ବିମାନ ସେବାରେ ଦେଶରେ ଶ୍ରେଷ୍ଠ ସ୍ଥାନ ଅଧିକାର କଲା ଓଡ଼ିଶା

Above Post Content

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ସମୟରେ ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ବିକାଶ ଲାଭ କରିଛି । ଏଥିସହିତ ଦେଶ-ବିଦେଶରେ ବହୁ ସୁନାମ ଅର୍ଜନ କରିଛି । ତେବେ ବିମାନ ସଂଯୋଗୀକରଣ କ୍ଷେତ୍ରରେ ଦେଶରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛି ଓଡ଼ିଶା । ଏନେଇ ହାଇଦ୍ରାବାଦରେ ଅନୁଷ୍ଠିତ ହୋଇଥିବା ୱିଙ୍ଗସ ଇଣ୍ଡିଆ-୨୦୨୪ରେ ଓଡ଼ିଶାକୁ ଏକ ନମ୍ବର ମାନ୍ୟତା ମିଳିଛି ।

ଜାତୀୟସ୍ତରରେ ଚମକିଛି ଓଡ଼ିଶା

After 2nd paragraph post ads
Middle post content

ପୁଣି ଥରେ ଜାତୀୟସ୍ତରରେ ଚମକିଛି ଓଡ଼ିଶା । ଓଡ଼ିଶା ବିମାନ ସେବା କ୍ଷେତ୍ରରେ ନୂଆ ଇତିହାସ ସୃଷ୍ଟି କରିଛି । ରାଜ୍ୟର କଳାହାଣ୍ଡିର ଉତକେଲା, ମାଲକାନଗିରି, ଝାରସୁଗୁଡ଼ା, ରାଉରକେଲା, ଜୟପୁର, ରଙ୍ଗେଇଲୁଣ୍ଡାକୁ ବିମାନ ସେବା ଆରମ୍ଭ ହୋଇଛି । ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାତ୍ରୀମାନେ ମାତ୍ର କେଇ ଘଣ୍ଟା ମଧ୍ୟରେ ବିମାନରେ ପହଞ୍ଚିି ପାରୁଛନ୍ତି । ରାଜ୍ୟ-ରାଜ୍ୟ ମଧ୍ୟରେ ବିମାନ ସେବା ଆରମ୍ଭ କରିବାରେ ଓଡ଼ିଶା ଅଗ୍ରଣୀ ଲାଭ କରିଛି । ରାଜ୍ୟ ସରକାରଙ୍କ ଏହି ନିରନ୍ତର ପ୍ରୟାସ ଫଳରେ ଓଡ଼ିଶା ଆଜି ଜାତୀୟ ସ୍ତରରେ ବଡ଼ ସଫଳତା ହାସଲ କରିଛି । ଓଡ଼ିଶାର ଏହି ଭିନ୍ନ ପ୍ରୟାସକୁ ଜାତୀୟ ସ୍ତରରେ ସ୍ୱୀକୃତି ମିଳିବା ନିଶ୍ଚିତ ଭାବେ ରାଜ୍ୟ ପାଇଁ ଏକ ଗୌରବର ବିଷୟ ।

ବିଶ୍ୱର ଅନ୍ୟ ରାଷ୍ଟ୍ରକୁ ଆରମ୍ଭ ହେବ ବିମାନସେବା

କେବଳ ରାଜ୍ୟ ରାଜ୍ୟ ମଧ୍ୟରେ ନୁହେଁ ବରଂ ସାରା ବିଶ୍ୱକୁ ଆକାଶମାର୍ଗରେ ଯୋଡ଼ିବାକୁ ରାଜ୍ୟ ସରକାର କ୍ରମାଗତ ଭାବେ ପ୍ରୟାସ ଜାରି ରଖିଛନ୍ତି । ରାଜ୍ୟ ସରକାରଙ୍କ ଉଦ୍ୟମ ଫଳରେ ଭୁବନେଶ୍ୱରରୁ ସିଧାସଳଖ ଦୁବାଇ, ସିଙ୍ଗାପୁର, ବ୍ୟାଙ୍କକକୁ ବିମାନ ଚଳପ୍ରଚଳ ହୋଇପାରିଛି । ଆଗାମୀ ଦିନରେ ବିଶ୍ୱର ଅନ୍ୟ ରାଷ୍ଟ୍ରକୁ ମଧ୍ୟ ସିଧାସଳଖ ବିମାନସେବା ଆରମ୍ଭ ହେବ । ଏହାଫଳରେ ଓଡ଼ିଶାକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ମିଳିବା ସହ ରାଜ୍ୟ ଆôର୍ଥକ କ୍ଷେତ୍ରରେ ଆହୁରି ଆଗକୁ ଅଗ୍ରସର ହୋଇପାରିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami