ମାଇକ୍ ଲଗାଇ ସାମ୍ବାଦିକଙ୍କୁ ଗାଳି ଦେବାକୁ ଏସ୍‌ଡିଏମ୍‌ଙ୍କୁ ଅନୁରୋଧ

Above Post Content

ଲକ୍ଷ୍ନୌ: ଉତ୍ତରପ୍ରଦେଶରୁ ଏକ ଆଶ୍ଚର୍ଯ୍ୟ କଲା ଭଳି ଖବର ସାମ୍ନାକୁ ଆସିଛି । ପ୍ରତାପଗଡ଼ର ଜଣେ ବ୍ୟକ୍ତି ମାଇକ୍ ଲଗାଇ ଖବରକାଗଜ କର୍ମଚାରୀଙ୍କୁ ଦୁଇ ଘଣ୍ଟା ଧରି ଗାଳି ଦେବା ପାଇଁ ଏସ୍‌ଡିଏମ୍‌ଙ୍କୁ କରିଛନ୍ତି ଅନୁରୋଧ । ଏକ ଖବରକାଗଜରେ ପ୍ରକାଶିତ ଆର୍ଟିକିଲ୍‌ରେ ଜମି ଜବରଦଖଲରେ ସମ୍ପୃକ୍ତ ଥିବା ଅଭିଯୋଗ ହେବା ପରେ ବ୍ୟକ୍ତି ଜଣକ ଏସ୍‌ଡିଏମ୍‌ଙ୍କୁ ଏପରି ଅନୁରୋଧ କରିଛନ୍ତି ।

Middle post content

ବ୍ୟୁରୋ ମୁଖ୍ୟ ଏବଂ ଖବରଦାତାଙ୍କୁ ଦୁର୍ବ୍ୟବହାର କରିବାକୁ କରିଛନ୍ତି ଅନୁରୋଧ

After 2nd paragraph post ads

ପ୍ରତୀକ ସିହ୍ନା ନାମକ ଜଣେ ବ୍ୟକ୍ତି ସବ୍‌-ଡିଭିଜନାଲ ମାଜିଷ୍ଟ୍ରେଟ୍ (ଏସ୍‌ଡିଏମ୍‌)ଙ୍କ ୁ ଏକ ଚିଠି ଲେଖିଛନ୍ତି । ଆଉ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଜାନୁଆରୀ ୯ରେ ‘ବିନା କାରଣରେ ତାଙ୍କ ଜମିରେ ବୁଲଡୋଜର ଚଳାଯାଇଥିଲା । ପରେ ଏକ ଖବରକାଗଜ ତାଙ୍କୁ ଜମି ମାଫିଆ ବୋଲି ଦର୍ଶାଇଛି । ଏହି ଆର୍ଟିକିଲରେ ପ୍ରମାଣ ଅଭାବ ରହିଛି । ଏହା ମୋ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇଛି । ତେଣୁ ଏହାର ପ୍ରତିବାଦରେ ଆସନ୍ତା ୧୫ ତାରିଖ ପୂର୍ବାହ୍ନ ୧୨ଟାରେ ଖବରକାଗଜ କାର୍ଯ୍ୟାଳୟ ବାହାରେ ମାଇକ୍ ସାହାଯ୍ୟରେ ଦୁଇ ଘଣ୍ଟା ଗାଳି ଦେବାକୁ ଏସ୍‌ଡିଏମ୍‌ଙ୍କୁ ଅନୁମତି ମାଗିଛନ୍ତି । ବ୍ୟୁରୋ ମୁଖ୍ୟ ଏବଂ ଖବରଦାତାଙ୍କୁ ଦୁର୍ବ୍ୟବହାର କରିବାକୁ ଅନୁମତି ଚାହୁଁଛି । ଖବରକାଗଜ ଆର୍ଟିକିଲ୍ ପରେ ଏହି ଚିଠି ସାମ୍ନାକୁ ଆସିଛି । ସୋସିଆଲ ମିଡ଼ିଆରେ ଏହି ଚିଠି ଭାଇରାଲ ହେବାରେ ଲାଗିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami