ଓଡ଼ିଆ ଝିଅ ମନୀଷା ଦେଶର ପ୍ରଥମ ମହିଳା ଏଡିସି

Above Post Content

ନୂଆଦିଲ୍ଲୀ: ଓଡ଼ିଆ ଝିଅଙ୍କ କମାଲ । ଦେଶର ପ୍ରଥମ ମହିଳା ଏଡିସି (ଏଇଡ୍ ଡି’ କ୍ୟାମ୍ପ) ଭାବେ ନିଯୁକ୍ତି ପାଇଛନ୍ତି ଓଡିଆ ଝିଅ ମନୀଷା ପାଢୀ । ମିଜୋରାମ ରାଜ୍ୟପାଳ ଡ.ହରିବାବୁ କାମଭାମପତିଙ୍କର ଏଡିସି ଭାବେ ତାଙ୍କୁ ନିଯୁକ୍ତି ମିଳିଛି । ଏନେଇ ତାଙ୍କ ପାଖକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

ଆଜିଠାରୁ ନେଲେ ଏଡ଼ିସିି ଦାୟିତ୍ୱ

After 2nd paragraph post ads
Middle post content

ମନୀଷା ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରର ବାସିନ୍ଦା । ତାଙ୍କର ମାତାପିତା ଭୁବନେଶ୍ୱରରେ ରୁହନ୍ତି । ମନୀଷା ଭୁବନେଶ୍ୱର ସି.ଭି.ରମଣ କଲେଜ ଅଫ ଇଂଜିନିୟରିଂରୁ ଶିକ୍ଷାଲାଭ କରିଥିଲେ । ମନୀଷା ହେଉଛନ୍ତି ୨୦୧୫ ବ୍ୟାଚର ଭାରତୀୟ ବାୟୁସେନା ଅଫିସର । ଏଡିସି ନିଯୁକ୍ତି ହେବାପରେ ମନୀଷାଙ୍କୁ ମେଘାଳୟ ରାଜ୍ୟପାଳଙ୍କ ରାଜଭବନର ସମସ୍ତ ବରିଷ୍ଠ ଅଧିକାରୀଙ୍କ ସହିତ ପରିଚୟ କରାଯାଇଥିଲା । ଏହାପରେ ଆଜି ଠାରୁ ସେ ତାଙ୍କର ଦାୟିତ୍ୱ ଗ୍ରହଣ କରିଛନ୍ତି ।

ମନିଷା ମହିଳା ଶକ୍ତିର ସାକ୍ଷ୍ୟ: ମିଜୋରାମ ରାଜ୍ୟପାଳ

ଏହାପୂର୍ବରୁ ମନୀଷା ଏୟାର ଫୋର୍ସ ଷ୍ଟେସନ ବିଦାର,ଏୟାର ଫୋର୍ସ ଷ୍ଟେସନ ପୁନେ ଓ ଏୟାର ଫୋର୍ସ ଷ୍ଟେସନ ଭତିଣ୍ଡା ଭଳି ତିନୋଟି ସ୍ଥାନରେ କାର୍ଯ୍ୟ କରିଛନ୍ତି । ମନୀଷାଙ୍କ ଉଲ୍ଲେଖନୀୟ ଉପଲବ୍ଧି କେବଳ ଏକ ମାଇଲଖୁଣ୍ଟ ନୁହେଁ ବରଂ ମହିଳା ଶକ୍ତିର ସାକ୍ଷ୍ୟ ତଥା ମହିଳାମାନେ ଲିଙ୍ଗଗତ ମାନଦଣ୍ଡକୁ ଭାଙ୍ଗି କିଭଳି ପ୍ରତ୍ୟେକ କ୍ଷେତ୍ରରେ ଉତ୍କଷ୍ଟ ପ୍ରର୍ଦଶନ କରୁଛନ୍ତି, ତାହାର ପ୍ରମାଣ ବୋଲି ରାଜ୍ୟପାଳ ଡ.ହରିବାବୁ କାମଭାମପତି କହିଛନ୍ତି । ମନୀଷାଙ୍କ ଦାୟିତ୍ୱ ଗ୍ରହଣ ଅବସରରେ ସେ ଏହି ସୂଚନା ଦେଇଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami