ମୋଦି ସରକାରଙ୍କୁ ଟାର୍ଗେଟ କଲେ ମମତା: ଲୋକଙ୍କୁ କହିଲେ ରୁହନ୍ତୁ ଚୁପ୍‌

Above Post Content

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ ମୋଦି ସରକାରକୁ ଟାର୍ଗେଟ କରିଛନ୍ତି । ପଶ୍ଚିମବଙ୍ଗରେ ଇଡି, ଏନଆଇଏ ଓ ଅନ୍ୟ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ହେଉଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ମୋଦି ସରକାର ଉପରେ ବର୍ଷିଛନ୍ତି ମମତା । ଇଦ୍‌-ଉଲ-ଫିତର ଅବସରରେ ଲୋକଙ୍କୁ ମମତା କହିଛନ୍ତି, ଯଦି କେହି ଦଙ୍ଗା କରିବାକୁ ଆସନ୍ତି ତେବେ ଚୁପ୍ ରୁହନ୍ତୁ ଏବଂ ମୁଣ୍ଡ ଥଣ୍ଡା ରଖନ୍ତୁ । ଆମେ ସୁନ୍ଦର ଓ ଶାନ୍ତ ପରିବେଶ ଚାହୁଁଛୁ ତେଣୁ ସମସ୍ତଙ୍କୁ ସାଥୀରେ ରହିବା ଆବଶ୍ୟକ ।ି

Middle post content

ନିର୍ବାଚନ ପୂର୍ବରୁ ଟିଏମସି ଓ ବିଜେପି ନେତାଙ୍କ ମଧ୍ୟରେ ବାକଯୁଦ୍ଧ

After 2nd paragraph post ads

ଲୋକସଭା ନିର୍ବାଚନ ପୂର୍ବରୁ ଏନଆଇଏକୁ ନେଇ ଟିଏମସି ଓ ବିଜେପି ନେତାଙ୍କ ମଧ୍ୟରେ ବାକଯୁଦ୍ଧ ଦେଖିବାକୁ ମିଳିଛି । ୨୦୨୨ ବୋମା ବିସ୍ଫୋରଣ ମାମଲାରେ ଏନଆଇଏ ମଦିନାପୁରକୁ ଯାଇଥିବା ବେଳେ ପୂରା ଟିମ୍ ଉପରେ ସ୍ଥାନୀୟ ଲୋକ ଆକ୍ରମଣ କରିଥିଲେ । ଯାହାକୁ ନେଇ ଉଭୟ ଦଳ ମଧ୍ୟରେ ବୟାନବାଜି ଦେଖିବାକୁ ମିଳିଥିଲା । ଟିଏମସି ଆଇନ ବ୍ୟବସ୍ଥା ଓ ସମ୍ବିଧାନକୁ ନଷ୍ଟ କରିବା ସହ ଭ୍ରଷ୍ଟ ନେତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଯୋଗ ଆଣିଥିଲେ । ଅନ୍ୟପଟେ ମମତା କହିଥିଲେ, କେନ୍ଦ୍ରୀୟ ଏଜେନ୍ସି ତୃଣମୂଳ ନେତାଙ୍କୁ ବିଜେପିରେ ସାମିଲ ହେବାକୁ ଚାପ ପକାଉଛି । ଯଦି କୌଣସି ବିସ୍ଫୋରଣ ହୁଏ ତେବେ ବିଜେପି ଏନଆଇଏକୁ ପଠାଇ ସମସ୍ତଙ୍କୁ ଗିରଫ କରୁଛି ବୋଲି ମମତା କହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami