ଅନୁକମ୍ପାମୂଳକ ନିଯୁକ୍ତିରୁ ବଞ୍ଚିତ ହେବେନି ବିବାହିତା ଝିଅ

Above Post Content

ନୂଆଦିଲ୍ଲୀ : ଯଦି କୌଣସି କର୍ମଚାରୀଙ୍କ ମୃତ୍ୟୁ ଘଟେ, ତେବେ ତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ମିଳିଥାଏ । ହେଲେ ଏବେ ଆଉ ନିଯୁକ୍ତିରୁ ବଂଚିତ ହେବେନି ମୃତ କର୍ମଚାରୀଙ୍କ ବିବାହିତା ଝିଅ । ବିବାହ ପରେ ବି ଝିଅଙ୍କୁ ମିଳିବ ଅନୁକମ୍ପା ମୂଳକ ନିଯୁକ୍ତି । ଏନେଇ ବଡ଼ ରାୟ ଶୁଣାଇଛନ୍ତି ହାଇକୋର୍ଟ । ଅନୁକମ୍ପାମୂଳକ ନିଯୁକ୍ତି କ୍ଷେତ୍ରରେ ନିର୍ଭରଶୀଳତାକୁ ମାନଦଣ୍ଡ ଭାବେ ଗ୍ରହଣ କରାଯିବା ଉଚିତ । ନିର୍ଭରଶୀଳ ବ୍ୟକ୍ତିଙ୍କ ବୈବାହିକ ସ୍ଥିତି ଏଥିରେ ବାଧକ ହେବା ଉଚିତ ନୁହେଁ ବୋଲି କହିଛନ୍ତି ଉଚ୍ଚ ନ୍ୟାୟାଳୟ ।

ଅଭିଭାବକଙ୍କ ଭରଣପୋଷଣ ପାଇଁ ବିବାହିତା ଝିଅ ବାଧ୍ୟ

After 2nd paragraph post ads
Middle post content

ଝିଅ ବିବାହ କରିବା ପରେ ବି ନିଜ ବାପାମାଆଙ୍କ ପ୍ରତି ଥିବା ଉତରଦାୟିତ୍ୱରୁ ମୁକୁଳି ନଥାଏ । ଅଭିଭାବକଙ୍କ ଭରଣପୋଷଣ ପାଇଁ ବିବାହିତା ଝିଅ ମଧ୍ୟ ବାଧ୍ୟ । ତେଣୁ ବିବାହିତା ଝିଅଙ୍କୁ ଅନୁକମ୍ପାମୂଳକ ନିଯୁକ୍ତିରୁ ବଞ୍ଚିିତ କରାଯାଇପାରିବନି ବୋଲି ରାୟ ଶୁଣାଇଛନ୍ତି କୋର୍ଟ । ଏପରି ଏକ ମାମଲାର ବିଚାର କରି ଜଜ୍ ଏହି ରାୟ ଶୁଣାଇଛନ୍ତି ।  ଅନୁକମ୍ପା ନିଯୁକ୍ତି ବିବାଦ ଓ ମୋକଦ୍ଦମାରେ ଆବେଦନକାରୀଙ୍କ ବହୁ ବର୍ଷ ସମୟ ନଷ୍ଟ ହୋଇଥିବାରୁ ତାଙ୍କ ବୟସ ପ୍ରସଙ୍ଗ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ହାଇକୋର୍ଟ ।

ଶିକ୍ଷକଙ୍କ ମୃତ୍ୟୁ ପରେ ନିଯୁକ୍ତି ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଝିଅ

ଡକ୍ଟର ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡ଼ପୀଠ ସୀମାରାଣୀ ପାଣ୍ଡବଙ୍କ ଆବେଦନର ଶୁଣାଣି କରି ଏହି ରାୟ ପ୍ରଦାନ କରିଛନ୍ତି ହାଇକୋର୍ଟ । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସିଆରଏସ ହାଇସ୍କୁଲରେ ପିଇଟି ଶିକ୍ଷକ ଭାବେ କାର୍ଯ୍ୟରତ ଥିବା ବେଳେ ୨୦୦୪ରେ ତାଙ୍କର ମୃତ୍ୟୁ ହୋଇଥିଲା । ଆବେଦନକାରୀ ୨୦୦୫ରେ ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଦରଖାସ୍ତ କରିଥିଲେ । ପ୍ରଧାନଶିକ୍ଷକ ଏହି ଦରଖାସ୍ତକୁ ଜିଲ୍ଲା ଶିକ୍ଷାଧିକାରୀ , ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କର୍ତୃପକ୍ଷଙ୍କ ନିକଟକୁ ପଠାଇ ଦେଇଥିଲେ । ଦରଖାସ୍ତ ଦାଖଲ ହେବାର ଏକ ବର୍ଷ ପରେ ଆବେଦନକାରୀଙ୍କ ବିବାହ ହୋଇଥିଲା । ଆବେଦନକାରୀ ବିବାହିତା ଝିଅ ହୋଇଥିବାରୁ ତାଙ୍କ ଅନୁକମ୍ପାମୂଳକ ନିଯୁକ୍ତି ସଂପର୍କିତ ଦରଖାସ୍ତକୁ ଖାରଜ କରାଯାଇଥିଲା । ଏହି ନିଷ୍ପତ୍ତିକୁ ବିରୋଧ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami