ନିର୍ବାଚନ ଜିତିବାକୁ ନବୀନ ପଟ୍ଟନାୟକଙ୍କୁ ବିଜେପିର ସହଯୋଗ ଆବଶ୍ୟକ ନାହିଁ: ଏମିତି କହିଲେ ୫ଟି ଅଧ୍ୟକ୍ଷ

Above Post Content

ଭୁବନେଶ୍ୱର: ନ୍ୟୁଜ-୧୮ର ରାଇଜିଂ ଭାରତ କନକ୍ଲେଭରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ବଡ ବିବୃତି ଦେଇଛନ୍ତି । ଭାରତୀୟ ରାଜନୀତିରେ ଶାସନରେ ଥିବା ଦଳ ଓ ମୁଖ୍ୟ ବିରୋଧୀ ଦଳ ମଧ୍ୟରେ ମେଣ୍ଟ ହେବା କ୍ୱଚିତ ଦେଖିବାକୁ ମିଳିଥାଏ । କିନ୍ତୁ ଓଡିଶାରେ ଶାସକ ବିଜେଡ଼ି ଓ ମୁଖ୍ୟ ବିରୋଧୀ ଦଳ ବିଜେପି ମଧ୍ୟରେ କାହିଁକି ମେଣ୍ଟହେଉଥିବା ଆଲୋଚନା ହେଉଛି ବୋଲି ପ୍ରଶ୍ନର ଉତ୍ତରରେ ନବୀନ ଓଡିଶା ଓ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବଡ ବୟାନ ଦେଇଛନ୍ତି ।ସେ କହିଛନ୍ତି ଯେ, ଅନେକ ସମୟରେ ରାଜନୈତିକ ଦଳମାନେ ମେଣ୍ଟକରିଥାନ୍ତି ନିର୍ବାଚନ ଜିତିବାକୁ । କିନ୍ତୁ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିର୍ବାଚନ ଜିତିବାକୁ ମେଣ୍ଟର ଆବଶ୍ୟକତା ନାହିଁ । ଅର୍ଥାତ ଦେଶରେ ଶାସନକୁ ଫେରିବାକୁ ବିଜେପିକୁ ବିଜେଡିର ଆବଶ୍ୟକତା ନାହିଁ କି ରାଜ୍ୟରେ ଶାସନକୁ ଫେରିବା ପାଇଁ ବିଜେପିର ସହଯୋଗର ଆବଶ୍ୟକତା ନାହିଁ । ବର୍ତ୍ତମାନ ଆସୁଥିବା ସବୁ ସର୍ଭେ ରିପୋର୍ଟ କହୁଛି ନିଃସନ୍ଦେହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ । କିଛି କଥା ରାଜନୀତିର ଉର୍ଦ୍ଧ୍ୱରେ ଥାଏ । ଏଭଳି ପରିସ୍ଥିତିରେ ମେଣ୍ଟସମ୍ଭାବନା କେବଳ ଦୁଇ ରାଜନେତାଙ୍କ ରାଷ୍ଟ୍ରନୀତିଜ୍ଞ ପଣିଆ ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ । ଏକ ମହତ ଉଦ୍ଦେଶ୍ୟ ପାଇଁ ଉଭୟ ଏକାଠି ହେବା । ଏଥିରେ କୌଣସି ରାଜନୀତି ନାହିଁ ବୋଲି ସେ କହିଛନ୍ତି । ବିଜେପି କିମ୍ବା ବିଜେଡି ପାଇଁ ଏଥିରେ କୌଣସି ନିର୍ବାଚନୀ ମୂଲ୍ୟ ନାହିଁ ।

Middle post content

ଲୋକପ୍ରିୟତା ପାଇଁ ପ୍ରତିଥର ଜିତୁଛନ୍ତି ମୁଖ୍ୟମନ୍ତ୍ରୀ

After 2nd paragraph post ads

ଲୋକପ୍ରିୟତା ପାଇଁ ପ୍ରତିଥର ନିର୍ବାଚନରେ ତିନି ଚତୁର୍ଥାଂଶ ଭୋଟରେ ଜିତୁଛନ୍ତି ମୁଖ୍ୟମନ୍ତ୍ରୀ । ନିକଟରେ ଶେଷ ହୋଇଥିବା ପଂଚାୟତ ନିର୍ବାଚନରେ ବିଜେଡି ୯୫ ପ୍ରତିଶତ ଆସନରେ ଜିତିଛି । ଏହି ଦୁଇ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଘନିଷ୍ଠ ବନ୍ଧୁତା ରହିଛି । ସେମାନେ ରାଜନୀତି ଠାରୁ ଉର୍ଦ୍ଧ୍ୱକୁ ଯାଇ ରାଷ୍ଟ୍ରର ଉନ୍ନତି ପାଇଁ ଚିନ୍ତା କରୁଛନ୍ତି । ଏହା ଦୁଇ ରାଷ୍ଟ୍ରନାୟକଙ୍କ ମଧ୍ୟରେ ଏକ ଉତ୍ତମ ସମ୍ପର୍କର ଉଦାହାରଣ । ଏଥିରେ କୌଣସି ରାଜାନୀତି ନାହିଁ । ତେବେ ମେଣ୍ଟନେଇ କିଛି ହେଲେ ସମସ୍ତେ ଜାଣିପାରିବେ ବୋଲି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ନ୍ୟୁଜ-୧୮ର ରାଇଜିଂ ଭାରତ କନକ୍ଲେଭରେ କହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami