ଗ୍ରାହକଙ୍କୁ ଝଟକା : ୧୯ କେଜି ସିଲିଣ୍ଡରରେ ୨୦୯ ଟଙ୍କା ବୃଦ୍ଧି , ଆଜିଠୁ ନୂଆ ଦର ଲାଗୁ

Above Post Content

ନୂଆଦିଲ୍ଲୀ: ପାର୍ବଣ ଋତୁ ଆରମ୍ଭରୁ ତୈଳ କମ୍ପାନୀ ଗୁଡିକ ଗ୍ରାହକଙ୍କୁ ଏକ ବଡ ଝଟକା ଦେଇଛନ୍ତି । ଆଜିଠାରୁ ୧୯ କେଜି ସିଲିଣ୍ଡରର ହାର ୨୦୯ ଟଙ୍କାକୁ ବୃଦ୍ଧି କରିଛନ୍ତି । ନୂଆ ଦର ଆଜିଠାରୁ ଲାଗୁ ହୋଇଛି ।

Middle post content

ଦର ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ୧୯ କିଲୋଗ୍ରାମ୍ ଏଲପିଜି ସିଲିଣ୍ଡର ୧୭୩୧ ଟଙ୍କା ୫୦ ପଇସାରେ ବିକ୍ରି ହେଉଛି । ସେହିପରି କୋଲକାତାରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୦୩ ଟଙ୍କା ୫୦ ପଇସାକୁ ବୃଦ୍ଧି ପାଇଛି । ମୁମ୍ବାଇରେ ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡର ମୂଲ୍ୟରେ ୨୦୪ ଟଙ୍କା ବୃଦ୍ଧି ଘଟି ରେକର୍ଡ କରାଯାଇଛି । ଏହାର ମୂଲ୍ୟ ସିଲିଣ୍ଡର ପିଛା ୧୪୮୨ ରୁ ୧୬୮୪ ଟଙ୍କାକୁ ବୃଦ୍ଧି ପାଇଛି ।ଚେନ୍ନାଇରେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨୦୩ ଟଙ୍କା ବୃଦ୍ଧି ପାଇଛି ଏବଂ ଏଠାରେ ମୂଲ୍ୟ ୧୬୯୫ ରୁ ୧୮୯୮ଟଙ୍କାକୁ ବୃଦ୍ଧି ପାଇଛି ।

After 2nd paragraph post ads

ଏକ ମାସ ପୂର୍ବରୁ ସରକାର ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟକୁ ୨୦୦ଟଙ୍କା ହ୍ରାସ କରିଥିଲେ । ଆଜି ଘରୋଇ ଏଲପିଜି ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏହା ପୁରୁଣା ଦରରେ ବିକ୍ରି ହେବ । ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ମୂଲ୍ୟ ବୃଦ୍ଧି ହେବାର ପ୍ରଭାବ ସିଧାସଳଖ ହୋଟେଲ ରେଷ୍ଟୁରାଣ୍ଟ ଉପରେ ପଡିପାରେ । ଫଳରେ ଖାଦ୍ୟ ମହଙ୍ଗା ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami