୨୪ହଜାର ୫୦୦ ଟଙ୍କାରେ ନିଲାମ ହେଲା ପ୍ରଥମ କଳସ ପାଣି

Above Post Content

ଭୁବନେଶ୍ୱର: ନିଲାମ ହୋଇଛି ମରୀଚିକୁଣ୍ଡ ପାଣି । ସୋମବାର ରାତି ୧୨ଟାରେ ଆରମ୍ଭ ହୋଇଥିଲା ଏହି ପାଣି ନିଲାମ । ପ୍ରଥମ କଳସ ପାଣି ୨୧ହଜାର ଟଙ୍କାରୁ ନିଲାମ ଆରମ୍ଭ ହୋଇଥିଲା । ସେହି ପ୍ରଥମ କଳସ ପାଣି ୨୪ହଜାର ୫୦୦ ଟଙ୍କାରେ ନିଲାମ ହୋଇଥିଲା । ଏହାକୁ ଜଗତସିଂହପୁର କୃଷ୍ଣଦାସପୁର ଅଞ୍ଚଳର ମନମୋହନ ବାରିକଙ୍କ ପତ୍ନୀ ସୋନାଲି ନିଲାମ ଧରିଥିଲେ । ତା’ରେ ଗୋଟିଏ ପରେ ଗୋଟିଏ କଳସ ପାଣି ବଡ଼ୁ ନିଯୋଗ ପକ୍ଷରୁ ନିଲାମ ହୋଇଥିଲା ।

ମରୀଚି କୁଣ୍ଡ ଜଳରେ ସ୍ନାନକଲେ ହୁଏ ସନ୍ତାନପ୍ରାପ୍ତି

After 2nd paragraph post ads
Middle post content

ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ପ୍ରତିଷ୍ଠା ପାଇଁ ଗତକାଲି ମରୀଚିକୁଣ୍ଡ ପାଣି ଯାଇଥିଲା । ରାତି ପ୍ରାୟ ୧୦ଟାରେ ମରୀଚିକୁଣ୍ଡ ପାଣି ରଥ ପ୍ରତିଷ୍ଠା କାମ ପାଇଁ ଯାଇଥିଲା । ପରମ୍ପରା ଅନୁସାରେ ରଥ ପ୍ରତିଷ୍ଠା ପାଇଁ ପାଣି ଯିବାପରେ ରାତି ୧୨ଟାରୁ ମରୀଚିକୁଣ୍ଡ ପାଣି ନିଲାମ ହୋଇଥାଏ । ରୁକୁଣା ରଥ ପ୍ରତିଷ୍ଠା ଅବସରରେ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣସ୍ଥିତ ମରୀଚି କୁଣ୍ଡ ଜଳରେ ସ୍ନାନକଲେ, ନିଃସନ୍ତାନଙ୍କୁ ସନ୍ତାନପ୍ରାପ୍ତି ହୋଇଥାଏ ବୋଲି କାହିଁ କେଉଁ କାଳରୁ ବିଶ୍ୱାସ ରହିଆସିଛି । ତେଣୁ ପ୍ରତିବର୍ଷ ମରୀଚି କୁଣ୍ଡ ଜଳ ନିଲାମ କରାଯାଉଛି । ମାନସିକଧାରୀମାନେ ହଜାର ହଜାର ଟଙ୍କା ଦେଇ ଏହି ଜଳ ନିଲାମ ନେଉଛନ୍ତି ।

ଏହି ନିଲାମରେ ସାମିଲ ହୁଅନ୍ତି ଅଣଓଡ଼ିଆ ଦମ୍ପତି

ଏହି ନିଲାମ ପ୍ରକ୍ରିୟାରେ କେବଳ ଓଡ଼ିଆ ନୁହନ୍ତି, ସ୍ଥାନୀୟ ଓ ବାହାରୁ ଆସି ଅନେକ ଅଣଓଡ଼ିଆ ଦମ୍ପତି ମଧ୍ୟ ଭାଗ ନିଅନ୍ତି । ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ପ୍ରତିଷ୍ଠା ପାଇଁ ରାତିରେ ମରୀଚି କୁଣ୍ଡରୁ ପ୍ରଥମ କଳସ ପାଣି ସେବାୟତମାନେ ନିଅନ୍ତ । ଏହାପରେ ମରୀଚି କୁଣ୍ଡ ପାଣି ନିଲାମ କରାଯାଏ । ବିଧି ମୁତାବକ ମାନସିକଧାରୀ ଦମ୍ପତି ଶ୍ରୀଲିଙ୍ଗରାଜଙ୍କୁ ଗୁଆ, ନଡ଼ିଆ ଦେଇ ସଂକଳ୍ପ କରନ୍ତି । ଏହାପରେ ଆଜ୍ଞା ପ୍ରସାଦ ପାଇ ନିଲାମରେ ସାମିଲ ହୁଅନ୍ତି । ସର୍ବାଧିକ ମୂଲ୍ୟରେ ନିଲାମ ନେଇଥିବା ଦମ୍ପତିଙ୍କୁ ପ୍ରଥମ ଗରା ପାଣି ଦିଆଯାଏ । ଏହାପରେ କ୍ରମାନୁଯାୟୀ ଦ୍ୱିତୀୟ ଓ ତୃତୀୟ ପାଣି ଗରା ଦିଆଯାଏ । ଶେଷରେ ଏକ ସର୍ବନିମ୍ନ ନିର୍ଦ୍ଧାରିତ ଦରରେ ଅପେକ୍ଷାରତ ଅବଶିଷ୍ଟ ଦମ୍ପତିଙ୍କୁ ପାଣି ମାଠିଆ ମିଳିଥାଏ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami