୨୪ ବର୍ଷର ଶାସନ ପୂରଣ କଲେ ନବୀନ

Above Post Content

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ପୁରିଲା ୨୪ ବର୍ଷ । ରୌପ୍ୟ ଜୟନ୍ତୀ ବର୍ଷରେ ଓଡ଼ିଶାର ନବୀନ ସରକାର । ୨ ହଜାର ମସିହା ମାର୍ଚ୍ଚ ୫ ତାରଖରେ ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମେ ଶପଥ ନେଇଥିଲେ ନବୀନ ପଟ୍ଟନାୟକ । ଆଉ ତା ପରଠୁ ଅପରାଜେୟ ଭାବେ ରାଜନୀତିର ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ି ଚାଲିଛନ୍ତି ବିଜୁ ପୁତ୍ର । କ୍ରମାଗତ ଭାବେ ୫ଥର ମୁଖ୍ୟମନ୍ତ୍ରୀ ହୋଇ ରାଜ୍ୟବାସୀଙ୍କୁ ଦେଉଛନ୍ତି ସୁଶାସନ । ୧୯୯୭ ମସିହାରେ ବିଜୁ ପଟ୍ଟନାୟକଙ୍କ ତିରୋଧାନ ପରେ ନବୀନ ରାଜନୀତିରେ ପାଦ ଥାପିଥିଲେ । କଲମ ମୁନରେ ଅନୁଭବ ଲେଖୁ ଲେଖୁ ସେ ବନିଯାଇଥିଲେ ରାଜନେତା ।

ସେବା ହିଁ ନବୀନଙ୍କ ରାଜନୀତିର ମୂଳ ମନ୍ତ୍ର

After 2nd paragraph post ads

ତାଙ୍କର ବିଶେଷତ୍ୱ ହେଉଛି କଥା କମ୍‌, କାମ ବେଶୀ । ବିଜୁ ଜନତା ଦଳ ଗଠନ ପରେ ବିଜୁବାବୁଙ୍କ ଉପରେ ରାଜ୍ୟବାସୀଙ୍କର ଥିବା ଆସ୍ଥା ନବୀନ ବାବୁ୍‌ଙ୍କ ଉପରେ ହିଁ ପ୍ରକଟ କରିଥିଲେ । ୨ ହଜାର ମସିହାରେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ କେନ୍ଦ୍ରରେ ଏନଡିଏ ସରକାର ଗଠନ ହେଲା । ଏପଟେ ଓଡ଼ିଶାରେ ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ । ସେବେଠାରୁ ଆଉ ପଛକୁ ଫେରି ଚାହିଁନାହାନ୍ତି ନବୀନ । ବିରୋଧୀଙ୍କ ରାଜନୀତି, ରଣନୀତି ,ଚାଣକ୍ୟନୀତି ନବୀନ ବାବୁଙ୍କ ଆଗରେ ଫେଲ ମାରିଛି । କହିବାକୁ ଗଲେ ସେବା ହିଁ ନବୀନଙ୍କ ରାଜନୀତିର ମୂଳମନ୍ତ୍ର । ଗରିବ ଖଟିଖିଆଙ୍କ ଓଡ଼ିଶା ଆଜି ଅଗ୍ରଣୀ ଓଡ଼ିଶାରେ ପରିଣତ ହୋଇଛି । ଦିନ ଥିଲା ଭୋକିଲା ରାଜ୍ୟ କହିଲେ ଓଡ଼ିଶାକୁ ବୁଝାଉଥିଲା । ନବୀନ ବାବୁଙ୍କ ବଡ଼ ଟାର୍ଗେଟ୍ ଥିଲା ଓଡ଼ିଶାବାସୀଙ୍କ ଜୀବନଧାରଣର ମାନରେ ଉନ୍ନତି ଆଣିବା । କେହି ଯେପରି ଅନାହାରରେ ନ ମରନ୍ତି, ସେଥିପାଇଁ ନବୀନ ପ୍ରତିବଦ୍ଧ ଥିଲେ । ସେଥିପାଇଁ ସେ ଆରମ୍ଭ କରିଥିଲେ ଟଙ୍କିକିଆ ଚାଉଳ ଯୋଜନା । ଦାରିଦ୍ର‌୍ୟ ସୀମାରେଖା ତଳେ ଥିବା ଓଡ଼ିଶାର ଲକ୍ଷ ଲକ୍ଷ ପରିବାର ଉପକୃତ ହେଲେ । ଏହି ଯୋଜନା କାର୍ଯ୍ୟକାରୀ ହେବା ପରେ ଭୋକର ଭୂଗୋଳରୁ ହଟିଯାଇଛି ଓଡ଼ିଶା । ଖାଦ୍ୟ ସମସ୍ୟା ସମାଧାନ ଦିଗରେ ମୁଖ୍ୟମନ୍ତ୍ରୀଙ୍କ ଆଉ ଏକ ଲୋକପ୍ରିୟ ଯୋଜନା ହେଲା- ଆହାର । ରାଜ୍ୟର ବଡ଼ ବଡ଼ ସହରକୁ କାମ ଧନ୍ଦା ଆଉ ଅନ୍ୟାନ୍ୟ ଉଦ୍ଦେଶ୍ୟରେ ଆସୁଥିବା ଗରିବ ଲୋକ ସହରରେ ବଡ଼ ବଡ଼ ହୋଟେଲରେ ଅଧିକ ପଇସା ଦେଇ ଖାଇ ପାରୁ ନ ଥିଲେ । ଏହାକୁ ନଜରରେ ରଖି ରାଜ୍ୟ ସରକାର ଜନଗହଳି ସ୍ଥାନ ବା ଛକରେ ଆହାର କେନ୍ଦ୍ର ଖୋଲିଥିଲେ । ଯେଉଁଠି ଲୋକ ମାତ୍ର ୫ ଟଙ୍କା ଦେଇ ଖାଇପାରୁଛନ୍ତି ।

ଓଡିଶା ପାଲଟିଛି ବ୍ରାଣ୍ଡେଡ ସ୍ପୋର୍ଟସ ହବ୍‌

Middle post content

ନବୀନ ଯେ, କେବଳ ରାଜନୀତିଜ୍ଞ ନୁହନ୍ତି, ସେ ଜଣେ କ୍ରୀଡ଼ାନୀତିଜ୍ଞ ମଧ୍ୟ । କ୍ରୀଡ଼ା କ୍ଷେତ୍ରକୁ ବିଶେଷ ଅବଦାନ ପାଇଁ ନବୀନ ସାରା ବିଶ୍ୱରେ ନୂଆ ପରିଚୟ ସୃଷ୍ଟି କରିଛନ୍ତି । କେବଳ ନବୀନଙ୍କ ପାଇଁ ବିଶ୍ୱ ମାନଚିତ୍ରରେ ଓଡିଶା ପାଲଟିଛି ବ୍ରାଣ୍ଡେଡ ସ୍ପୋର୍ଟସ ହବ୍ ।ଓଡ଼ିଶାକୁ ମିଳିଛି ଦେଶର ପ୍ରମୁଖ ସ୍ପୋର୍ଟସ ଡେଷ୍ଟିନେସନର ମାନ୍ୟତା । ବିଶ୍ୱର ନାମକରା ହକି ଖେଳାଳିଙ୍କ ପସନ୍ଦ ପାଲଟିଛି ଓଡ଼ିଶା । ଏହା କେବଳ ସଫଳ ହୋଇଛି ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ଇଛାଶକ୍ତି ଓ ଉଦ୍ୟମ ପାଇଁ । ମିଶନ ମ୍ୟାନ୍ ନବୀନଙ୍କର ସବୁଠୁ ବଡ଼ ଶକ୍ତି ହେଉଛନ୍ତି ନାରୀ ଶକ୍ତି । ନାରୀ ଶକ୍ତିକୁ ଚାରି କାନ୍ଥର ଆବଦ୍ଧରୁ ବାହାର କରିବାକୁ ଅନବରତ ଉଦ୍ୟମ ଜାରି ରଖିଛନ୍ତି ନବୀନ ।

ମହିଳାମାନଙ୍କୁ ସଶକ୍ତ କରିବାକୁ ନେଇଛନ୍ତି ପଦକ୍ଷେପ

ପରିବାରରେ ଆର୍ôଥକ ପ୍ରଗତିରେ ନାରୀକୁ ଯୋଡ଼ିବାକୁ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଥିଲେ ମିଶନ ଶକ୍ତି ଯୋଜନା । ମହିଳାମାନଙ୍କୁ ସାମାଜିକ, ଆର୍ôଥକ ଓ ରାଜନୈତିକ ଭାବେ ସଶକ୍ତ କରିବାକୁ ମଧ୍ୟ ପଦକ୍ଷେପ ନେଇଛନ୍ତି ନବୀନ । ନାରୀ ସଶକ୍ତିକରଣ ଦିଗରେ ମୁଖ୍ୟମନ୍ତ୍ରୀଙ୍କ ଏହି ଉଦ୍ୟମକୁ ଜାତିସଂଘ ପକ୍ଷରୁ ପ୍ରଶଂସା କରାଯାଇଛି । ସେହିପରି ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରାୟ ୭୦ ଲକ୍ଷ ମହିଳା ଉପକୃତ ହୋଇଛନ୍ତି । ଖାଲି ସେତିକି ନୁହେଁ, ଶ୍ରୀକ୍ଷେତ୍ର ପୁରୀ ଓ ଲିଙ୍ଗରାଜ ମନ୍ଦିର ସମେତ ରାଜ୍ୟର ସମସ୍ତ ଐତିହ୍ୟ କ୍ଷେତ୍ରର ବିକାଶ ହୋଇଛି । ଯାହା ଓଡ଼ିଶାକୁ ଏକ ନୂଆ ରୂପ ଦେଇଛି ।ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ର ପ୍ରତି ମଧ୍ୟ ନବୀନ ଧ୍ୟାନ ଦେଇଛନ୍ତି । ସରକାରୀ ସ୍କୁଲଗୁଡ଼ିକ ସହ ପୁରାତନ ଛାତ୍ରମାନଙ୍କୁ ଯୋଡ଼ିବା ପାଇଁ ମୋ ସ୍କୁଲ ଭଳି ଯୋଜନା ଆରମ୍ଭ କରିଛନ୍ତି । ଗରିବ ମେଧାବୀ ଓଡ଼ିଆ ପିଲାଙ୍କୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପାଠ ପଢ଼ିବାର ସୁବିଧା ପାଇଁ ଆଦର୍ଶ ବିଦ୍ୟାଳୟ ଆରମ୍ଭ କରିଛନ୍ତି ।

ଶିଳ୍ପ କ୍ଷେତ୍ରରେ ଆସିଛି ବୈପ୍ଲବିକ ପରିବର୍ତ୍ତନ

ରାଜ୍ୟର ସମସ୍ତଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇବାକୁ ଆରମ୍ଭ ହୋଇଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ସ୍ୱାସ୍ଥ୍ୟସେବାରେ ଉତ୍କର୍ଷ ପାଇଁ କଟକ ବଡ଼ ମେଡିକାଲକୁ ବିଶ୍ୱସ୍ତରୀୟ କରିବାକୁ ନବୀନ କାର୍ଡ଼ ଆରମ୍ଭ କରିଛନ୍ତି । ନବୀନ ନିଜ ସରକାରକୁ ଜନକୈନ୍ଦ୍ରିକ ବୋଲି ପ୍ରମାଣିତ କରିବାକୁ ସଚିବାଳୟର ନାମ ପରିବର୍ତ୍ତନ କରାଯାଇ ଲୋକସେବା ଭବନ କରିଛନ୍ତି । ପ୍ରଶାସନକୁ ଲୋକଙ୍କ ନିକଟତର କରିବା ପାଇଁ ଆରମ୍ଭ ହୋଇଛି ମୋ ସରକାର । ଦୁର୍ନୀତିର ମୂଳୋତ୍ପାଟନ ସହ ସାଧାରଣ ଲୋକଙ୍କୁ ପ୍ରଶାସନିକ ବ୍ୟବସ୍ଥା ସହ ଯୋଡ଼ିବାକୁ ଆରମ୍ଭ ହୋଇଛି ୫ଟି । କୃଷି ଓ କୃଷକଙ୍କ ଉନ୍ନତି ପାଇଁ କାଳିଆ ଓ ବଳରାମ ଯୋଜନା ମାଇଲଖୁଣ୍ଟ ସାଜିଛି । ଶିଳ୍ପ କ୍ଷେତ୍ରରେ ଆସିଛି ବୈପ୍ଲବିକ ପରିବର୍ତ୍ତନ । ମେକ୍ ଇନ୍ ଓଡ଼ିଶା ଏକ୍ଷେତ୍ରରେ ସଫଳ ହୋଇଛି । ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲାରେ ଓଡ଼ିଶା ସାରା ବିଶ୍ୱରେ ରୋଲ ମଡେଲ ସାଜିଛି । ୧୯୯୯ ମହାବାତ୍ୟାରେ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଥିଲା ଓଡ଼ିଶା । ୨୦୦୦ ମସିହାରେ ଓଡ଼ିଶା ଶାସନର ମଙ୍ଗ ଧରିଥିବା ନବୀନ ପଟ୍ଟନାୟକ ସବୁକିଛି ବଦଳାଇ ଦେଇ ଓଡ଼ିଶାକୁ ଅଗ୍ରଣୀ ରାଜ୍ୟରେ ପରିଣତ କରିଛନ୍ତି । ୨୪ ବର୍ଷର ଶାସନ ପୂରଣ କରି ଆଜି ରୌପ୍ୟ ଜୟନ୍ତୀ ବର୍ଷରେ ପାଦଦେଇଛି ନବୀନ ସରକାର । ସବୁକ୍ଷେତ୍ରରେ ଓଡ଼ିଶାର ବିକାଶ ପାଇଁ ନବୀନଙ୍କ ଉପରେ ଓଡ଼ିଶାବାସୀଙ୍କ ଆଶୀର୍ବାଦ ରହିଆସିଛି । ନବୀନଙ୍କୁ ଲଗାତାର ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ଓଡ଼ିଶାବାସୀ ସଂକଳ୍ପ ନେଇଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami