୫ଶହ ସିଂହଙ୍କ ଭିତରେ ଜଣେ ଭୋଟର,୧୫ ଜଣିଆ ପୋଲ୍ ଟିମ୍ !

Above Post Content

ବାଜି ସାରିଛି ଗୁଜୁରାଟ ନିର୍ବାଚନ ବିଗୁଲ । ଦୁଇ ପର୍ଯ୍ୟାୟରେ ଡିସେମ୍ବର ମାସରେ ହେବ ଗୁଜୁରାଟ ନିର୍ବାଚନ ଡିସେମ୍ବର ୮ ତାରିଖ ଦିନ ଜଣା ପଡ଼ିଯିବ ଗୁଜୁରାଟ ବିଜେପି ନିୟନ୍ତ୍ରଣରେ ରହୁଛି କି ସେଠାରେ କଂଗ୍ରେସ କମବ୍ୟାକ୍ କରୁଛି କିମ୍ବା କ୍ରାନ୍ତିକାରୀ କେଜ୍ରିୱାଲ ଡାର୍କ୍ ହର୍ସ ଭାବେ ଉଭା ହେଉଛନ୍ତିଭୋଟ ପ୍ରଚାର ଯୁଦ୍ଧ ଆରମ୍ଭ ହେବାକୁ ଆଉ ଅଳ୍ପ କେଇଦିନ ବାକି ଅଛି । ଏହାରି ଭିତରେ ଗୁରୁବାର ଦିନ ନିର୍ବାଚନ ଆୟୋଗଙ୍କ ଭୋଟ୍ ତାରିଖ ଘୋଷଣା ସହିତ ଜଣେ ବ୍ୟକ୍ତି ଚର୍ଚ୍ଚା ଭିତରକୁ ଆସିଛନ୍ତି । କାରଣ ସେ ଏମିତି ଜଣେ ବ୍ୟକ୍ତି ଯିଏ ୫ଶହ ବାଘଙ୍କ ଭିତରେ ଏକା ରୁହନ୍ତି ଓ ତାଙ୍କ ଅଂଚଳରେ ସେ ଏକମାତ୍ର ଭୋଟର । କିନ୍ତୁ ତାଙ୍କୁ ମଧ୍ୟ ଭାରତୀୟ ଗଣତନ୍ତ୍ର ଭୁଲିନାହିଁ । ତାଙ୍କ ପାଇଁ ଗୋଟିଏ ଅଭୟାରଣ୍ୟ ଭିତରେ ପ୍ରତିଷ୍ଠା ହେବ ବୁଥ୍ ।

୫ଶହ ସିଂହ,ଜଣେ ଭୋଟର

After 2nd paragraph post ads

ଜୁନାଗଡର ଗିର ଜଙ୍ଗଲ ଏସୀୟ ସିଂହଙ୍କ ଘର । ଯେଉଁ ଅଭୟାରଣ୍ୟରେ ରୁହନ୍ତି ୫ଶହ ବିରଳ ଏସୀୟ ସିଂହ । ସେହି ଅଭୟାରଣ୍ୟ ଭିତରେ ଜଣେ ବ୍ୟକ୍ତିଙ୍କ ପାଇଁ ପ୍ରତିଷ୍ଠା ହେବ ଗୋଟିଏ ପୋଲିଂ ବୁଥ୍ । ପ୍ରତି ନିର୍ବାଚନ କାଳରେ ଭରତ ଦାସ ବାପୁ ଚର୍ଚ୍ଚାକୁ ଆସନ୍ତି ।କାରଣ ସେ ରହୁଥିବା ଅଂଚଳରେ ସେ ଏକମାତ୍ର ଭୋଟର ଓ ପ୍ରତି ନିର୍ବାଚନରେ ସେଠାରେ ଶତ ପ୍ରତିଶତ ଭୋଟ୍ ହୁଏଭରତଦାସ ବାପୁ ସୋମନାଥ ଜିଲ୍ଲାର ବାନେଜା ଗାଁର ଏକମାତ୍ର ଭୋଟର । ଏହି ଗାଁରେ ଏକ ପ୍ରାଚୀନ ମନ୍ଦିର ଅଛି । ଯାହାର ପୂଜକ ହେଉଛନ୍ତି ଭରତଦାସଗିର ଜଙ୍ଗଲ ମଧ୍ୟକୁ କାହାରିକି ପ୍ରବେଶ ଅନୁମତି ନାହିଁ । କେବଳ ମନ୍ଦିରର ପୂଜକ ହିଁ ସେଠାରେ ରହିପାରିବେ । ତେଣୁ ତାଙ୍କ ପାଇଁ ପ୍ରତି ଭୋଟ୍ ବେଳେ ଗୋଟିଏ ବୁଥ୍ ତିଆରି ହୁଏ

Middle post content

୧୫ ଜଣ ପୋଲିଂ କର୍ମଚାରୀ,ଜଣେ ଭୋଟର

ଗଣତନ୍ତ୍ରରେ ଗୋଟିଏ ଭୋଟର ମୂଲ୍ୟ ଢେର ଅଧିକ । ଏହି କଥାକୁ ସମ୍ମାନ ଦେଇ ଭାରତର ନିର୍ବାଚନ ଆୟୋଗ ଭରତଦାସଙ୍କ ପାଇଁ ଅଲଗା ବୁଥ୍ ପ୍ରତିଷ୍ଠା କରିଥାନ୍ତିଭରତ ଦାସଙ୍କ ବୟ, ୬୨ ୨୦୦୭ରୁ ସେ ନିୟମିତ ଭାବେ ଭୋଟ୍ ଦେଇ ଆସୁଛନ୍ତି ଭରତଦାସ ଯେଉଁ ବୁଥରେ ଭୋଟ୍ ଦିଅନ୍ତି ସେଠାରେ ୧୫ ଜଣ ପୋଲିଂ କର୍ମଚାରୀ ନିୟୋଜିତ ହୁଅନ୍ତି

ଏବେ ଜାଣନ୍ତୁ ସେହି ମନ୍ଦିରର କାହାଣୀ ଯାହାର ପୂଜକ ଭରତଦାସ

ବାନେଜା ଗାଁର ଯେଉଁ ମନ୍ଦିରର ପୂଜକ ହେଉଛନ୍ତି ଭରତଦାସ ସେହି ମନ୍ଦିରର ସମ୍ପର୍କ ମହାଭରତ ସହିତ ଥିବା କୁହାଯାଏ । କିମ୍ବଦନ୍ତି ଅନୁସାରେ ଅଜ୍ଞାତବାସ କାଳରେ ପାଣ୍ଡବ ଏଠାରେ ତୀର ମାରି ଜଳାଶୟ ସୃଷ୍ଟି କରିଥିଲେ । ଏହି ମନ୍ଦିରକୁ ଦର୍ଶନ ପାଇଁ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ଭକ୍ତ ଆସିଥାନ୍ତି । ମନ୍ଦିର ଘଂଚ ଜଙ୍ଗଲ ମଧ୍ୟରେ ଥିବାରୁ ସଂଧ୍ୟା ପୂର୍ବରୁ ଭକ୍ତଙ୍କୁ ମନ୍ଦିର ଛାଡିବାକୁ ପଡ଼ିଥାଏ । ସେଠାରେ ରହିବାକୁ କାହାରିକି ମଧ୍ୟ ଅନୁମତି ନଥାଏ

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami