ଏବେ ପୋଷ୍ଟ ଅଫିସରେ ବଦଳାଇପାରିବେ ୨୦୦୦ ଟଙ୍କିଆ ନୋଟ୍‌

Above Post Content

ନୂଆଦିଲ୍ଲୀ : ଏବେ ପୋଷ୍ଟ ଅଫିସରେ ବଦଳାଇପାରିବେ ୨୦୦୦ ଟଙ୍କିଆ ନୋଟ୍ । ଏନେଇ ନୂଆ ଘୋଷଣା କରିଛି ଆରବିଆଇ । ଏବେ ବ୍ୟାଙ୍କ ବ୍ୟତିତ ଗ୍ରାହକମାନେ ପୋଷ୍ଟଅଫିସ ଜରିଆରେ ଏହି ନୋଟ ବଦଳାଇପାରିବେ । ଏହାକୁ ନେଇ କିଛି ନିର୍ଦ୍ଦେଶନାମା ମାନିବାକୁ ପଡ଼ିବ । ପ୍ରଥମେ ଅନଲାଇନ୍‌ରେ ଉପଲବ୍ଧ ହେଉଥିବା ଏକ ଆବେଦନ ପତ୍ର ପୂରଣ କରିବାକୁ ହେବ । ପରେ ନୋଟଗୁଡ଼ିକୁ ଭାରତୀୟ ଡାକର ଯେକୌଣସି ସୁବିଧା ଜରିଆରେ ଆରବିଆଇ କାର୍ଯ୍ୟାଳୟକୁ ପଠାଇବାକୁ ହେବ । ଏହାପରେ ଜମା ରାଶି ବ୍ୟାଙ୍କ ଖାତାକୁ ଆସିଯିବ ।

Middle post content

ଅନଲାଇନ୍‌ରେ ପୂରଣ କରିବାକୁ ହେବ ଆବେଦନ ପତ୍ର

After 2nd paragraph post ads

ବାସ୍ତବରେ ୨୦୦୦ ଟଙ୍କା ବଦଳାଇବା ଲାଗି ଆରବିଆଇର ବିଭିନ୍ନ ସହରରେ ଥିବା କାର୍ଯ୍ୟାଳୟ ସମ୍ମୁଖରେ ଲୋକଙ୍କ ଭିଡ଼ ଜମୁଛି । ଏଣୁ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି । ଥରକରେ ୨୦ହଜାର ଯାଏ ନୋଟ୍‌କୁ ଗ୍ରାହକ ବଦଳାଇପାରିବେ ନଚେତ ଜମା କରିପାରିବେ । ଏଥିଲାଗି କାର୍ଯ୍ୟାଳୟକୁ ଯିବାର ଆବଶ୍ୟକତା ନାହିଁ । ପୋଷ୍ଟ ଅଫିସର ସୁବିଧା ଜରିଆରେ ନୋଟ୍‌କୁ ଆରବିଆଇ ଅଫିସ ପଠାଇ ହେବ । ଏଥିଲାଗି ଆରବିଆଇର ୱେବ୍‌ସାଇଟ୍‌ରେ ଉପଲବ୍ଧ ଏକ ଆବେଦନପତ୍ର ପୂରଣ କରିବାକୁ ହେବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami