ଲୋକଙ୍କୁ ଫୋନ କରି ବିଭିନ୍ନ କାର୍ଯ୍ୟର ସମୀକ୍ଷା କଲେ ନବୀନ

Above Post Content

ଭୁବନେଶ୍ୱର: ଲୋକଙ୍କୁ ସିଧାସଳଖ କଲ୍ କରି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ରାଜ୍ୟ ସରକାର ସମସ୍ତ ଜିଲାର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ପାଇଁ ପାଣ୍ଠି ଘୋଷଣା କରିଥିଲେ । ଏଥିସହ ସ୍ଥାନୀୟ କାମ ପାଇଁ ମଧ୍ୟ ଟଙ୍କା ଆବଣ୍ଟନ କରିଛନ୍ତି । ଏହିସବୁ କାର୍ଯ୍ୟର ଅଗ୍ରଗତି ଏବେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରୁଛନ୍ତି ।ମୁଖ୍ୟମନ୍ତ୍ରୀଙ୍କ ଏପରି ଉଦ୍ୟମ ସାଧାରଣ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି ।

Middle post content

ଲୋକଙ୍କ ସହ ସିଧାସଳଖ କଥା ହୋଇଛନ୍ତି ନବୀନ

After 2nd paragraph post ads

କରୋନା ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିଥିଲା । ଯାହା ଦ୍ୱାରା ଲୋକମାନଙ୍କର ଅଭିଯୋଗ ଶୁଣାଣି ହୋଇ ପାରି ନ ଥିଲା । ଏହାପରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ବର୍ତ୍ତମାନ ନବୀନ ଓଡ଼ିଶା ଏବଂ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସମସ୍ତ ଜିଲା ଗସ୍ତ କରି ଲୋକ ମାନଙ୍କର ଅଭିଯୋଗ ପତ୍ର ଆଣି ପରେ ପାଣ୍ଠି ଘୋଷଣା କରିଥିଲେ । ଏବେ ମୁଖ୍ୟମନ୍ତ୍ରୀ ଏହି ସବୁ କାର୍ଯ୍ୟର ସମୀକ୍ଷା କରୁଛନ୍ତି । ନବୀନ ନିଜେ ରାଜ୍ୟର ବିଭିନ୍ନ ଅଞ୍ଚଳର ଲୋକଙ୍କୁ ଫୋନ୍ କରୁଛନ୍ତି । ଲୋକଙ୍କ ସହ ସିଧାସଳଖ କଥା ହେଉଛନ୍ତି । ବିଭିନ୍ନ ଅଞ୍ଚଳରେ ଚାଲିଥିବା ସ୍କୁଲ ରୂପାନ୍ତରଣ, ମନ୍ଦିର, ବ୍ରିଜ ଆଦି ବିକାଶ ମୂଳକ କାମ କିଭଳି ଚାଲୁଛି ଓ ସରିଲାଣି କି ନାହିଁ ସେନେଇ ମତାମତ ନେଉଛନ୍ତି । ଏପରିକି ପିଲାମାନେ ଖୁସି ଅଛନ୍ତି କି ବୋଲି ବି ନବୀନ ଲୋକଙ୍କୁ ପଚାରି ବୁଝୁଛନ୍ତି । ଲୋକମାନେ ବି ନବୀନଙ୍କ ପ୍ରଶ୍ନର ଉତ୍ତର ଦେଇ ବେଶ୍ ଖୁସି ପ୍ରକାଶ କରିଛନ୍ତି । ନବୀନ ସରକାର ହେଉଛି ଲୋକଙ୍କ ସରକାର । ମୋ ସରକାର ମାଧ୍ୟମରେ ଜନସାଧାରଣଙ୍କ ଫିଡବ୍‌୍ୟାକ ନେଇ ଗଣତନ୍ତ୍ରରେ ନିଆରା ପରମ୍ପରା ସୃଷ୍ଟି କରିଥିବା ନବୀନ ଲୋକଙ୍କ ସହ ସିଧାସଳଖ ଫୋନରେ କଥାହେବା ତାଙ୍କର ଓ ତାଙ୍କ ସରକାରର ଉତ୍ତରଦାୟିତ୍ୱର ପ୍ରମାଣ ଦେଉଛି । ତେବେ ଲୋକମାନଙ୍କୁ ସିଧାସଳଖ ଫୋନ୍ କରି ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିବା ପ୍ରଥମ ଥର ଦେଖିବାକୁ ମିଳୁଛି । ଯାହାର ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଅପଲୋଡ୍ କରିଛନ୍ତି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami