‘ଲିଭ୍‌-ଇନ୍‌’ ସମ୍ପର୍କରେ ନାହିଁ ନିଷ୍ଠା , ଅଛି ‘ଟାଇମ୍‌ପାସ୍‌’

Above Post Content

ପ୍ରୟାଗରାଜ: ଲିଭ୍‌-ଇନ ରିଲେଶନଶିପ୍ ବା ବିବାହ ନ କରି ପୁରୁଷ ଓ ମହିଳା ଏକତ୍ର ରହିବା ଏବେ ଜୀବନଶୈଳୀର ଅଂଶବିଶେଷ ହୋଇଗଲାଣି । ଆଜିକାଲି ଛୋଟବଡ଼ ସହରରେ ଯୁବକଯୁବତୀ ଲିଭ୍ ଇନ୍‌ରେ ରହିବା ଏକ ପ୍ରକାର ଟ୍ରେଣ୍ଡ୍ ପାଲଟିଗଲାଣି । ‘ଲିଭ୍‌-ଇନ୍‌’ ସମ୍ପର୍କ ବିପରୀତ ଲିଙ୍ଗ ପାଇଁ କ୍ଷଣିକ ଉଦ୍‌ବେଳନ ମାତ୍ର; ସେଥିରେ ନିଷ୍ଠା ନାହିଁ, କେବଳ ‘ଟାଇମ୍‌ପାସ୍‌’ ଅଛି ବୋଲି କହିଛନ୍ତି ଆହ୍ଲାବାଦ ହାଇକୋର୍ଟ ।

ଲିଭ୍‌-ଇନ୍ ପାର୍ଟନର ଭାବେ ରହିବାକୁ ପ୍ରେମୀଯୁଗଳଙ୍କ ଇଛା

After 2nd paragraph post ads
Middle post content

ଦୁଇ ଭିନ୍ନ ଧର୍ମବିଶ୍ୱାସୀ ‘ଲିଭ୍‌-ଇନ୍‌’ ସଙ୍ଗୀଙ୍କୁ ପୋଲିସ ସୁରକ୍ଷା ଯୋଗାଇ ଦେବାକୁ ଅଗ୍ରାହ୍ୟ କରି ଆହ୍ଲାବାଦ ହାଇକୋର୍ଟ ଏହା କହିଛନ୍ତି । ଜଣେ ହିନ୍ଦୁ ଯୁବତୀ ଓ ତାଙ୍କ ମୁସ୍‌ଲିମ୍ ସଙ୍ଗୀ ଏକତ୍ର ଫାଇଲ୍ କରିଥିବା ପିଟିସନ୍ ଶୁଣାଣି କରିବା ବେଳେ ଅଦାଲତ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି । ମୁସଲ୍‌ମାନ ଯୁବକଙ୍କ ନାଁରେ ହିନ୍ଦୁ ଯୁବତୀଙ୍କ ମାଉସୀ ଦେଇଥିବା ଏଫ୍‌ଆଇଆରକୁ ଚାଲେଞ୍ଜ କରି ଦୁହେଁ ଆହ୍ଲାବାଦ ହାଇକୋର୍ଟରେ ପିଟିସନ୍ ଫାଇଲ୍ କରିଥିଲେ । ଦୁହେଁ ‘ଲିଭ୍‌-ଇନ୍ ପାର୍ଟନର’ ଭାବେ ରହିବାକୁ ସ୍ଥିର କରିଥିବାରୁ ଦୁହେଁ ଉକ୍ତ ପିଟିସନ୍‌ରେ ପୋଲିସ ସୁରକ୍ଷା ମଧ୍ୟ ଲୋଡ଼ିଥିଲେ ।

ନିଷ୍ଠା ଅପେକ୍ଷା କ୍ଷଣିକ ଆବେଗ ଅଧିକ

ପିଟିସନ୍ ଶୁଣାଣି କରି ବିଚାରପତି ରାହୁଲ୍ ଚତୁର୍ବେଦୀ ଓ ବିଚାରପତି ଆଝାର ହୁସେନ୍ ଇଦ୍ରିଙ୍କ ଖଣ୍ଡପୀଠ କହିଛନ୍ତି, ଏ ପ୍ରକାରର ସମ୍ପର୍କରେ ଦୃଢ଼ତା ଓ ନିଷ୍ଠା ଅପେକ୍ଷା କ୍ଷଣିକ ଆବେଗ ଅଧିକ । ଦୁହେଁ ବିବାହ କରିବାକୁ ସ୍ଥିର କରି ସେମାନଙ୍କର ସମ୍ପର୍କର ପରିଚୟ ପ୍ରଦାନ ନ କରିବା ଅଥବା ପରସ୍ପର ପ୍ରତି ନିଷ୍ଠାବାନ ନ ରହିବା ପର୍ଯ୍ୟନ୍ତ ଅଦାଲତ ଏଭଳି ସମ୍ପର୍କ ଉପରେ କୌଣସି ମତ ଦେବେ ନାହିଁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami