ପଞ୍ଚୁକ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

Above Post Content

ପୁରୀ : ଆଜିଠୁ ମହାପଞ୍ଚୁକ ବ୍ରତ । ଏଥିଲାଗି ଚଳଚଞ୍ଚଳ ହୋଇପଡିଛି ଶ୍ରୀକ୍ଷେତ୍ର । ଏନେଇ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଓ ବେଶ ଅନୁଷ୍ଠିତ ହୋଇଛି । ଆଜି ବଡ ଏକାଦଶୀରେ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀବିଗ୍ରହ । ମହାପ୍ରଭୂଙ୍କର ଅବକାଶ ନୀତି ପରେ ଠାକୁରଙ୍କୁ ସୁନା ବେଶରେ ସଜ୍ଜିତ କରାଯାଇଛି । ଆସନ୍ତାକାଲି ମହାପ୍ରଭୁଙ୍କ ବାଙ୍କଚୁଡ଼ ବେଶ ଅନୁଷ୍ଠିତ ହେବ । ପଞ୍ଚୁକର ତୃତୀୟ ଦିନରେ ଠାକୁରଙ୍କ ତ୍ରିବିକ୍ରମ ବେଶ, ଚତୁର୍ଥ ଦିନରେ ଲକ୍ଷ୍ମୀନୃସିଂହ ବେଶ ଓ ପଞ୍ଚମ ତଥା ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ରାଜରାଜେଶ୍ୱର ବା ସୁନାବେଶ ଅନୁଷ୍ଠିତ ହେବ । ପଞ୍ଚୁକ ବ୍ରତଧାରୀଙ୍କୁ କୋଟି ଜନ୍ମର ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି ।

Middle post content

୪୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

After 2nd paragraph post ads

ଆଜି ସକାଳୁ ମହାପ୍ରଭୂଙ୍କୁ ଦର୍ଶନ କରିବା ଲାଗି ଲକ୍ଷାଧିକ ଭକ୍ତଙ୍କ ଭିଡ ଜମିଛି । ଶୃଙ୍ଖଳିତ ଦର୍ଶନ ଲାଗି ଚାରିଥାକିଆ ବ୍ୟବସ୍ଥା କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ ପୁରା କଡାକଡି କରିଛି ପ୍ରଶାସନ । ଦିବ୍ୟାଙ୍ଗ ଓ ବୟସ୍କ ବ୍ୟକ୍ତିଙ୍କ ପାଇଁ ସ୍ୱତନ୍ତ୍ର ଲାଇନର ବ୍ୟବସ୍ଥା ରହିଛି । ମାର୍କେଟ୍ ଛକ ପର୍ଯ୍ୟନ୍ତ କାଠର ବ୍ୟାରେକେଡ କରାଯାଇଛି । ମରିଚିକୋଟ ଛକ ପର୍ଯ୍ୟନ୍ତ ଟେଣ୍ଟଓ ବ୍ୟାରିକେଡକୁ ସମ୍ପ୍ରସାରଣ କରାଯାଇଛି । ଭକ୍ତଙ୍କ ସୁରକ୍ଷା ଦୃଷ୍ଟି କୋଣରୁ ୪୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଶ୍ରୀମନ୍ଦିର ଠାରୁ ମର୍ଚିକୋଟ ଛକ ପର୍ଯ୍ୟନ୍ତ ସମସ୍ତ ଉଠା ଦୋକାନ ୫ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ । ଭକ୍ତଙ୍କ ମୌଳିକ ସୁବିଧା, ଅସ୍ଥାୟୀ ଟଏଲେଟ ସହ ପ୍ରାୟ ୫୦ଜଣ ସ୍ୱେଛାସେବୀଙ୍କୁ ଜଳ ବଣ୍ଟନ ପାଇଁ ମୁତୟନ କରାଯାଇଛି । ଏହାସହ ସମସ୍ତ ପଞ୍ଚପୁଷ୍କରିଣୀ ଓ ମହୋଦଧିରେ ଅଗ୍ନିଶମ ବାହିନୀ ଓ ଲାଇଫ ଗାର୍ଡ ମୁତୟନ କରାଯାଇଛି । ମେଡିକାଲ ଟିମ, ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami