ଭିସୁଟରେ କୁଳପତିଙ୍କ କଡ଼ା ନିର୍ଦ୍ଦେଶ, ଛୋଟ ଡ଼େସ ପିନ୍ଧି ଯିବାକୁ ମନା

Above Post Content

ସମ୍ବଲପୁର : ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌)କୁ ମଡ଼ର୍ଣ୍ଣ ଡ଼୍ରେସ୍ ପିନ୍ଧି ଯିବା ମନା । ଏପରି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଭିସୁଟ୍ କୁଳପତି । ଆଧୁନିକ ଏବଂ ଛୋଟ ପୋଷାକ ପିନ୍ଧି ଆସିପାରିବେନି ଛାତ୍ରୀଛାତ୍ର । ଏନେଇ କୁଳପତି ନୋଟିସ୍ ଜାରି କରିଛନ୍ତି । ଆଗକୁ ବସନ୍ତ ଉତ୍ସବ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏହାକୁ ଦୃଷ୍ଟିରେ ଏହି ନିଷ୍ପତ୍ତି ନିଆଯାଇଥିବା କୁଳପତି କହିଛନ୍ତି ।

Middle post content

ପାରମ୍ପରିକ ପୋଷାକରେ ଆସିବେ ଛାତ୍ରଛାତ୍ରୀ

After 2nd paragraph post ads

ଛାତ୍ରଛାତ୍ରୀ ମଡ଼ର୍ଣ୍ଣ ଡ଼୍ରେସ ବଦଳରେ ପାରମ୍ପରିକ ପୋଷାକ ପିନ୍ଧି ଆସିବାକୁ କୁହାଯାଇଛି । ଯଦି କେହି ଏହି ନିୟମକୁ ଖିଲାପ କରନ୍ତି ତେବେ ତାଙ୍କୁ କ୍ୟାମ୍ପସ୍ ଭିତରକୁ ଛଡା ଯିବ ନାହିଁ । ଏଥିସହ ନିୟମ ଖିଲାପକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ବି ଦିଆଯାଇଛି । ବସନ୍ତ ଉତ୍ସବ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଥିବାବେଳେ ଏଥିରେ ରାଜ୍ୟର ସଂସ୍କୃତିକୁ ବଜାୟ ରଖିବାକୁ ପାଇଁ ଏଭଳି ନିଷ୍ପତ୍ତିି ନିଆଯାଇଥିବା କୁହାଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami