ବିଦେଶ ବଜାରରେ ପହଞ୍ଚିବ ଓଡ଼ିଶାର ଉତ୍ପାଦ

Above Post Content

ଭୁବନେଶ୍ୱର: ପଡ଼ୋଶୀ ରାଜ୍ୟ ଏବଂ ଦେଶମାନଙ୍କ ସହ ଓଡ଼ିଶାର ରହିଥିବା ପ୍ରାଚୀନ ଐତିହାସିକ ନୌବାଣିଜ୍ୟ ପରମ୍ପରାର ପୁନରାବୃତ୍ତି ହେବାକୁ ଯାଉଛି । ପ୍ରଥମ ଥର ପାଇଁ ଓଡ଼ିଶାର ଏମ୍‌ଏସ୍‌ଏମ୍‌ଇ ଉତ୍ପାଦ ଜଳପଥରେ ଯାଇ ବିଦେଶ ବଜାରରେ ପହଞ୍ଚିବ । ଏଥିସହ ଖଣିଜ ଦ୍ରବ୍ୟ, କୃଷି ଉତ୍ପାଦ, ଇଲେକ୍ଟ୍ରୋନିକ୍ସ, ମସଲା ଓ ସାମୁଦ୍ରିକ ଖାଦ୍ୟ ବିଦେଶ ଯିବ । ଅପରପକ୍ଷେ ବିଦେଶରୁ ଦରକାରୀ ସାମଗ୍ରୀ ଓଡ଼ିଶାରେ ପହଞ୍ଚିବ ।

Middle post content

ଗୋଟିଏ ଥରରେ ରପ୍ତାନୀ ହେବ ୨୫୦ ନିୟୁତ ଟନ୍ ସାମଗ୍ରୀ

After 2nd paragraph post ads

ଆସନ୍ତା ମାସରୁ ପାରାଦୀପ ବନ୍ଦରରୁ ନୌ ବାଣିଜ୍ୟର ଏକ ନୂଆ ପରମ୍ପରା ଆରମ୍ଭ ହେବାକୁ ଯାଉଛି । ପାରାଦୀପ ବନ୍ଦର ଜରିଆରେ ପଣ୍ୟ ରପ୍ତାନୀ ଓ ଆମଦାନୀ ପାଇଁ ରାଜ୍ୟ ସରକାରଙ୍କ ସହ ହାତ ମିଳାଇଥିବା ବିଶ୍ୱର ବୃହତମ କଣ୍ଟେନର ସିପିଂ କମ୍ପାନୀ ଏମ୍‌ଏସ୍‌ସି ଜରିଆରେ ନୌ ବାଣିଜ୍ୟ ଆରମ୍ଭ ହେବ । ଗୋଟିଏ ଥରରେ ୨୫୦ ନିୟୁତ ଟନ୍ ସାମଗ୍ରୀ ରପ୍ତାନୀ ଓ ଆମଦାନୀ ହୋଇପାରିବ । ଅନ୍ତର୍ଜାତୀୟ ଜଳପଥରେ ରପ୍ତାନୀ ଓ ଆମଦାନୀ ପାଇଁ ଦେଶରେ ପ୍ରଥମ ଥର ପାଇଁ ଓଡ଼ିଶା ସରକାର କୌଣସି ପରିବହନ କମ୍ପାନୀ ସହ ରାଜିନାମା ସ୍ୱାକ୍ଷର କରିଛନ୍ତି । ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏସ୍‌ଏସ୍‌ଏମ୍‌ଇ) ଉତ୍ପାଦର ରପ୍ତାନୀ ଏହି ପଦକ୍ଷେପର ମୂଳ ଉଦ୍ଦେଶ୍ୟ । ପ୍ରଥମ ଥର ପାରାଦୀପରୁ ଶ୍ରୀଲଙ୍କା ପର୍ଯ୍ୟନ୍ତ ରପ୍ତାନୀ ଆରମ୍ଭ ହେବ । ପାରାଦୀପ ବନ୍ଦରରେ ପଣ୍ୟ କାରବାର ୧୦୦ ନିୟୁତ ମେଟ୍ରିକ୍ ଟନ୍‌ରେ ପହଞ୍ଚି ସାରିଥିବା ବେଳେ ଓଡ଼ିଶାର ଉତ୍ପାଦ ବିଦେଶ ମାଟିରେ ପହଞ୍ଚାଇବା ଲାଗି ରାଜ୍ୟ ସରକାର ନେଇଥିବା ପଦେକ୍ଷପ ସ୍ୱରୂପ ଏହି ପରିମାଣ ଆଗକୁ ଆହୁରି ବଢ଼ିବା ସମ୍ଭାବନା ଅଛି । ପରିବହନ ପାଇଁ କମ୍ପାନୀମାନଙ୍କୁ ୬୫% ରିହାତି ପ୍ରଦାନ କରାଯିବ । ୨୦୨୧-୨୨ ଆର୍ôଥକ ବର୍ଷରେ ରାଜ୍ୟରେ ୧୨୭,୦୦୦ କୋଟି ଟଙ୍କାର ଏମ୍‌ଏସ୍‌ଏମ୍‌ଇ ଉତ୍ପାଦ କାରବାର ହୋଇଥିଲା । ରାଜ୍ୟ ସରକାରଙ୍କର ଏହି ପଦକ୍ଷେପ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ଆଗକୁ ନେବ ବୋଲି କୁହାଯାଉଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami