୧୦ ଡିଗ୍ରୀ ତଳେ ରାଜ୍ୟର ଅଧିକାଂଶ ସହରର ତାପମାତ୍ରା

Above Post Content

ଭୁବନେଶ୍ୱର : ଖସୁଛି ପାରଦ, ବଢିବ ଶୀତ । ରାଜ୍ୟକୁ ପ୍ରବେଶ କରିଛି ଶୀତ । ୧୦ ଡିଗ୍ରୀ ତଳେ ରାଜ୍ୟର ଅଧିକାଂଶ ସହରର ତାପମାତ୍ରା । ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ପ୍ରବେଶ କରୁଛି ଥଣ୍ଡା ଶୁଷ୍କ ପବନ । ଏହାର ପ୍ରଭାବରେ ସ୍ୱାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିଛି ପାରଦ । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ତାପମାତ୍ରା ଆହୁରି କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୧୬ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ ।

Middle post content

୧୪ ପରେ ବଢିବ ଶୀତ

After 2nd paragraph post ads

ଦେଶର ମଧ୍ୟଭାଗରେ ଏକ ଗୁରୁଚାପ ବଳୟ ସକ୍ରିୟ ହେଉଥିବାରୁ ରାଜ୍ୟ ମଧ୍ୟକୁ ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ ଶୁଷ୍କ-ଥଣ୍ଡା ବାୟୁ ପ୍ରବାହିତ ହେଉଛି । ଏଥିପାଇଁ କିଛି ସ୍ଥାନରେ ତାପମାତ୍ରା ଖସିଛି । ଜି.ଉଦୟଗିରି, କୋରାପୁଟ, ସେମିଳିଗୁଡା, ଫୁଲବାଣୀ, ଦାରିଙ୍ଗବାଡି, କିରେଇ, କେନ୍ଦୁଝରରେ ଅଧିକ ଶୀତ ଅନୁଭୂତ ହେଉଛି । ଟୁଇନ୍ ସିଟି କଟକ ଓ ଭୁବନେଶ୍ୱରରେ ୨୦ ଡିଗ୍ରୀ ତଳେ ରହିଛି ତାପମାତ୍ରା । ୧୪ ତାରିଖ ପରେ ଶୀତ ଆହୁରି ବଢିପାରେ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି । ଦୀପାବଳିରେ ପାଗ ଅନୁକୂଳ ରହିବ । ବର୍ଷା ହେବାର ଆଶଙ୍କା ନାହିଁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami