବିମାନ ଓ ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ଦ୍ୱିତୀୟ ବିମାନ ପାଇପ୍ ନେଇ ଦେହରାଡୁନ ଅଭିମୁଖେ ବାହାରିଥିଲା । ପ୍ରତ୍ୟେକ ବିମାନରେ ୬ଟି ଲେଖାଏଁ ପାଇପ୍ ପରିବହନ କରାଯାଇଥିଲା । ଏହାର ମୋଟେଇ ୨୮/୩୨ ଇଞ୍ଚ ଲେଖାଏଁ ଥିବାବେଳେ ଲମ୍ବ ୨୦ ବିଶିଷ୍ଟ ଥିଲା । ତେବେ ନିର୍ଦ୍ଦିଷ୍ଟ ଗୋଟିଏ ଓଜନ ବିଶିଷ୍ଟ ପାଇପ୍ ପଠାଯାଇନାହିଁ । ଦୁଇ ପ୍ରକାର, ଯଥା ୧.୮ ଟନ୍ ଓ ୧.୪ ଟନ୍ ବିଶିଷ୍ଟ ପାଇପ୍ ହିଁ ଉଦ୍ଧାର କାର୍ଯ୍ୟ ପାଇଁ ଯାଇଛି । ସାଇ ସିଦ୍ଧାର୍ଥ ଲଜିଷ୍ଟିକ୍ସ୍ ପକ୍ଷରୁ ଆରଏସ୍‌ପି ଭିତରୁ ହାଇଡ୍ରା ମାଧ୍ୟମରେ ପାଇପ୍ ଅଣାଯାଇ ବିମାନରେ ରଖାଯାଇଥିଲା । ପାଇପ୍ ପ୍ରେରଣ କାର୍ଯ୍ୟରେ ୪ ଜଣ କୁଶଳି ହାଇଡ୍ରା ଚାଳକଙ୍କ ସମେତ ୧୦ ଜଣ ଶ୍ରମିକ ନିୟୋଜିତ ଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami