ସବୁ କ୍ଷେତ୍ରରେ ଓଡିଶା ହେବ ଏକ ନମ୍ବର ରାଜ୍ୟ

Above Post Content

ଭୁବନେଶ୍ୱର:  ଏବେ ଉଜ୍ଜଳମୟ ଭବିଷ୍ୟତ ଦିଗରେ ଆଗକୁ ବଢୁଛି ଓଡିଶା । ୨୦୩୬ ରେ ୧୦୦ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛି ଆମ ରାଜ୍ୟ । ଏହା ପୂର୍ବରୁ ଓଡିଶା କୁ ସବୁ କ୍ଷେତ୍ରରେ ଏକ ନମ୍ବର କରିବାକୁ ଜାରି ରହିଛି ଉଦ୍ୟମ । ଏଥିପାଇଁ ଆମେ ଦୃଢ଼ ସଂକଳ୍ପର ସହ ଆଗକୁ ବଢ଼ୁଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟବାସୀଙ୍କ ଉଦ୍ଧେଶ୍ୟରେ ଏକ ଖୋଲା ଚିଠି ଲେଖି ଏଭଳି କିଛି ଉଲ୍ଲେଖ କରିଛନ୍ତି ନବୀନ । ଯେଉଁ ଚିଠିକୁ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଛନ୍ତି ବିଜେଡି ନେତା ।

Middle post content

ରାଜନୀତିରେ ଇତିହାସ ସୃଷ୍ଟି କରିବ ଓଡିଶା

After 2nd paragraph post ads

ନବୀନ ଆହୁରି କହିଛନ୍ତି, ଦେଶର ରାଜନୀତି ରେ ରାଜ୍ୟବାସୀ ଏକ ନୂଆ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି । ସାଢ଼େ ୪ କୋଟି ଲୋକଙ୍କ ସୁଖ, ଦୁଃଖ, ସୁବିଧା ଓ ଅସୁବିଧାରେ ମୁଁ ସେମାନଙ୍କ ପାଖରେ ରହିଛି । ମୋ ଉପରେ ଥିବା ରାଜ୍ୟବାସୀଙ୍କ ବିଶ୍ୱାସ ଓ ଭରସା ମୋତେ ଆହୁରି ଦୃଢ଼ତାର ସହ କାମ କରିବାକୁ ପ୍ରେରଣା ଯୋଗାଇଛି । ଓଡ଼ିଶାର ଭବିଷ୍ୟତ ପାଇଁ ଆଗାମୀ ୧୦ ବର୍ଷ ନିର୍ଣ୍ଣାୟକ ହେବ । ଆମେ ସମସ୍ତେ ମିଶି ଏକ ସଶକ୍ତ, ସମୃଦ୍ଧ ଓ ବିକଶିତ ଓଡିଶା ଗଢିବା । ବିକାଶ ଡୋରି ଯୁବ ସମାଜ ହାତରେ । ଆମର ପ୍ରାଥମିକତା ହେଉଛି ଯୁବଗୋଷ୍ଠୀଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ଓ ବ୍ୟାପକ ନିଯୁକ୍ତି ସୁନିଶ୍ଚିତ କରିବା । ଆଉ ରାଜ୍ୟର ଯୁବ ସମାଜ ହିଁ ଗଢିବେ ନୂଆ ଓଡିଶା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami