ଭାଜପା ପ୍ରାର୍ଥୀ ହାରିବା ପରେ ଅଧା ନିଶ-କେଶ କାଟିଲେ ସମର୍ଥକ

Above Post Content

ରାୟପୁର: ଛତିଶଗଡ଼ ବିଧାନସଭା ନିର୍ବାଚନରେ ଶାସନ କ୍ଷମତାରେ ଥିବା କଂଗ୍ରେସକୁ ହଟାଇ ବିଜେପି ପୁଣି କ୍ଷମତା ଦଖଲ କରିଛି । ଏହି ନିର୍ବାଚନରେ ନେତା ଏବଂ ସେମାନଙ୍କ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । କର୍ମୀମାନେ ମଧ୍ୟ ତାଙ୍କ ନେତାଙ୍କୁ ଜିତାଇବା ପାଇଁ କୌଣସି ସୁଯୋଗ ଛାଡି ନ ଥିଲେ । ସେମାନଙ୍କର ନେତାଙ୍କ ବିଜୟ ପରେ, ସେମାନଙ୍କର କର୍ମୀମାନେ ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଥିଲା ଏବଂ ନେତାଙ୍କ ପରାଜୟ ପରେ ସେମାନଙ୍କର କର୍ମୀମାନେ ମଧ୍ୟ ନିରାଶ ହୋଇଥିଲେ । ତେବେ, ଜଣେ ବିଜେପି ପ୍ରାର୍ଥୀ ନିର୍ବାଚନରେ ହାରିଯିବା ତାଙ୍କର ଜଣେ ସମର୍ଥକଙ୍କୁ ମହଙ୍ଗା ପଡିଛି । ବିଜେପି ପ୍ରାର୍ଥୀ ଜିତିବେ ବୋଲି ବାଜି ଲଗାଇଥିବା ବ୍ୟକ୍ତି ଏବେ ଏମିତି କିଛି କରି ବସିଛନ୍ତି, ଯାହାକୁ ନେଇ ସେ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

Middle post content

ସାଙ୍ଗମାନଙ୍କ ସହ ଲଗାଇଥିଲେ ବାଜି

After 2nd paragraph post ads

ଛତିଶଗଡର ମହାସମୁନ୍ଦ ଜିଲ୍ଲାର କଲ୍ଲାରୀ ବିଧାନସଭା ଆସନରୁ ନିର୍ବାଚନ ଲଢ଼ୁଥିଲେ ବିଜେପି ପ୍ରାର୍ଥୀ ଅଲକା ଚନ୍ଦ୍ରାକର । ଯଦି ସେ ନିର୍ବାଚନରେ ହାରିଯାଆନ୍ତି, ତେବେ ସେ ତାଙ୍କ ମୁଣ୍ଡର ଅଧା ବାଳ ଓ ନିଶ ଅଧା କାଟି ଦେବେ ବୋଲି ଜନୈକ ଇଲେକ୍ଟ୍ରିସିଆନ୍ ଡେରହା ରାମ ଯାଦବ ତାଙ୍କ ସାଙ୍ଗମାନଙ୍କ ସହ ବାଜି ଲଗାଇଥିଲେ । ଗତ ରବିବାର ଛତିଶଗଡ଼ ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଜଣାପଡ଼ିଲା କି ଚନ୍ଦ୍ରାକର ତାଙ୍କର ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀ କଂଗ୍ରେସର ଦ୍ୱାରିକାଧିଶ ଯାଦବଙ୍କଠାରୁ ପରାଜିତ ହୋଇଛନ୍ତି । ଫଳରେ ଯାଦବ ତାଙ୍କ ସାଙ୍ଗମାନଙ୍କ ସହ ଲଗାଇଥିବା ବାଜି ହାରି ଯାଇଥିଲେ ।ବାଜି ହାରିଯିବା ପରେ ଡେରହା ରାମ ଯାଦବ ଏକ ସେଲୁନ୍‌କୁ ଯାଇ ତାଙ୍କ ମୁଣ୍ଡବାଳରୁ ଅଧା ଓ ନିଶରୁ ଅଧା କାଟି ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami